ଘର ଘର ବୁଲି ଡ୍ରପ୍ଆଉଟ୍ ପିଲାଙ୍କୁ ସ୍କୁଲ ଆଣିବାକୁ ଉଦ୍ୟମ

ଶିକ୍ଷାବିଭାଗ ପକ୍ଷରୁ ତତ୍ପରତା
ଆସିକା (ଆପ୍ର): ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧିନସ୍ଥ ଆସିକା ସଦର, କାଳଷଣ୍ଢପୁର, ହରିଡ଼ାପଦର, ଖାରିଆ, ବାବନପୁର, ଭେଟନଇ, ବଡ଼ଖୋଲି, ଗଙ୍ଗାପୁର, କେ. ନୂଆପଲ୍ଲୀ, ନିମିନା, କେନ୍ଦୁପଦର, ବାଲିସିରା କ୍ଲଷ୍ଟର ଅଞ୍ଚଳରେ ଥିବା ୧୫୮ଟି ପ୍ରାଥମିକ, ଉଚ୍ଚପ୍ରାଥମିକ ଓ ଉଚ୍ଚବିଦ୍ୟାଳୟ ଗୁଡିକରେ ନାମଲେଖାଇ ଅଧାରୁ ପାଠ ଛାଡିଥିବା (ଡ୍ରପ୍ ଆଉଟ୍) ପିଲାଙ୍କୁ ବିଦ୍ୟାଳୟକୁ ଫେରାଇ ଆଣିବା ପାଇଁ ପଦକ୍ଷେପ ନେବାକୁ ଶିକ୍ଷା ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିଦେ୍ର୍ଦଶକ୍ରମେ ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ ଭାସ୍କର ଲେଙ୍କାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଭାଗୀରଥି ପାତ୍ର ଓ ଭଞ୍ଜ ବେହରାଙ୍କ ସମେତ ୧୩ଟି କ୍ଲଷ୍ଟର ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଓ ବିଭିନ୍ନ ବିଦ୍ୟାଳୟର ପ୍ରଧାନଶିକ୍ଷକ ଓ ସହକାରୀ ଶିକ୍ଷକମାନେ ଘରକୁ ଘର ବୁଲି କାଉନ୍ସେଲିଂ କରି ଡ୍ରପଆଉଟ୍ ପିଲାଙ୍କୁ ବିଦ୍ୟାଳୟକୁ ଫେରାଇ ଆଣିବା ପାଇଁ ପ୍ରୟାସ ଜାରି ରଖିଥିବା ଜଣାପଡ଼ିଛି । ଶିକ୍ଷାବିଭାଗର ପଦାଧିକାରୀମାନେ ବିଭିନ୍ନ ଅଞ୍ଚଳକୁ ଗସ୍ତ କରି ଅଧାରୁ ପାଠ ଛାଡ଼ିବାର କାରଣ ଖୋଜିବା ସହ ବିଦ୍ୟାର୍ଥୀମାନଙ୍କୁ ସ୍କୁଲକୁ ଫେରାଇ ଆଣିବା ଦିଗରେ ସହଯୋଗ କରିବା ପାଇଁ ଅଭିଭାବକମାନଙ୍କୁ ସଚେତନ କରୁଥିବା ଦେଖିବାକୁ ମିଳୁଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *