ଗୋରୁ ବେପାରୀଙ୍କ ଗୁଳିମାଡ଼

ବାରିପଦା (ଆପ୍ର): ଗୋରୁ ଚାଲାଣକୁ କେନ୍ଦ୍ରକରି ମୟୂରଭଞ୍ଜ ଜିଲ୍ଲାରେ ପୁଣି ପୁଣି ଏକ ଅଭାବନୀୟକାଣ୍ଡ ଘଟିଛି । ପାଞ୍ଚପିଢ ଉପଖଣ୍ଡର ଯଶିପୁର ଥାନା ଅଞ୍ଚଳରେ ଗୋରୁ ଚାଲାଣକାରୀଙ୍କ ଗୁଳିରେ ୨ ଜଣ ଗୋ-ସେବକ ଆହତ ହୋଇଛନ୍ତି । ଶନିବାର ଭୋର୍ ୪ଟାରେ ୪୯ ନମ୍ବର ଜାତୀୟ ରାଜପଥ ବେଗୁନିଆ ଟୋଲଗେଟ ନିକଟରେ ଗୋ- ସେବକମାନେ ଗୋରୁ ଗାଡ଼ି ଅଟକାଇବା ସମୟରେ ଗୁଳିମାଡ଼ କରାଯାଇଥିବା ଖବର ମିଳିଛି । ଆହତ ହୋଇଥିବା ଦୁଇଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ଘଟଣାରେ ଯଶିପୁର ପୁଲିସ ୧୨ ଜଣଙ୍କୁ ବିଶୋଇ ଥାନା ସୁଲେଇପାଟ ଜଙ୍ଗଲରୁ ଗିରଫÿ କରି ସେମାନଙ୍କ ନିକଟରୁ ବନ୍ଧୁକ ଜବତ କରିଛି । ଅନ୍ୟମାନେ ଫେରାର ହୋଇଯାଇଛନ୍ତି । ଘଟଣାସ୍ଥଳରୁ ୩ ସ୍କର୍ପିଓ, ୧ ବୋଲେରୋ, ୧ ଟ୍ରକ ଜବତ କରି ୩୦ରୁ ଊଦ୍ଧ୍ୱର୍ ଗୋରୁଙ୍କୁ ପୁଲିସ ଉଦ୍ଧାର କରିଛି । ଏଭଳି ଘଟଣା ଜିଲ୍ଲାରେ ପ୍ରଥମ ବୋଲି ଆଲୋଚନା ହେଉଛି ।
କଲିକତା ଅଭିମୁଖେ ଟ୍ରକ୍ରେ ଗୋରୁ ଚାଲାଣ କରାଯାଉଥିବା ଖବର ପାଇ ବଜରଙ୍ଗଦଳର ଗୋ-ସୁରକ୍ଷା କର୍ମୀମାନେ କେନ୍ଦୁଝରରୁ ପିଛାକରି ଭୋର୍ରେ ନିର୍ମାଣାଧୀନ ବେଗୁନିଆ ଟୋଲ୍ଗେଟ୍ ନିକଟରେ ସେମାନଙ୍କୁ ଅଟକାଇଥିଲେ । କିନ୍ତୁ ଟ୍ରକ୍କୁ ସୁରକ୍ଷା ଦେଇ ୪ ଗାଡ଼ିରେ ଆସୁଥିବା ଗୋରୁ ବେପାରୀ ଓ ସେମାନଙ୍କ ଗୁଣ୍ଡା ବାହିନୀ ଅଚାନକ ଗୋ-ସୁରକ୍ଷା କର୍ମୀଙ୍କ ଉପରକୁ ଆଖିବୁଜା ଗୁଳିମାଡ଼ କରିଥିଲେ । ଶଶୀକାନ୍ତ ରଣା (୨୨) ଓ ଦୀପକ କୁମାର ସାହୁ (୩୨)ଙ୍କ ଦେହରେ ଗୁଳି ବାଜିଥିଲା । ଶଶୀକାନ୍ତଙ୍କ ୨ ଜଙ୍ଘ ଓ ଆଣ୍ଠୁରେ ୩ ରାଉଣ୍ଡ ଗୁଳି ଓ ଦୀପକଙ୍କ ଡାହାଣ ହାତରେ ଗୋଟିଏ ଗୁଳି ବାଜିଛି । ଦୀପକଙ୍କୁ ସ୍ଥାନୀୟ ହସ୍ପିଟାଲରେ ଚିକିତ୍ସା କରାଯିବା ପରେ କଟକ ସ୍ଥାନାନ୍ତର କରାଯାଇଛି । ଶଶୀକାନ୍ତଙ୍କୁ ବାରିପଦାସ୍ଥିତ ପିଆର୍ଏମ୍ ମେଡିକାଲରେ ଚିକିତ୍ସା କରାଯାଉଛି । ପ୍ରାୟ ୧୦ ରାଉଣ୍ଡ ଗୁଳିଚାଳନା କରାଯାଇଥିବା ଜଣାପଡ଼ିଛି । ହେଲେ ପୁଲିସ ବିଳମ୍ବରେ ପହଞ୍ଚି ଥିବା ଅଭିଯୋଗ କରିଛନ୍ତି ଗୋ-ସୁରକ୍ଷା କର୍ମୀ ।
ଏସ୍ପି ଋଷିକେଶ ଖିଲାଡ଼ିଙ୍କ ନିଦେ୍ର୍ଦଶ ଓ ଏସ୍ଡିପିଓ ସୁଦର୍ଶନ ଗାଙ୍ଗୋଇଙ୍କ ନେତୃତ୍ୱରେ ପୁଲିସ ବାହିନୀ ବିଶୋଇ ଥାନା ସୁଲେଇପାଟ ଜଙ୍ଗଲରେ ଚଢ଼ଉ କରି ୧୨ ଜଣଙ୍କୁ ଗିରଫÿ କରିଛନ୍ତି । ଅନ୍ୟମାନଙ୍କୁ ଧରିବା ପାଇଁ ଜଙ୍ଗଳରେ ଛାନ୍ବିନ୍ କରାଯାଇଛି । କିଛି ଦିନ ତଳେ ଗୋରୁ ·ଲାଣକୁ ସୁଗମ କରିବା ପାଇଁ ଝାରପୋଖରିଆ ଥାନାର ପୁଲିସ କର୍ମ·ରୀ ଗୋରୁ ବ୍ୟବସାୟୀଙ୍କଠାରୁ ମୋଟା ଅଙ୍କର ଟଙ୍କା ନେଉଥିବା ଭିଡିଓ ଭାଇରାଲ ହୋଇଥିଲା । ଏହାପରେ ସଂପୃକ୍ତ ୩ ପୁଲିସ କର୍ମ·ରୀଙ୍କୁ ନିଲମ୍ବିତ କରାଯାଇଥିଲା । ଉକ୍ତ ଘଟଣାର ସ୍ମୃତି ମନରୁ ନ ଯାଉଣୁ ଆଜିର ଗୁଳିକାଣ୍ଡ ଚାଞ୍ଚଲ୍ୟ ଖେଳାଇ ଦେଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *