ଶହେ ମିଟର ବାହାରେ ଅଭ୍ୟର୍ଥନା କକ୍ଷ
ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ
ପୁରୀ (ବୁ୍ୟରୋ): ଶ୍ରୀମନ୍ଦିରର ମେଘନାଦ ପାଚେରି ଠାରୁ ଶହେ ମିଟର ପରିଧି ବାହାରେ ନିର୍ମାଣ ହେବ ଅଭ୍ୟର୍ଥନା କକ୍ଷ । ଏଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛି ଶ୍ରୀମନ୍ଦିର ପରିଚାଳନା କମିଟି । ଶନିବାର ଅପରାହ୍ଣରେ ସ୍ଥାନୀୟ ନୀଳାଦି୍ର ଭକ୍ତନିବାସରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ବସିଥିବା ପରିଚାଳନା କମିଟିରେ ମୋହର ଲାଗିଛି । ହେଲେ କେଉଁ ସ୍ଥାନରେ ନିର୍ମାଣ ହେବ ତାହା ନିଷ୍ପତ୍ତି ହୋଇ ନ ଥିବା ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀରବିକ୍ରମ ଯାଦବ ।
ଶ୍ରୀ ଯାଦବ ଆହୁରି ମଧ୍ୟ କହିଛନ୍ତି ଯେ, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ବିବାଦ ଦେଖାଦେଇଛି । ସେଥିରେ କୌଣସି ଅସୁବିଧା ନାହିଁ । ହାଇକୋର୍ଟଙ୍କ ନିଦେ୍ର୍ଦଶ ଅନୁଯାୟୀ ଏଏସ୍ଆଇ ସହ ମିଶି ମିଳିତ ଭାବେ କାର୍ଯ୍ୟ କରାଯିବ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ପୂର୍ବପରି ଚାଲୁ ରହିବ ବୋଲି ସ୍ପଷ୍ଟ କରିଛନ୍ତି । ଅନ୍ୟପକ୍ଷରେ ଶ୍ରୀମନ୍ଦିରର ଗରିବ ସେବାୟତଙ୍କ ଲାଗି ମାଟିମଣ୍ଡପ ଓ ହରଚଣ୍ଡୀ ସାହିରେ ନିର୍ମାଣ ହେବ ସେବାୟତ ଭବନ । ଏନେଇ ପ୍ଲାନ୍ ପ୍ରସ୍ତୁତ କରିବା ଲାଗି ଓବିସିସିକୁ ନିଦେ୍ର୍ଦଶ ଜାରି କରାଯାଇଛି । ପ୍ଲାନ୍ ମିଳିବା ପରେ ତାହା ପରିଚାଳନା କମିଟିରେ ସ୍ୱୀକୃତି ମିଳିବା ପରେ ସଙ୍ଗେ ସଙ୍ଗେ କାର୍ଯ୍ୟ ଆରମ୍ଭ କରାଯିବ ।
ସେହିଭଳି ସେବାୟତ ପିଲାମାନଙ୍କ ଲାଗି ଗୁରୁକୂଳ ନିର୍ମାଣ ଆରମ୍ଭ ହେବ । ସେଥିଲାଗି ଏକ ଗୁରୁକୂଳ ସୋସାଇଟି ଗଠନ କରାଯାଇଛି । ଏହି କମିଟିକୁ ପରିଚାଳନା କମିଟିର ସଦସ୍ୟମାନେ ଅନୁମୋଦନ କରିଛନ୍ତି । ମହାପ୍ରଭୁଙ୍କ ସ୍ନାନଯାତ୍ରା ଓ ରଥଯାତ୍ରା ସମ୍ପର୍କରେ କୌଣସି ଆଲୋଚନା କରାଯାଇ ନାହିଁ । ସେଥିଲାଗି ଏକ ସ୍ୱତନ୍ତ୍ର ବୈଠକ କରାଯିବ ବୋଲି ମୁଖ୍ୟ ପ୍ରଶାସକ ଶ୍ରୀ ଯାଦବ ସୂଚନା ଦେଇଛନ୍ତି । ପରିଚାଳନା କମିଟିର ନିଷ୍ପତ୍ତି ଅନୁଯାୟୀ ଶ୍ରୀମନ୍ଦିର ମେଘନାଦ ପାଚେରିଠାରୁ ଶହେ ମିଟର ବାହାରେ ଅଭ୍ୟର୍ଥନ କକ୍ଷ ନିର୍ମାଣ କରାଗଲେ ପୁଣିଥରେ ଶ୍ରୀମନ୍ଦିର ଚତୁଃପାଶ୍ୱର୍ରୁ ଜମି ଅଧିଗ୍ରହଣ କରାଯିବ । ଏଭଳି ନିଷ୍ପତ୍ତି ଶୁଣି ସ୍ଥାନୀୟ ବାସିନ୍ଦାଙ୍କ ଲାଗି ବଡ଼ ଝଟକା ବୋଲି ଆଲୋଚନା ଜୋର୍ ଧରିଛି । ବୈଠକରେ ଜିଲ୍ଲାପାଳ ସମର୍ଥ ବର୍ମା, ଅତିରିକ୍ତ ଏସ୍ପି ମିହିର କୁମାର ପଣ୍ଡାଙ୍କ ସମେତ ପରିଚାଳନା କମିଟିର ସଦସ୍ୟମାନେ ଓ ଶ୍ରୀମନ୍ଦିର କାର୍ଯ୍ୟାଳୟର କର୍ମଚାରୀମାନେ ଉପସ୍ଥିତ ଥିଲେ ।