ସିଦ୍ଧୁଙ୍କ ନୂଆ ଠିକଣା ପଟିୟାଲା ଜେଲ୍

ଚଣ୍ଡିଗଡ଼ (ଏଜେନ୍ସି): ତିନି ଦଶନ୍ଧି ପୁରୁଣା ରୋଡ୍ ରେଜ୍ ମାମଳାରେ ଦୋଷୀ ସାବ୍ୟସ୍ତ ହୋଇ ବର୍ଷେ ଜେଲ ଦଣ୍ଡାଦେଶ ପାଇଥିବା କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁ ଶୁକ୍ରବାର ପଞ୍ଜାବର ପତିଆଲା କୋର୍ଟରେ ଆତ୍ମସମର୍ପଣ କରିବା ପରେ ତାଙ୍କୁ ପଟିଆଲା ଜେଲକୁ ପଠାଇ ଦିଆଯାଇଛି । ୧୯୮୮ର ଏହି ମାମଲାରେ ଗୁରୁବାର ସୁପ୍ରିମ୍ କୋର୍ଟ ତାଙ୍କୁ ଏକ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଦେଇଥିଲେ ।
ଶୁକ୍ରବାର ଅପରାହ୍ନରେ ନବତେଜ ସିଂହ ଚିମାଙ୍କ ସମେତ ଦଳର କିଛି ନେତାଙ୍କ ସହ ଏକ ଏସୟୁଭିରେ ସେ ମୁଖ୍ୟ ବିଚାରବିଭାଗୀୟ ମାଜିଷ୍ଟ୍ରେଟ୍ଙ୍କ ଅଦାଲତରେ ଆତ୍ମସମର୍ପଣ କରିଥିଲେ । ତାଙ୍କୁ ଡାକ୍ତରୀ ପରୀକ୍ଷା ପାଇଁ ପଟିଆଲାର ମାତା କୌଶଲ୍ୟା ହସ୍ପିଟାଲକୁ ନିଆଯାଇଥିଲା । ଆବଶ୍ୟକ ଆଇନଗତ ପ୍ରକ୍ରିୟା ଶେଷ କରାଯିବା ପରେ ତାଙ୍କୁ ଜେଲକୁ ନିଆଯାଇଛି । ୧୯୮୮ ଡିସେମ୍ବର ୨୭ରେ ସିଦ୍ଧୁ ଓ ତାଙ୍କ ବନ୍ଧୁ ରୁପିନ୍ଦର ସିଂହ ସାନ୍ଧୁ ଜଣେ ବୃଦ୍ଧ ଗୁରୁନାମ୍ ସଂହଙ୍କୁ ମାଡ଼ମାରି ଆହତ କରିଥିଲେ । ପରେ ଚିକିତ୍ସାଧୀନ ଅବସ୍ଥାରେ ଗୁରାୁନାମ୍ଙ୍କର ମୃତୁ୍ୟ ଘଟିଥିଲା । ଏହି ମାମଲାରେ ସୁପ୍ରିମ୍ କୋର୍ଟ ତାଙ୍କୁ ଏକ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଅନ୍ୟପକ୍ଷରେ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ କିଛି ସପ୍ତାହ ସମୟ ଦେବା ପାଇଁ ସକାଳେ ତାଙ୍କ ଓକିଲ ଅଭିଷେକ ମନୁ ସିଙ୍ଘଭି ଜଷ୍ଟିସ୍ ଏଏମ୍ ଖାନୱିଲକରଙ୍କ ଖଣ୍ଡପୀଠରେ କୁ୍ୟରେଟିଭ୍ ପିଟିସନ୍ ଦାଖଲ କରିଥିଲେ । ହେଲେ ଜଷ୍ଟିସ୍ ଖାନଓ୍ିଲକର ପିଟିସନ୍ ଅଗ୍ରାହ୍ୟ କରି କହିଥିଲେ, ମାମଲା ସ୍ୱତନ୍ତ୍ର ପୀଠ ସହ ସମ୍ବନ୍ଧିତ ରହିଛି । ତେଣୁ ପ୍ରଧାନ ବି·ରପତିଙ୍କ କୋର୍ଟରେ ଆବେଦନ କରିବାକୁ ପରାମର୍ଶ ଦେଇଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *