କଟକରେ ହେବ ମଧୁସୂଦନ ଭବନ

ଭୁବନେଶ୍ୱର (ବୁ୍ୟରୋ): ଓଡ଼ିଶାରେ ସମବାୟ ଆନେ୍ଦାଳନର ଆଦ୍ୟପ୍ରବକ୍ତା ଉକ୍ରଳଗୌରବ ମଧୁସୂଦନ ଦାସଙ୍କ ସ୍ମୃତିରେ ସମବାୟ ବିଭାଗ ପକ୍ଷରୁ କଟକଠାରେ ଉକ୍ରଳଗୌରବ ମଧୁସୂଦନ ଭବନ ନିର୍ମାଣ କରାଯିବ । କଟକ ଜେଲ୍ରୋଡ୍ସ୍ଥିତ ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କର ଶାଖା କାର୍ଯ୍ୟାଳୟ ପରିସରରେ ଏହି ଭବନ ନିର୍ମାଣ କରାଯିବ । ଏହି ପରିପ୍ରେକ୍ଷୀରେ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା ।
ନିଷ୍ପତ୍ତି ଅନୁଯାୟୀ ସମବାୟ ବିଭାଗର ସଚିବଙ୍କ ନେତୃତ୍ୱରେ ପୂର୍ତ୍ତ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି, ସୂଚନା ଓ ଲୋକସଂପର୍କ ବିଭାଗ, ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ, କଟକ ଜିଲ୍ଲା ପ୍ରଶାସନ, ସିଏମ୍ସି, କଟକ ଉନ୍ନୟନ କର୍ତ୍ତୃପକ୍ଷଙ୍କ ଅଧିକାରୀ ୨୬ ତାରିଖରେ ପ୍ରସ୍ତାବିତ ସ୍ଥାନ ପରିଦର୍ଶନ କରି ରିପୋର୍ଟ ପ୍ରଦାନ କରିବେ । ପରିଦର୍ଶନ ପରେ ରାସ୍ତା ଓ କୋଠାବାଡ଼ି ବିଭାଗ, କଟକର ଅଧୀକ୍ଷଣ ଯନ୍ତ୍ରୀ ଜୁନ୍ ୩ ସୁଦ୍ଧା ସାଇଟ୍ ପ୍ଲାନ୍ ପ୍ରସ୍ତୁତ କରିବେ । ଏହାର ୧୫ ଦିନ ମଧ୍ୟରେ ଡିପିଆର୍ ପ୍ରସ୍ତୁତ କରାଯାଇ କଟକ ଉନ୍ନୟନ କର୍ତ୍ତୃପକ୍ଷଙ୍କ ଅନୁମୋଦନ ନିମନ୍ତେ ଦାଖଲ କରାଯିବ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *