ରାତି ଅଧିଆ ମୋରମ ଚାଲାଣକୁ ବିରୋଧ
ଆନନ୍ଦପୁର (ଆପ୍ର): ଆନନ୍ଦପୁର ପୌରାଞ୍ଚଳ ଶାଳପଡ଼ା ୨, ୩, ୪ ନଂ ମୌଜାର ମୂଲ୍ୟବାନ ଜମିରୁ ରାତିଅଧିଆ ବେଆଇନ ମୋରମ ଚାଲାଣକୁ ନେଇ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଗତ ମଙ୍ଗଳବାର ରାତି ପ୍ରାୟ ସାଢ଼େ ଦଶଟା ବେଳେ ଜାତୀୟ ରାଜପଥ ନିର୍ମାଣ ଦାୟିତ୍ୱରେ ଥିବା ଏଆରଏସ୍ଏସ୍ କମ୍ପାନୀ ଘଷିପୁରା ବଣମୁଣ୍ଡା ଉପଖଣ୍ଡ ଗ୍ରାମ୍ୟ ଜଳଯୋଗାଣ କାର୍ଯ୍ୟାଳୟ ନିକଟରେ ଥିବା ଏକ ସରକାରୀ ଜମିରୁ ମୋରମ ଖୋଳିବାକୁ ଉଦ୍ୟମ କରିଥିଲା । ସ୍ଥାନୀୟ ଜନସାଧାରଣ ସେଠାରେ ପହଞ୍ଚô ଏହାର କଡ଼ା ବିରୋଧ କରିବା ସହ କାହା ନିଦେ୍ର୍ଦଶରେ ମୋରମ ଖୋଳୁଛ ବୋଲି ପ୍ରଶ୍ନ କରିଥିଲେ । ଲୋକଙ୍କ ବିରୋଧ ଦେଖି କମ୍ପାନୀ କର୍ମଚାରୀମାନେ ଗାଡି ଓ ମେସିନ୍ ଧରି ଚାଲି ଯାଇଥିଲେ । କିନ୍ତୁ ପ୍ରାୟ ଅଧ ଘଣ୍ଟା ଭିତରେ ୨୦ଟ୍ରିପ୍ ମୋରମ ଚାଲାଣ ହୋଇଥିବା ନେଇ ସ୍ଥାନୀୟ ଲୋକମାନେ ଅଭିଯୋଗ କରିବା ପରେ ଘଷିପୁରା ତହସିଲଦାର ବାବୁଲୁ ପେରେଇଙ୍କ ନିଦେ୍ର୍ଦଶ କ୍ରମେ ଆର୍ଆଇ ଶରଣ ଦାସ ଘଟଣାସ୍ଥଳରେ ପହଞ୍ଚô ତଦନ୍ତ କରିଥିଲେ ।
ସୂଚନାଯୋଗ୍ୟ ଯେ ଶାଳପଡାର ଏହି ଅଂଚଳ ଆନନ୍ଦପୁର ପୌରାଞ୍ଚଳରେ ଯାଉଥିବା ବେଳେ ଏଠାରେ ୫ଶହ ଏକରରୁ ଉଦ୍ଧ୍ୱର୍ ମୂଲ୍ୟବାନ ସରକାରୀ ଜମି ରହିଛି । ଏହାକୁ ଏକଦା ଶିଳ୍ପ କରିଡର ଭାବେ ବିବେଚନା କରାଯାଉଥିବା ବେଳେ ଅନେକ ଜମି ଏବେ ଜବରଦଖଲକାରୀଙ୍କ କବ୍ଜାରେ ରହିଛି । ଛୁଟିଦିନରେ ମୋରମଚାଲାଣ କରିବାକୁ ଯୋଜନା ପ୍ରସ୍ତୁତ କରାଯାଉଥିବା ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ପୂର୍ବରୁ ଘଷିପୁରା ତହସିଲର ହସନପୁର ଓ ଆନନ୍ଦପୁର ତହସିଲର ଦରଖୋଳାରେ ସରକାରୀ ଜମିରୁ ବିପୁଳ ପରିମାଣରେ ମୋରମ ଚୋରା ଚାଲାଣ କରିଥିବା ନେଇ ଏଆରଏସ୍ଏସ୍ କମ୍ପାନୀ ନାମରେ ଏକାଧିକ ଅଭିଯୋଗ ରହିଛି ।