ଟଏ ଟ୍ରେନ୍ ପାଶ୍ୱର୍ରେ ଛଡ଼ାଗଲା ୨ଠଠ ଚିତ୍ରା ହରିଣ
ବାରଙ୍ଗ (ଆପ୍ର): ନନ୍ଦନକାନନରେ ପର୍ଯ୍ୟଟକଙ୍କୁ ଆକର୍ଷଣ ବଢ଼ାଇବା ପାଇଁ କର୍ତ୍ତୃପକ୍ଷ କିଛିନା କିଛି ବ୍ୟବସ୍ଥା ହାତକୁ ନେଉଛନ୍ତି । ଟଏ ଟ୍ରେନ୍ ପରିସରରେ ଥିବା ତାରାଜାଲି ବ୍ୟାରିକେଡ ମଧ୍ୟରେ ଏକ କାଳୀନ ୨୦୦ ଚିତ୍ରା ହରିଣଙ୍କୁ ଛଡ଼ାଯାଇଛି । ଟଏ ଟ୍ରେନ୍ ଉଦ୍ଘାଟନ ପରଠାରୁ ପର୍ଯ୍ୟଟକମାନେ ଟଏ ଟ୍ରେନରେ ବସି ବୁଲିବା ସହିତ ନନ୍ଦନକାନନ ପ୍ରାଣୀଉଦ୍ୟାନର ପ୍ରାକୃତିକ ମନଲୋଭା ପରିବେଶକୁ ଉପଭୋଗ କରିଥାନ୍ତି । ହେଲେ ଟଏ ଟ୍ରେନ୍ କଡ଼ରେ ଆରମ୍ଭରୁ ପର୍ଯ୍ୟଟକ ମାନେ ଜୀବଜନ୍ତୁଙ୍କୁ ଦେଖି ନପାରି ନିରାଶ ହୋଇ ଆସୁଥିଲେ । ନନ୍ଦନକାନନ କର୍ତ୍ତୃପକ୍ଷ ପର୍ଯ୍ୟଟକଙ୍କ ମନୋରଞ୍ଜନ ପାଇଁ ପ୍ରଥମଥର କରି ଟଏ ଟ୍ରେନ କଡ଼ରେ ତାରାଜାଲି ମଧ୍ୟରେ ଥିବା ବ୍ୟାରିକେଡରେ ଏକ କାଳୀନ ୨୦୦ ଚିତ୍ରା ହରିଣଙ୍କୁ ଛାଡିଛନ୍ତି । ଫଳରେ ଆଜିଠାରୁ ପର୍ଯ୍ୟଟକମାନେ ତୃଣଭୋଜି ପ୍ରାଣୀଙ୍କୁ ଦେଖିବା ସହ ପ୍ରାକୃତିକ ମନଲୋଭା ପରିବେଶକୁ ବେଶ ଉପଭୋଗ କରିବା ସହିତ ଜୁନ୍ ମାସରେ ବିଭିନ୍ନ ପ୍ରଜାତିର ପ୍ରାୟ ୫୦୦ରୁ ଊର୍ଦ୍ଧ୍ୱ ତୃଣଭୋଜି ପ୍ରାଣୀମାନଙ୍କୁ ଛଡ଼ାଯିବ ବୋଲି କର୍ତ୍ତୁପକ୍ଷ ସୂଚନା ଦେଇଛନ୍ତି ।