ପୁଣି ଉପରମୁହାଁ ପାରଦ

ଭୁବନେଶ୍ୱର,୨୧ା୫(ବୁ୍ୟରୋ): ରାଜ୍ୟରେ ପୁଣି ଉପରମୁହାଁ ହୋଇଛି ପାରଦ । ଶନିବାର ସୋନପୁରରେ ସର୍ବୋଚ୍ଚ ତାପମାତ୍ରା ୪୪.୨ଂ ରେକର୍ଡ କରାଯାଇଛି । ଏଭଳି ଭୀଷଣ ତାତି ଆଉ ଦୁଇଦିନ ଜାରି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।
ପାଣିପାଗ ବିଭାଗର କହିବାନୁସାରେ ତାପମାତ୍ରା ବୃଦ୍ଧି ସାଙ୍ଗକୁ ଆର୍ଦ୍ରର୍ତା ବୃଦ୍ଧି ପାଉଛି । ଫଳରେ ଗୁଳୁଗୁଳି ଅନୁଭୂତ ହେବା ସହ ହାଇପରଥର୍ମିଆ ଦେଖାଦେଉଛି ।
ଭୁବନେଶ୍ୱରରେ ସାଢେ ୧୧ଟାରୁ ସନ୍ଧ୍ୟା ସାଢେ ୫ଟା ପର୍ଯ୍ୟନ୍ତ ଆର୍ଦ୍ରତା ୫୫ଂ ଉପରେ ରହୁଛି । ଏହି ପିକ୍ ସମୟରେ ଆର୍ଦ୍ରତା ୨୦ରୁ ୩୦ % ଭିତରେ ରହିବା କଥା । ହେଲେ ତାପମାତ୍ରା ୩୫ଂ ଉପରେ ଏବଂ ଆର୍ଦ୍ରତା ୫୦% ଉପରେ ରହିଲେ ତାପମାତ୍ରା ସ୍ୱାଭାବିକ ଠାରୁ ୪ରୁ ୫ଂ ଅଧିକ ଅନୁୂଭୂତ ହୋଇଥାଏ । ଉପକୂଳ ଅଞ୍ଚଳରେ ଆର୍ଦ୍ରତା ବେଶି ରହୁଛି । ଫଳରେ ତାତି ସାଙ୍ଗକୁ ଭୀଷଣ ଗୁଳୁଗୁଳି ଲାଗୁଛି । ଶନିବାର ୧୮ ସହରରେ ଦିନ ତାପମାତ୍ରା ୪୦ଂ ଉପରେ ରେକର୍ଡ କରାଯାଇଛି । ସେଥିରୁ ୫ସହରରେ ୪୩ଂ ଉପରେ ତାପମାତ୍ରା ଥିବାବେଳେ ସୁନ୍ଦରଗଡ ଓ ଝାରସୁଗୁଡାରେ ୪୪ଂ ତାପମାତ୍ରା ରହିଛି । ତେବେ ଆସନ୍ତା ଦୁଇଦିନ ପର୍ଯ୍ୟନ୍ତ କାଳବୈଶାଖୀ ବର୍ଷାର ସମ୍ଭାବନା ନାହିଁ ।
ଶନିବାର ଦେବଗଡରେ ସର୍ବୋଚ୍ଚ ତାପମାତ୍ରା ୪୨.୮ଂ ଥିବା ବେଳେ ବରଗଡରେ ୪୩.୫ଂ, ବୌଦ୍ଧରେ ୪୨.୫ଂ, ହୀରାକୁଦରେ ୪୨ଂ, ତାଳଚେରରେ ୪୨.୫ଂ, ଅନୁଗୁଳରେ ୪୨.୧ଂ, ସମ୍ବଲପୁରରେ ୪୨.୬ଂ, ପାରଳାଖେମୁଣ୍ଡିରେ ୪୧.୫ଂ, ଟିଟିଲାଗଡରେ ୪୨.୫ଂ, ମାଲକନାଗିରିରେ ୪୧ଂ, ନୂଆପଡାରେ ୪୧.୪ଂ, ଯାଜପୁରରେ ୪୦ଂ, ବାଲେଶ୍ୱର ୪୪.୪ଂ, କଟକରେ ୩୭.୮ଂ ଓ ଭୁବନେଶ୍ୱରରେ ୩୭.୬ଂ ତାପମାତ୍ରା ରେକର୍ଡ କରାଯାଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *