୪୫ଠ କୋଟିର ୧୮ ପ୍ରକଳ୍ପ ଆରମ୍ଭ

ଓଡ଼ିଶା ନିର୍ମାଣ ନିଗମର ପ୍ରତିଷ୍ଠା ଦିବସ
ଭୁବନେଶ୍ୱର (ବୁ୍ୟରୋ): ଓଡ଼ିଶା ନିର୍ମାଣ ନିଗମ (ଓସିସି)ର ୬ଠତମ ପ୍ରତିଷ୍ଠା ଦିବସ ଲୋକସେବା ଭବନ କନ୍ଭେନସନ୍ ସେଣ୍ଟରରେ ପାଳିତ ହୋଇଯାଇଛି । ଏକ ଆଧୁନିକ ଓଡ଼ିଶା ନିର୍ମାଣରେ ଓସିସିର ଅଗ୍ରଣୀ ଅବଦାନକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଚ୍ଚପ୍ରଶଂସା କରିଛନ୍ତି ।
ଗତ ୬ଠ ବର୍ଷ ଧରି ଏକ ଆଧୁନିକ ଓଡ଼ିଶା ନିର୍ମାଣ ଦିଗରେ ଓସିସିର ଭୂମିକାକୁ ସେ ପ୍ରଶଂସା କରିବା ସହ ଏହି ପିଏସ୍ୟୁକୁ ଅଭିନନ୍ଦନ ଜଣାଇଛନ୍ତି । ସେ କହିଛନ୍ତି, ଗତ ୬ଠ ବର୍ଷରେ ଏହା ଜଳ ବିଦୁ୍ୟତ୍, ଜଳସେଚନ, ତାପଜ ବିଦୁ୍ୟତ୍, ଶିଳ୍ପାୟନ, ବନ୍ଦର, ରେଳବାଇ ଏବଂ ଇନ୍ଷ୍ଟିଚୁ୍ୟସନାଲ ବିଲ୍ଡିଂ ପ୍ରକଳ୍ପ ଭଳି ବହୁ ପ୍ରମୁଖ ପ୍ରକଳ୍ପ ହାତକୁ ନେଇଛି । ଏହି ପ୍ରକଳ୍ପଗୁଡ଼ିକରେ ବହୁ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି । ଏହାସହ ରାଜ୍ୟର ସାମାଜିକ-ଅର୍ଥନୈତିକ ଏବଂ ଶିଳ୍ପାୟନ ପରିଦୃଶ୍ୟକୁ ରୂପାନ୍ତରିତ କରିଛି । ଏହି ପ୍ରକଳ୍ପଗୁଡ଼ିକ ରାଜ୍ୟରେ ଜଳ, ବିଦୁ୍ୟତ୍ ଏବଂ ଯୋଗାଯୋଗ କ୍ଷେତ୍ରରେ ବ୍ୟାପକ ଉନ୍ନତି ଆଣିଛି । ଏହି ଅନୁଷ୍ଠାନ ଗଠନରେ ବିଜୁ ପଟ୍ଟନାୟକଙ୍କ ଭୂମିକାକୁ ସ୍ମରଣ କରି ମୁଖ୍ୟମନ୍ତ୍ରୀ କହିଥିଲେ, ବହୁ ପ୍ରତିଷ୍ଠିତ ପ୍ରତିଷ୍ଠାନ ଭଳି ୧୯୬୨ ମେ’ ୨୨ ତାରିଖରେ ରାଜ୍ୟର ଏହି ପିଏସ୍ୟୁ ଦୂରଦର୍ଶୀ ନେତା ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଦ୍ୱାରା ସୃଷ୍ଟି ହୋଇଥିଲା । ୫-ଟି ଉପକ୍ରମ ଆପଣାଇବା ସହ ଏକବିଂଶ ଶତାବ୍ଦୀରେ ଓଡ଼ିଶାର ରୂପାନ୍ତରଣ ଦିଗରେ ଏହି ନିଗମ ଅଧିକ ଦକ୍ଷତା ଏବଂ ବୃତ୍ତିଗତତା ଆଣିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ୪୫ଠ କୋଟି ଟଙ୍କାର ୧୮ଟି ପ୍ରକଳ୍ପର ଶୁଭାରମ୍ଭ କରିଥିଲେ । ଏହାସହ ଏକ ସ୍ମରଣିକା ଉନ୍ମୋଚନ କରିଥିଲେ । କାର୍ଯ୍ୟକ୍ରମରେ ଯୋଡ଼ି ହୋଇ ଜଳ ସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ, ରାଜ୍ୟର ଜଳସେଚନ ଭିତ୍ତିଭୂମିର ଉନ୍ନତି ଆଣିବାରେ ପିଏସ୍ୟୁର ଭୂମିକା ଉପରେ ଆଲୋକପାତ କରିଥିଲେ । ସେ କହିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭିଜନ୍ ଅନୁସାରେ ଏହି ଅନୁଷ୍ଠାନ ନିର୍ମାଣ, ଡିଜାଇନିଂ ଏବଂ ପ୍ଲାନିଂ କ୍ଷେତ୍ରରେ ବହୁତ ଆଗକୁ ଯାଇଛି । ଏହି ଅବସରରେ ଓଡ଼ିଶା ନିର୍ମାଣ ନିଗମ ଲିମିଟେଡ୍ (ଓସିସିଏଲ୍)ର ଲାଭାଂଶ ସ୍ୱରୂପ ୧୪.୭୫ କୋଟି ଟଙ୍କାର ଚେକ୍ ରାଜ୍ୟ ସରକାରଙ୍କୁ ପ୍ରଦାନ କରିଥିଲେ । ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଅତିରିକ୍ତ ମୁଖ୍ୟ ସଚିବ ଏବଂ ଓସିସିଏଲ୍ର ଅଧ୍ୟକ୍ଷା ଅନୁ ଗର୍ଗ ଏବଂ ଓସିସିଏଲ୍ ଏମ୍ଡି କାର୍ଯ୍ୟକ୍ରମରେ ସାମିଲ୍ ହୋଇଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *