୪୨ ବର୍ଷ ପରେ ଫେରିଲା
ସାକ୍ଷୀଗୋପାଳଙ୍କ ଚୋରି ଅଳଙ୍କାର
ସାକ୍ଷୀଗୋପାଳ, ୨୧ା୫(ଆପ୍ର): ସାକ୍ଷୀଗୋପୀନାଥଙ୍କ ଭଣ୍ଡାରରୁ ଚୋରି ଯାଇଥିବା ଅଳଙ୍କାର ଚାରି ଦଶନ୍ଧି ପରେ ମନ୍ଦିର ଭଣ୍ଡାରକୁ ଫେରିଛି । ପୁରୀ ଜିଲ୍ଲା ସାକ୍ଷୀଗୋପାଳ ମନ୍ଦିର ଭଣ୍ଡାରରୁ ୧୯୮୦ ମସିହାରେ ଚୋରି ଯାଇଥିବା ଠାକୁରଙ୍କ ଏକ ସୁନାହାର ଓ ଦୁଇଟି କଟକି ଖଡୁ ୪୨ ବର୍ଷ ପରେ ଶନିବାର ଫେରିଛି । ମନ୍ଦିର ଭାରପ୍ରାପ୍ତ କାର୍ଯ୍ୟର୍ନିବାହୀ ଅଧିକାରୀ ସନ୍ତ କୁମାର ପ୍ରଧାନ ପୁରୀ ସିଜେଏମ୍ଙ୍କ କୋର୍ଟରୁ ମୋଟ ୬୩. ୩୪ ଗ୍ରାମ ଅଳଙ୍କାର ମନ୍ଦିର ସୁପର ଭାଇଜର ବିଶ୍ୱନାଥ ମହାପାତ୍ରଙ୍କ ଜରିଆରେ ପାଳିଆ ଭଣ୍ଡାର ମେକାପ ଦୁର୍ଗା ମେକାପଙ୍କୁ ହସ୍ତାନ୍ତର କରିଛନ୍ତି ।
ଭଣ୍ଡାର ଦାୟିତ୍ୱରେ ରହୁଥିବା ପାଳିଆ ଭଣ୍ଡାର ମେକାପ ସେବକ ଦାୟିତ୍ୱ ହସ୍ତାନ୍ତର ସମୟରେ ଉକ୍ତ ଅଳଙ୍କାର ଚୋରି ହୋଇଥିବା ନଜରକୁ ଆସିଥିଲା । ସାକ୍ଷୀଗୋପାଳ ମନ୍ଦିର ପ୍ରଶାସନ ପକ୍ଷରୁ ତକ୍ରାଳୀନ ଭଣ୍ଡାର ମେକାପ ସ୍ୱର୍ଗତ୍ କାଶୀନାଥ ମେକାପଙ୍କୁ ଦାୟୀ କରାଯାଇ ମାମଲା (କେସ ନଂ ୧୨୩୪/ ୧୯୮୦ ) ରୁଜୁ କରାଯାଇଥିଲା । ଅଳଙ୍କାରଗୁଡ଼ିକର ପତ୍ତା ମିଳି ନ ଥିଲା ବେଳେ ଚୋରି ଗହଣା ସାକ୍ଷୀଗୋପାଳ ଷ୍ଟେଟବ୍ୟାଙ୍କରେ ବନ୍ଧା ପଡିଥିବା ଖବର ପ୍ରକାଶ ପାଇଥିଲା । ଏହାକୁ ନେଇ ମାମଲା ନୂଆ ମୋଡ ନେଇଥିଲା ।
ସନେ୍ଦହ ଘେରରେ ରହିଥିବା ଆଉ ଜଣେ ମେକାପ ସେବକ ସ୍ୱର୍ଗତ୍ ବଳଭଦ୍ର ମେକାପ ବ୍ୟାଙ୍କରେ ଅଳଙ୍କାର ବନ୍ଧା ପକାଇଥିବା ଜଣାପଡ଼ିବାରୁ ତାଙ୍କୁ ମାମଲାରେ ଛନ୍ଦା ଯାଇଥିଲା । ପୁଲିସ ବ୍ୟାଙ୍କରୁ ଅଳଙ୍କାର ଜବତ କରି କୋର୍ଟ ଜିମା ଦେଇଥିଲେ । ସିଂହାରୀ ଓ ଅନ୍ୟ ମେକାପ ସେବକ କୋର୍ଟରେ ଠାକୁରଙ୍କ ଅଳଙ୍କାର ଚିହ୍ନଟ କରିବାପରେ ମଧ୍ୟ ପ୍ରାଥମିକ ଅଭିଯୋଗ ଏବଂ ଜବତ ଅଳଙ୍କାର ପରିମାଣରେ ବ୍ୟତିକ୍ରମ ରହିଥିବା ଦୃଷ୍ଟିକୁ ଆସିଥିଲା । କୋର୍ଟ ଅଭିଯୁକ୍ତ ସେବକ ଦ୍ୱୟଙ୍କୁ ଦଣ୍ଡବିଧାନ କରିଥିଲେ । କିନ୍ତୁ ଅଭିଯୁକ୍ତମାନେ ଜିଲ୍ଲା ଜର୍ଜଙ୍କ ନିକଟରେ ପୁର୍ନବି·ର ପାଇଁ ଅବେଦନ କରି ନିଦେ୍ର୍ଦାଶରେ ଖଲାସ ହୋଇଥିଲେ ।
ସରକାରଙ୍କ ପକ୍ଷରୁ ମାମଲା ଉଚ୍ଚ ନ୍ୟାୟାଳୟକୁ ଯାଇଥିଲା । ହାଇକୋର୍ଟ ୧୯.୦୩.୨୦୦୯ ରେ ନିମ୍ନ ଅଦାଲତଙ୍କ ଆଦେଶ ବଳବତ୍ତର ରଖି ଅଭିଯୁକ୍ତଙ୍କୁ ନିଦେ୍ର୍ଦାଶ ଦର୍ଶାଇଥିଲେ ବି ଜବତ ଅଳଙ୍କାର ମନ୍ଦିରକୁ ଫେରାଇବା ନିମତ୍ତ ଆଦେଶ ଦେଇଥିଲେ । ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ, ସୁପରଭାଇଜର, ମନ୍ଦିର ସ୍ୱର୍ଣ୍ଣକାର କୃଷ୍ଣ ଚନ୍ଦ୍ର ମହାପାତ୍ର, ସେବାୟତ ସଂଘ ସମ୍ପାଦକ ଜୟ କୁମାର ନନ୍ଦ, ସେବାୟତ ରାମଚନ୍ଦ୍ର ମହାପାତ୍ର, ଜିତେନ ମହାପାତ୍ର ପ୍ରମୁଖ ଅଳଙ୍କାର ଫେରାଯିବା ସମୟରେ ଉପସ୍ଥିତଥିଲେ ।