ମୁକ୍ତା ଯୋଜନାରେ ଉନ୍ନୟନ ପ୍ରକଳ୍ପର ଶୁଭାରମ୍ଭ
ବ୍ରହ୍ମପୁର (ବୁ୍ୟରୋ): ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ରହ୍ମପୁର ମହାନଗର ନିଗମର ୩୮ନମ୍ବର ୱାର୍ଡରେ ବିଭିନ୍ନ ଉନ୍ନୟନମୂଳକ କାମର ଶୁଭାରମ୍ଭ ହୋଇଛି । କାର୍ଯ୍ୟକ୍ରମରେ ଗୋପାଳପୁର ନିର୍ବାଚନ ମଣ୍ଡଳୀ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀଙ୍କ ଓଏସ୍ଡି ଡ.ଗୋପବନ୍ଧୁ ଦାସ ଯୋଗଦେଇ କାମର ଶୁଭାରମ୍ଭ କରିଥିଲେ । ୩୮ନମ୍ବର ୱାର୍ଡ ସିଙ୍ଗିବନ୍ଧର ଚାରିପାଶ୍ୱର୍ରେ ୧୦ଲକ୍ଷ ୩୭ହଜାର ଟଙ୍କା ବ୍ୟୟରେ ଚଲାପଥ, ଗଣେଶ ବନ୍ଧ ଚାରିପାଶ୍ୱର୍ରେ ୧୦ ଲକ୍ଷ ୮୪ ହଜାର ଟଙ୍କା ବ୍ୟୟରେ ଚଲାପଥ, ୬ଲକ୍ଷ ୪୪ ହଜାର ଟଙ୍କା ବ୍ୟୟରେ ଗଣେଶ ନଗର ରାସ୍ତା ଓ କେଶବନଗର ପଞ୍ଚମ, ଷଷ୍ଠ ଲାଇନ୍ରେ ୧୦ ଲକ୍ଷ ଟଙ୍କା ବ୍ୟୟରେ ହେବାକୁ ଥିବା ରାସ୍ତାକାର୍ଯ୍ୟର ଶୁଭାରମ୍ଭ କରାଯାଇଛି । ଏହି ସମସ୍ତ ରାସ୍ତା ମୁକ୍ତା ଯୋଜନାରେ ହେବାକୁ ଥିବାବେଳେ ସମସ୍ତ ରାସ୍ତାକୁ ଫେବର ବ୍ଲକ୍ ଦ୍ୱାରା ନିର୍ମାଣ କରାଯିବ ବୋଲି ଜଣାପଡିଛି । କାର୍ଯ୍ୟଚ୍ରମରେ ଓଏସ୍ଡି ଡ.ଦାସଙ୍କ ସମେତ ନିଗମର ମେୟର ସଂଘମିତ୍ରା ଦଳେଇ, ଡେପୁଟି ମେୟର ଇ.ବିବେକ ରେଡ୍ଡି, ବିଜେଡି ନେତା ସୁବାଷ ମହାରଣା, ଭୀମସେନ ଦଳେଇ, ଜଗନ୍ନାଥ ସାବତ, ଭଗବାନ ଗନ୍ତାୟତ, ସ୍ଥାନୀୟ କର୍ପୋରେଟର ସ୍ୱର୍ଣ୍ଣଲତା ସାବତ, ନିଗମର ନିର୍ବାହୀଯନ୍ତ୍ରୀ ସୀମାଞ୍ଚଳ ଷଢ଼ଙ୍ଗୀ, କନିଷ୍ଠଯନ୍ତ୍ରୀ ଗଣେଶ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।