ଦୁର୍ବଳ, ଅପପୁଷ୍ଟି ପିଲାଙ୍କୁ ପୋଷ୍ୟଭାବେ ଗ୍ରହଣ କରିବେ ଅଙ୍ଗନୱାଡ଼ି ଦିଦି

ମୋ ପଞ୍ଚାୟତ ମୋ ବ୍ଲକ ମୋ ଜିଲ୍ଲା ବୈଠକରେ ନିଷ୍ପତ୍ତି
ଢେଙ୍କାନାଳ (ଆପ୍ର): ଢେଙ୍କାନାଳ ଜିଲ୍ଲା କାର୍ଯ୍ୟାଳୟ ସଦ୍ଭାବନା ସଭାଗୃହଠାରେ ଜିଲ୍ଲାପାଳ ସରୋଜ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ମୋ ପଞ୍ଚାୟତ ମୋ ବ୍ଲକ ମୋ ଜିଲ୍ଲା ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାର ୨୨ଶହ ଅଙ୍ଗନୱାଡି କେନ୍ଦ୍ରର ସମସ୍ତ ଅଙ୍ଗନୱାଡି କର୍ମୀ ଜଣେ ଜଣେ ଅପପୁଷ୍ଟି ଓ ପାଠରେ ଦୁର୍ବଳ ଥିବା ପିଲାକୁ ପୋ÷ଷ୍ୟଭାବେ ଗ୍ରହଣ କରି ତାହାର ବିଶେଷ ଯତ୍ନ ନେବାକୁ ପରାମର୍ଶ ଦେଇଛନ୍ତି । ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅର୍ଚ୍ଚନା ପୁହାଣ ବୈଠକରେ ଯୋଗଦେଇ ଜନସାଧାରଣଙ୍କ ସମସ୍ୟା ଓ ତାର ସମାଧାନ ଉପରେ ବିଡିଓମାନେ ବିଶେଷ ଧ୍ୟାନ ଦେବାକୁ ପରାମର୍ଶ ଦେଇଛନ୍ତି । ବିଦୁ୍ୟତ୍ ବିଭାଗ ଅଧିକାରୀମାନେ ପ୍ରତ୍ୟକ୍ଷ ଭାବେ ଗସ୍ତକରି ସେମାନଙ୍କର ସମସ୍ୟା ବୁଝି ସମାଧାନ ଦିଗରେ ଯତ୍ନବାନ ହେବାକୁ ପରାମର୍ଶ ଦେଇଛନ୍ତି । ଜିଲ୍ଲାର ବରିଷ୍ଠ ଅଧିକାରୀ ପ୍ରତ୍ୟେକ ମାସରେ ପ୍ରତି ବ୍ଲକରେ ବୈଠକ ଡାକି ଅଞ୍ଚଳବାସୀଙ୍କ ସମସ୍ୟାର ସମାଧାନ ନିମନ୍ତେ ସମୀକ୍ଷା କରୁଛନ୍ତି । ଜିଲ୍ଲାର ପ୍ରାୟ ୭ ହଜାର ଶିକ୍ଷକ ସ୍ଥାନୀୟ ଅଞ୍ଚଳରେ ପାଠ ପଢିନଥିବା ଜଣେ ଜଣେ ବ୍ୟକ୍ତିଙ୍କୁ ଲେଖାପଢା ଶିଖାଇବାକୁ ପରାମର୍ଶ ଦିଆଯାଇଛି । ଏହାଦ୍ୱାରା ଜିଲ୍ଲାରେ ସାକ୍ଷରତା ହାରକୁ ୮୫ ରୁ ୯୦ ପ୍ରତିଶତ ବୃଦ୍ଧି କରିବାକୁ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଛନ୍ତି । ଆଗାମୀ ୬ମାସ ମଧ୍ୟରେ ଏହାର ସୁଫଳ ଯେପରି ମିଳିପାରିବ ସେଥିପ୍ରତି ଧ୍ୟାନ ଦେବାକୁ ସେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ କହିଛନ୍ତି ।
ବୈଠକରେ ବିଦ୍ୟାଳୟର ଉନ୍ନତି କରଣ, ଆଶୀର୍ବାଦ ଯୋଜନାରେ ପିଲାମାନଙ୍କ ସହାୟତ, ସମସ୍ତ ଅଙ୍ଗନୱାଡି କେନ୍ଦ୍ରକୁ ଜଳଯୋଗାଣ, ବିଦୁ୍ୟତ ସରବରାହ, ମୋ ଉପକାରୀ ବଗିଚା କରିବା, ଶୋ÷ଚାଳୟ ନିର୍ମାଣ, ପାଠପଢା ଛାଡି ସ୍କୁଲ ଆସୁନଥିବା ପିଲାଙ୍କୁ ସ୍କୁଲ ଆଣିବାର ବ୍ୟବସ୍ଥା କରିବା, ବର୍ଷାଦିନେ ବୃକ୍ଷ ରୋପଣ କରିବା, ପ୍ରତ୍ୟେକ ପଞ୍ଚାୟତରେ ମଡେଲ ପାର୍କ, ପୋଖରୀ ଓ ମାଟି ରାସ୍ତା ନିର୍ମାଣ, ଖାଉଟି ସାମଗ୍ରୀ ଯୋଗାଣ, ମନରେଗା ଅଧିନରେ କାର୍ଯ୍ୟର ଅଗ୍ରଗତି, ଫଳ ଓ ପନିପରିବା, ଶସ୍ୟ ଜାତୀୟ ଚାଷ ଆଦି ସଂପର୍କରେ ବିଷଦ ଆଲୋଚନା କରାଯାଇଥିଲା । ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶଶାଙ୍କ ଶେଖର ଦାସ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିଦେ୍ର୍ଦଶକ ସାଫଲ୍ୟ ମଣ୍ଡିତ ପ୍ରଧାନ, ଉପ-ଜିଲ୍ଲାପାଳ ସ୍ନିଗ୍ଧାରାଣୀ ଧଳ, କାମାକ୍ଷାନଗର ଉପ-ଜିଲ୍ଲାପାଳ ଜ୍ୟୋତି ଶଙ୍କର ସାହୁ, ହିନେ୍ଦାଳ ଉପ-ଜିଲ୍ଲାପାଳ ଉଦୟ କୁମାର ମହାପାତ୍ରଙ୍କ ସମେତ ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହିଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *