ଅଘଟଣ ପରେ ବି ଚେତୁନି ପ୍ରଶାସନ

ମୁଣ୍ଡ ନେଉଛି ମୁକୁଳା ଡ୍ରେନ୍
ପୁରୀ (ବୁ୍ୟରୋ): ରଥଯାତ୍ରାକୁ ଆଉ ମାତ୍ର ୪୧ ଦିନ । ହେଲେ ଆଜି ପର୍ଯ୍ୟନ୍ତ ବଡ଼ଦାଣ୍ଡ ସମେତ ଅନ୍ୟ ଡ୍ରେନ୍ ଉପରୁ ଜବରଦଖଲକାରୀଙ୍କୁ ହଟାଇବାରେ ସଫଳ ହୋଇନି ଜିଲ୍ଲା ପ୍ରଶାସନ । ରଥଯାତ୍ରା ସମୟରେ ଶ୍ରୀକ୍ଷେତ୍ରକୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ । ତେଣୁ ସେମାନଙ୍କୁ ସୁରକ୍ଷା ଓ ସହଯୋଗ ପ୍ରଶାସନର ପ୍ରଥମ କାର୍ଯ୍ୟ । ହେଲେ ସହରର ମୁଖ୍ୟ ସମସ୍ୟା ଭାବେ ଉଭା ହୋଇଛି ମୁକୁଳା ଡ୍ରେନ୍ । ଲଗାତର ଭାବରେ ପ୍ରଶାସନ ତରଫରୁ ସଫେଇ କାର୍ଯ୍ୟ ହେଉଥିଲେ ବି ଡ୍ରେନ୍ ଉପରୁ ଜବର ଦଖଲକାରୀଙ୍କୁ ଉଚ୍ଛେଦ କରିବାରେ ପ୍ରଶାସନ ସମ୍ପୂର୍ଣ୍ଣ ବିଫଳ ହୋଇଛି । ଏହି ଜବରଦଖଲକାରୀଙ୍କୁ ତୁରନ୍ତ ହଟାଇବା ସହିତ ଦେବସ୍ନାନ ପୂର୍ଣ୍ଣିମା ପୂର୍ବରୁ ସହରର ବଡ଼ ବଡ଼ ଡ୍ରେନ୍ ଠାରୁ ଆରମ୍ଭ କରି ସାହି ଗଳିକନ୍ଦିରରେ ରହିଥିବା ଛୋଟ ଛୋଟ ନଳା ସଫା କରାଯିବ ବୋଲି ଜିଲ୍ଲାପାଳ ସମର୍ଥ ବର୍ମା ଗତ ରଥ ସମୀକ୍ଷା ବୈଠକରେ ଘୋଷଣା କରିଥିଲେ । ଯାହାକି କୋଦରା କୋଡେ ନ୍ୟାୟରେ କାର୍ଯ୍ୟ ଚାଲିଛି । ପ୍ରଶାସନ ପକ୍ଷରୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଆଜି ପର୍ଯ୍ୟନ୍ତ ଡ୍ରେନ୍ ସଫେଇ ଆରମ୍ଭ ହୋଇନାହିଁ ।
ସେହିପରି ଭାବରେ ସହରରେ ଥିବା ୮୦ ଭାଗ ଡ୍ରେନ୍ ମୁକୁଳା ପଡ଼ିଛି । ତାହା ଉପରେ ଢାକୁଣି ନ ଥିବାରୁ ଅନେକ ସମୟରେ ଏହା ଭିତରେ ମଣିଷ ଠାରୁ ଆରମ୍ଭ କରି ଗାଈଗୋରୁ ପଡ଼ିÿ ଗୁରୁତର ହୋଇଛନ୍ତି । ତତ୍ ସହିତ ଏହି ମୁକୁଳା ଡ୍ରେନ୍ ମଧ୍ୟ ବିଗତ ଦିନରେ ନିଷ୍ପାପ ଶିଶୁର ଜୀବନ ନେଇଥିବା ନଜିର ରହିଛି । ନିକଟରେ ମାର୍କେଟ୍ ଛକଠାରେ ଜଣେ ରିକ୍ସା ଚାଳକଙ୍କ ଡ୍ରେନ୍ରେ ପଡି ମୁତୁ୍ୟ ଘଟିଛି । ଅଘଟଣ ଘଟିଲା ପରେ ବି ପ୍ରଶାସନର ଚେତା ପଶୁନି । ଆସନ୍ତା ୨୩ ତାରିଖରେ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକରେ ଡ୍ରେନ୍ ସମସ୍ୟାକୁ ନେଇ ଆଲୋଚନା ଜୋର ଧରିବ ବୋଲି ଜଣେ ବୁଦ୍ଧିଜୀବୀ ମତ ଦେଇଛନ୍ତି । ଦୁର୍ଘଟଣା ସମୟରେ ମୁକୁଳା ଡ୍ରେନ୍ ବନ୍ଦ କରାଯିବ ବୋଲି ପ୍ରତିଶ୍ରୁତି ଦେଉଥିଲା ବେଳେ ତାହା କେବଳ ପ୍ରତିଶ୍ରୁତିରେ ହଁ ରହୁଛି । ଆଗକୁ ରଥଯାତ୍ରା ଥିଲା ବେଳେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ହେବ । ତେଣୁ ସେହି ଭିଡ଼ ସମୟରେ ଅଘଟଣ ନ ଘଟିବ ତାହା କିଏ କହିବ । ବିଶେଷ କରି ବୁଲା ଗାଈଗୋରୁଙ୍କଠାରୁ ଆରମ୍ଭ କରି ଅନେକ ପର୍ଯ୍ୟଟକ ଏହି ଡ୍ରେନ୍ ପଡ଼ି ଆହତ ହେଉଛନ୍ତି । ତୁରନ୍ତ ମୁକୁଳା ଥିବା ଡ୍ରେନ୍ରେ ସ୍ଲାବ୍ ପକାଇବା ପାଇଁ ସାଧାରଣରେ ଦାବି ହୋଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *