ବଢ଼ିଲା ପୁରସ୍କାର ରାଶି

୧୮ରୁ ଜାତୀୟ ସଡ଼କ ସୁରକ୍ଷା କ୍ଷୁଦ୍ର ଚଳଚ୍ଚିତ୍ର ମହୋତ୍ସବ
ଭୁବନେଶ୍ୱର (ବୁ୍ୟରୋ): ଜାତୀୟ ସଡ଼କ ସୁରକ୍ଷା କ୍ଷୁଦ୍ର ଚଳଚ୍ଚିତ୍ର ମହୋତ୍ସବ ପାଇଁ ନଗଦ ପୁରସ୍କାର ରାଶି ବୃଦ୍ଧି କରାଯାଇଛି । ଜୁନ୍ ୧୮ ଓ ୧୯ରେ ରାଉରକେଲା ଏବଂ ୨୪ ଓ ୨୫ରେ ପୁରୀରେ ଏହି ମହୋତ୍ସବ ଅନୁଷ୍ଠିତ ହେବ । ଶ୍ରେଷ୍ଠ ଚଳଚ୍ଚିତ୍ର ପାଇଁ ପୁରସ୍କାର ରାଶି ୫ଠ ହଜାରରୁ ଏକଲକ୍ଷ ଟଙ୍କାକୁ ବଢ଼ିଛି । ସେହିପରି ପ୍ରଥମ ରନର ଅପ୍ ପୁରସ୍କାର ୪ଠ ହଜାରରୁ ୮ଠ ହଜାରକୁ ବୃଦ୍ଧି କରାଯାଇଛି । ଏହାସହ ଦ୍ୱିତୀୟ ରନର ଅପ୍ ପାଇଁ ୬ଠ ହଜାର ଟଙ୍କା ପୁରସ୍କାର ରାଶି କରାଯାଇଛି ।
ବାଣିଜ୍ୟ ଓ ପରିବହନ ସଚିବ ବିଷ୍ଣୁପଦ ସେଠୀ କହିଛନ୍ତି, ଉଭୟ ଓଡ଼ିଆ ଏବଂ ଅଣଓଡ଼ିଆ ଭାଷା ବର୍ଗ ପାଇଁ ଚଳଚ୍ଚିତ୍ର ବିଭାଗ ପାଇଁ ପୁରସ୍କାର ରାଶି ବୃଦ୍ଧି କରାଯାଇଛି । ବ୍ୟକ୍ତିଗତ ବିଭାଗରେ ନଗଦ ପୁରସ୍କାର ପୂର୍ବପରି ରହିଛି । ଏହି ଚଳଚ୍ଚିତ୍ର ମହୋତ୍ସବ ପାଇଁ ଏଣ୍ଟ୍ରିଗୁଡ଼ିକ ଖୋଲା ଅଛି । ଜୁନ୍ ୩ ତାରିଖ ଦାଖଲର ଶେଷ ତାରିଖ ରହିଛି । ଚଳଚ୍ଚିତ୍ର ନିର୍ମାତା, ଉତ୍ସାହୀ ଚଳଚ୍ଚିତ୍ର ନିର୍ମାତା ଏବଂ ଛାତ୍ରମାନେ ସେମାନଙ୍କର ଆବେଦନ ଦାଖଲ କରିପାରିବେ । ଓଡ଼ିଆ ଓ ଅଣଓଡ଼ିଆ ବର୍ଗରେ ସର୍ବୋତ୍ତମ ଚଳଚ୍ଚିତ୍ର ପାଇଁ ୧ ଲକ୍ଷ, ପ୍ରଥମ ରନର ଅପ୍ ପାଇଁ ୮ଠ ହଜାର ଏବଂ ଦ୍ୱିତୀୟ ରନର ଅପ୍ ପାଇଁ ୬ଠ ହଜାର ଟଙ୍କା ପୁରସ୍କାର ରାଶି ରଖାଯାଇଛି । ସେହିପରି ଶ୍ରେଷ୍ଠ ନିଦେ୍ର୍ଦଶକ ପାଇଁ ୨୫ ହଜାର, ଶ୍ରେଷ୍ଠ ସ୍କ୍ରିନ୍ ପ୍ଲେ ପାଇଁ ୨୫ ହଜାର, ଶ୍ରେଷ୍ଠ ସିନେମାଟୋଗ୍ରାଫି ପାଇଁ ୨୫ ହଜାର ଏବଂ ଶ୍ରେଷ୍ଠ ଅଭିନେତା/ଅଭିନେତ୍ରୀ ପାଇଁ ୨୫ ହଜାର ଟଙ୍କା ରହିଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *