୪୨ରୁ ୧୮ ଚକ ନିର୍ମାଣ ଶେଷ

୪୧ ଦିନ ପରେ ଘୋଷଯାତ୍ରା
ପୁରୀ (ବୁ୍ୟରୋ): ଆଉ ମାତ୍ର ୪୧ ଦିନ ପରେ ଅନୁଷ୍ଠିତ ହେବ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା । ସେଥିପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ମହାପ୍ରଭୁ ବର୍ଷକେ ଥରେ ଅଗଣିତ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବା ପାଇଁ ଶ୍ରୀମନ୍ଦିରର ନୀଳକନ୍ଦରର ରନôସିଂହାସନକୁ ଛାଡ଼ି ଓହ୍ଲାଇ ଆସିଥାନ୍ତି ବଡ଼ଦାଣ୍ଡକୁ । ତେଣୁ ଏହାକୁ ଲକ୍ଷ୍ୟ କରି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜୋରସୋରରେ ଆରମ୍ଭ ହୋଇଛି ।
ଶ୍ରୀନଅର ସମ୍ମୁଖ ରଥଖଳାରେ ଶ୍ରୀଜୀଉଙ୍କ ପାଇଁ ତିନି ରଥ ନିର୍ମାଣ କାର୍ଯ୍ୟ ଚାଲିଛି । କିପରି ଭାବରେ ମହାପ୍ରଭୁଙ୍କ ତିନି ରଥ ନିର୍ମାଣ କାର୍ଯ୍ୟ ସଠିକ୍ ସମୟରେ ଶେଷ ହେବ ସେ ନେଇ ଚିନ୍ତାରେ ରହିଛନ୍ତି ବିଶ୍ୱକର୍ମା କାରିଗର । ରଥଖଳାରେ ଟାଣଖରା ଓ ଅସହ୍ୟ ଗୁଳୁଗୁଳିକୁ ଖାତିର ନ କରି ମାହାରଣା ସେବାୟତମାନେ ରଥ ନିର୍ମାଣରେ ଲାଗି ପଡ଼ିଛନ୍ତି । ତିନି ରଥ ପାଇଁ ୪୨ ଚକ ଆବଶ୍ୟକ ଥିଲା ବେଳେ ୧୮ ଚକ ନିର୍ମାଣ ଶେଷ ହୋଇଛି । ଅନ୍ୟପକ୍ଷରେ ଆସନ୍ତା ପାଞ୍ଚ ତାରିଖରେ ଶୀତଳଷଷ୍ଠୀ ପର୍ବ ଅନୁଷ୍ଠିତ ହେବ । ତେଣୁ ଶ୍ରୀମନ୍ଦିରର ପରମ୍ପରା ଅନୁଯାୟୀ, ଏହି ଦିନ ତିନି ରଥର ଚକ ଡେରା ନୀତି ସମ୍ପନ୍ନ କରାଯିବ । କିପରି ଭାବରେ ତିନି ରଥର ଚକ ନିର୍ମାଣ ଶେଷ କରାଯାଇ ସୁରୁଖୁରୁରେ ଚକ ଡେରା ନୀତି ସମ୍ପନ୍ନ ହେବ ସେ ନେଇ କାର୍ଯ୍ୟରେ ଲାଗିଛନ୍ତି ବିଶ୍ୱକର୍ମା କାରିଗର ।
କୃଷ୍ଣଚନ୍ଦ୍ର ମାହାରଣା କୁହନ୍ତି, ମହାପ୍ରଭୁଙ୍କ କାର୍ଯ୍ୟ ସେ ନିଜେ କରିଥାନ୍ତି । ଆମ୍ଭେ ହେଲୁ ଏକ ମାତ୍ର ମାଧ୍ୟମ । ତାଙ୍କର ବିନା ନିଦେ୍ର୍ଦଶରେ ଯେପରି ଗଛର ପତ୍ରଟିଏ ଝଡ଼େ ନାହିଁ ଠିକ୍ ସେହିପରି ଏହି ତିନି ରଥ କିପରି ନିର୍ମାଣ ହେଉଛି ତାହା ତାଙ୍କୁ ଜଣା । ପ୍ରତ୍ୟେକ ଦିନ ରଥଖଳାରେ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ମହାପ୍ରଭୁଙ୍କ ସ୍ମରଣ କରି କାର୍ଯ୍ୟ ଆରମ୍ଭ ହୋଇଥାଏ । ତାଙ୍କ ଦୟାରୁ ପରମ୍ପରା ଅନୁଯାୟୀ ତିନିରଥ ନିର୍ମାଣ ଶେଷ ହେବ ବୋଲି କହିଛନ୍ତି । ଚକ ନିର୍ମାଣ କାର୍ଯ୍ୟ ସହିତ ଆଜି ଅଖ ପାଇଁ ରଥଖଳାକୁ କାଠ ଅଣା ଯାଇ ସାଇଜ୍ କରାଯାଉଛି । ମାପ ଅନୁସାରେ କେଉଁ ଚକରେ କେଉଁ ଅଖ ସଂଯୋଗ କରାଯିବ ସେନେଇ କାର୍ଯ୍ୟ କରାଯାଉଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *