ବିଶ୍ୱବିଦ୍ୟାଳୟ ଆଇନରେ ରୋକ୍

ଭୁବନେଶ୍ୱର,୨ଠା୫(ବୁ୍ୟରୋ): ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନ-୨ଠ୨ଠ ଉପରେ ସୁପ୍ରିମକୋର୍ଟ ରହିତାଦେଶ ଜାରି କରିଛନ୍ତି । ବିଶ୍ୱବିଦ୍ୟାଳୟ ମଞ୍ଜୁରୀ ଆୟୋଗ (ୟୁଜିସି) ପକ୍ଷରୁ ଦାୟର ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ୩ ମାସ ପାଇଁ ଏହି ସଂଶୋଧିତ ଆଇନ ଉପରେ ସ୍ଥଗିତାଦେଶ ଜାରି କରିଛନ୍ତି । ଏଥିସହ ଓଡ଼ିଶା ସରକାରଙ୍କୁ ଜବାବ ରଖିବାକୁ ସର୍ବୋଚ୍ଚ ଅଦାଲତ ନିଦେ୍ର୍ଦଶ ଦେଇଛନ୍ତି ।
ଓଡ଼ିଶା ହାଇକୋର୍ଟ ଏହି ଆଇନକୁ ପୂର୍ବରୁ ସବୁଜସଂକେତ ଦେଇଥିଲେ । ତେବେ ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ଜେଏନ୍ୟୁର ଅବସରପ୍ରାପ୍ତ ପ୍ରଫେସର ଅଜିତ୍ କୁମାର ମହାନ୍ତି ଓ ଉକ୍ରଳ ବିଶ୍ୱବିଦ୍ୟାଳୟର ପ୍ରଫେସର କୁଞ୍ଜବିହାରୀ ପଣ୍ଡା । ଏହି ପିଟିସନର ବିଚାର କରି ଜଷ୍ଟିସ ଏସ.ଅବଦୁଲ ନଜିର ଓ କୃଷ୍ଣ ମୂରାରୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଇନ ଉପରେ ଆସନ୍ତା ୩ ମାସ ପାଇଁ ସ୍ଥଗିତାଦେଶ ଦେଇଛନ୍ତି । ଏହା ସହିତ ଆସନ୍ତା ୪ ସପ୍ତାହ ମଧ୍ୟରେ ସତ୍ୟପାଠ ଦାଖଲ ପାଇଁ ଓଡ଼ିଶା ଆଡ୍ଭୋକେଟ ଜେନେରାଲଙ୍କୁ କୋର୍ଟ ନିଦେ୍ର୍ଦଶ ଦେଇଛନ୍ତି । ମାମଲାର ପରବର୍ତ୍ତୀ ଶୁଣାଣି ୨ ମାସ ପରେ ହେବ । ଆବେଦନକାରୀଙ୍କ ପକ୍ଷରୁ ଆଡ୍ଭୋକେଟ୍ ଜସମିତ ସିଂ ଏହି ମାମଲା ଲଢୁଥିବାବେଳେ ଓଡ଼ିଶା ସରକାରଙ୍କ ପକ୍ଷରୁ ଆଡ୍ଭୋକେଟ୍ ଜେନେରାଲ ଅଶୋକ ପରିଜା, ରାଘବେନ୍ଦ୍ର ଶ୍ରୀବାସ୍ତବ ଓ ଗୌରବ ଖାନ୍ନା ଓଡ଼ିଶା ସରକାରଙ୍କ ପକ୍ଷ ରଖିଥିଲେ । ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଅଧ୍ୟାଦେଶ ବିରୋଧରେ ୨୦୨୦ ଅକ୍ଟୋବର ମାସରେ ଦାୟର ମାମଲାର ଶୁଣାଣି କରି ଏ ସଂପର୍କିତ ଆଇନକୁ ଚ୍ୟାଲେଞ୍ଜ କରିବା ପାଇଁ ଆବେଦନକାରୀଙ୍କୁ ହାଇକୋର୍ଟ ଅନୁମତି ଦେଇଥିଲେ । ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ୍ ଓ ଡକ୍ଟର ଜଷ୍ଟିସ ବି.ଆର.ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ବିଶିଷ୍ଟ ଶିକ୍ଷାବିତ୍ ଅଜିତ କୁମାର ମହାନ୍ତିଙ୍କ ଆବେଦନର ଶୁଣାଣି କରି ଏପରି ନିଦେ୍ର୍ଦଶ ଦେଇଥିଲେ । ଏ ସଂପର୍କିତ ଆଇନକୁ ଚ୍ୟାଲେଞ୍ଜ କରିବା ପାଇଁ ପ୍ରଫେସର ମହାନ୍ତିଙ୍କୁ ଖଣ୍ଡପୀଠ ଅନୁମତି ଦେବା ସହିତ ଅଧ୍ୟାଦେଶକୁ ବିରୋଧ କରି ଦାୟର ଏହି ଆବେଦନର ଶୁଣାଣିରେ ପୂର୍ଣ୍ଣଚ୍ଛେଦ ପକାଇଥିଲେ । ପ୍ରଫେସର ମହାନ୍ତି ଓ ୟୁଜିସି ଉଭୟ ହାଇକୋର୍ଟଙ୍କ ରାୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ।
ୟୁଜିସି ପକ୍ଷରୁ କୁହାଯାଇଥିଲା ଯେ ରାଜ୍ୟ ସରକାରଙ୍କ ଏହି ସଂଶୋଧିତ ବିଶ୍ୱବିଦ୍ୟାଳୟ ଆଇନ ୟୁଜିସି ଆକ୍ଟ-୧୯୫୬ ଅନ୍ତର୍ଗତ ୟୁଜିସି ରେଗୁଲେସନ୍-୨ଠ୧୮ର ବିରୁଦ୍ଧାଚରଣ କରୁଛି । କୋର୍ଟରେ ଦାୟର ୨ଟି ଭିନ୍ନ ଭିନ୍ନ ଜନସ୍ୱାର୍ଥ ମାମଲାରେ କୋର୍ଟଙ୍କ ନୋଟିସ ଆଧାରରେ ୟୁଜିସି ଶିକ୍ଷା ଅଧିକାରୀ ଡ.ସୁପ୍ରିୟା ଦାହିୟା ସତ୍ୟପାଠ ଦାଖଲ କରିଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *