ଶ୍ରୀଲଙ୍କାକୁ ୪ଠ ହଜାର ଟନ୍ ଡିଜେଲ ପଠାଇଲା ଭାରତ

ନୂଆଦିଲ୍ଲୀ (ଏଜେନ୍ସି): ଗୁରୁତର ଆର୍ଥିକ ସଂକଟ ଦେଇ ଗତି କରୁଥିବା ଶ୍ରୀଲଙ୍କାକୁ ଭାରତ ୪ଠ ହଜାର ଟନ୍ ଡିଜେଲ ପଠାଇଥିବା ଜାଣିବାକୁ ମିଳିଛି । ତେବେ ଭାରତ ପକ୍ଷରୁ ଏହାକୁ ଋଣ ସୁବିଧା ଆକାରରେ ଦିଆଯାଇଛି । ଗତମାସରେ ଶ୍ରୀଲଙ୍କାର ଇନ୍ଧନ ଆମଦାନୀ ଲାଗି ଭାରତ ୫ଠ କୋଟି ଡଲାରର ଋଣ ସୁବିଧା ଘୋଷଣା କରିଥିଲା । ଏହି ରାଶିକୁ ଶ୍ରୀଲଙ୍କା ଇନ୍ଧନ ଆମଦାନୀ ଲାଗି ବ୍ୟୟ କରିପାରିବ ।
ପ୍ରକାଶ, ଦୁଇ ସପ୍ତାହ ପରେ ଶ୍ରୀଲଙ୍କାରେ ଲାଗୁ କରାଯାଇଥିବା ଜରୁରି ପରିସ୍ଥିତିକୁ ହଟାଇ ଦିଆଯାଇଛି । ତେବେ ପ୍ରମୁଖ ସ୍ଥାନ ତଥା ଅଞ୍ଚଳଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥା ଜାରି ରହିବ । ପ୍ରତିବାଦ, ଶୋଭାଯାତ୍ରାକୁ ଅନୁମତି ଦିଆଯାଇନାହିଁ । ପ୍ରକାଶ ଦେଶରେ ସରକାର ବିରୁଦ୍ଧରେ ତୀବ୍ର ବିରୋଧ ପ୍ରଦର୍ଶନ ପରେ ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷେ ଗତ ୬ ତାରିଖ ମଧ୍ୟରାତ୍ରୀରୁ ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରିଦେଇଥିଲେ । ତେବେ ଏବେ ସେ ଏହାକୁ ପ୍ରତ୍ୟାହାର କରିନେଇଛନ୍ତି । ସୂଚନାଯୋଗ୍ୟ, ବିଦେଶ ମୁଦ୍ରାଭଣ୍ଡାର ଶୂନ୍ୟ ହୋଇଯିବା ଯୋଗୁ ଶ୍ରୀଲଙ୍କା ଏବେ ଅତ୍ୟାବଶକୀୟ ସାମଗ୍ରୀ ଆମଦାନୀ ଲାଗି ଅସମର୍ଥ ହେଉଛି । ବିଦେଶୀ ମୁଦ୍ରାଭଣ୍ଡାର ହ୍ରାସ ସହ ଶ୍ରୀଲଙ୍କା ଟଙ୍କାର ମୂଲ୍ୟ ହ୍ରାସ ହୋଇଥିବା ବେଳେ ମୁଦ୍ରାସ୍ଫୀତି ବଢିଯାଇଛି । ଦେଶରେ ଅତ୍ୟାବଶକୀୟ ସାମଗ୍ରୀର ମୂଲ୍ୟ ବୃଦ୍ଧି ହୋଇଛି । ଫଳରେ ଦେଶରେ ଜନ ଅସନ୍ତୋଷ ଉପୁଜିଥିବା ବେଳେ ଲୋକେ ରାସ୍ତାକୁ ଓହ୍ଲାଇ ସରକାରଙ୍କୁ ବିରୋଧ କରୁଥିବା ଦେଖିବାକୁ ମିଳୁଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *