ଜବରଦଖଲ: ଜମିକୁ ରାସ୍ତା ବନ୍ଦ

ଭଣ୍ଡାରିପୋଖରୀ (ଆପ୍ର): ଭଣ୍ଡାରିପୋଖରୀ ତହସିଲ ବାରିକପୁର ରାଜସ୍ୱ ସର୍କଲ ଅଧୀନ ଅନନ୍ତପୁରରେ ଜବରଦଖଲ ଯୋଗୁଁ ଚାଷଜମି ଅବରୋଧ ହୋଇଥିବା ଅଭିଯୋଗ ହୋଇଛି । ଚାଷଜମିକୁ ଯାତାୟାତ କରିବା ସମ୍ଭବ ହୋଇପାରୁନଥିବା ଗ୍ରାମବାସୀ କହିଛନ୍ତି । ଗାଁର ସରକାରୀ ଖାତା ୬୮ ଓ ପ୍ଲଟ୍ ନଂ ୧୧୬ ଗ୍ରାମ୍ୟ ଜଙ୍ଗଲ କିଷମ ଜମି ଉପରେ ଗ୍ରାମ୍ୟ ରାସ୍ତା ଚାଷ ଜମିକୁ ସଂଯୋଗ କରୁଛି । ମାତ୍ର ଏହି ରାସ୍ତାର ଗୋଟିଏ ପାଶ୍ୱର୍ରେ ଜଣେ ବ୍ୟକ୍ତି ସ୍ଥାୟୀ ଘର ନିର୍ମାଣ କରିଥିବା ବେଳେ ଅପରପାଶ୍ୱର୍ରେ ଅନ୍ୟଜଣେ ବ୍ୟକ୍ତି ସ୍ଥାୟୀ ଘର ନିର୍ମାଣ କରି ମଝିରେ ଥିବା ରାସ୍ତାକୁ ବାଡ଼ ବୁଲାଇ ଦେଇଛନ୍ତି । ଗାଁଲୋକେ କ୍ରମାଗତ ଭାବେ ୨୦୧୮ରୁ ପ୍ରଶାସନ ନିକଟରେ ଅଭିଯୋଗ କରି ଆସୁଥିଲେ ମଧ୍ୟ ଏହାକୁ ଅଧିକାରୀମାନେ କର୍ଣ୍ଣପାତ କରୁନାହାନ୍ତି । ଗାଁର ରାଜକିଶୋର ମହାକୁଡ ଓ ଅନ୍ୟମାନେ ଅବରୋଧ ହଟାଇବାକୁ ପ୍ରଶାସନ ନିକଟରେ ପୁନର୍ବାର ଗୁହାରି କରିଛନ୍ତି ।
ପ୍ରକାଶ ଯୋଗ୍ୟ ଯେ ଗ୍ରାମର ମୋଟ ୧୭ ଏକର ଗ୍ରାମ୍ୟ ଜଙ୍ଗଲ ଜମି ଜବରଦଖଲ ହୋଇଥିବା ବେଳେ ୭ ଏକର ଗୋଚର ପଡିଆ ଜବରଦଖଲ ହୋଇଛି । ତହସିଲଦାର ସରୋଜକାନ୍ତ ନାୟକଙ୍କୁ ଏ ସମ୍ପର୍କରେ ପଚାରିବାରୁ ଜବରଦଖଲ ସମ୍ପର୍କରେ ଅନୁଧ୍ୟାନ କରାଯିବ ବୋଲି କହିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *