୩ ରାଜ୍ୟରେ ବର୍ଷା ବିତ୍ପାତ, ୫୭ ମୃତ

ବିହାରରେ ବଜ୍ରପାତ: ମୃତୁ୍ୟ ସଂଖ୍ୟା ୩୩ ଛୁଇଁଲା
ଦିସ୍ପୁର/ ପାଟନା (ଏଜେନ୍ସି): ମୌସୁମୀ ପୂର୍ବ ବର୍ଷାରେ ଦେଶର ୩ ରାଜ୍ୟରେ ପ୍ରଳୟଙ୍କାରୀ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏହି ୩ ରାଜ୍ୟରୁ ବର୍ତ୍ତମାନ ସୁଦ୍ଧା ମୋଟ୍ ୫୭ଜଣଙ୍କ ମୃତୁ୍ୟ ହୋଇଥିବା ସରକାରୀ ଭାବେ କୁହାଯାଉଛି । ପ୍ରଥମେ ଆସାମରେ ଲଗାଣ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା । ପ୍ରବଳ ବର୍ଷା ଯୋଗୁ ରାଜ୍ୟର ବିଭିନ୍ନ ସ୍ଥାନରେ ଭୂସ୍ଖଳନ ହେବା ଆରମ୍ଭ ହୋଇଯାଇଥିଲା । ସଂଯୋଗ ବିଚ୍ଛିନ୍ନ ଯୋଗୁ ଏବେ ବି ଆସାମବାସୀ ବେଶ୍ ପ୍ରବାହିତ ହୋଇଛି । ରାଜ୍ୟର ୨୯ ଟି ଜିଲ୍ଲାରେ ୭ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି ଏବଂ ୧୫ ଜଣଙ୍କ ମୃତୁ୍ୟ ହୋଇଥିବା କୁହାଯାଉଛି । ଅନ୍ୟପକ୍ଷେ ଆସାମ ପରେ ଏବେ ବିହାରରେ ମଧ୍ୟ ଲଗାଣ ବର୍ଷା ସାଙ୍ଗକୁ ବଜ୍ରପାତ ଏବଂ କାଳବୈଶାଖୀ ସାଧାରଣ ଲୋକଙ୍କ ପାଇଁ ପ୍ରାଣଘାତୀ ସାବ୍ୟସ୍ତ ହୋଇଛି । ଶନିବାର ବଜ୍ରପାତ ଯୋଗୁ ୩୩ଜଣଙ୍କ ମୃତୁ୍ୟ ହୋଇଥିବା ଜଣାପଡିଛି । ସେହିପରି ବିହାର ସହିତ କର୍ଣ୍ଣାଟକର କେତେକ ସ୍ଥାନରେ ପ୍ରବଳ ବର୍ଷା ହେତୁ ବନ୍ୟା ପରିସ୍ଥିତି ଉପୁଜିଥିବା ଜଣାପଡିଛି । ତେବେ କେରଳରେ ମଧ୍ୟ ଲଗାଣ ବର୍ଷା ଜାରି ରହିଥିବା ପରିପ୍ରେକ୍ଷୀରେ ରାଜ୍ୟର ୧ଠଟି ଜିଲ୍ଲା ପାଇଁ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *