୧୩ ପ୍ରକଳ୍ପରେ ୧୨୧୮ କୋଟି ନିବେଶ

ଭୁବନେଶ୍ୱର,୨ଠା୫(ବୁ୍ୟରୋ): ଶିଳ୍ପାୟନରେ ଆଉଏକ ପଦକ୍ଷେପ ସ୍ୱରୂପ ୧୨୧୮.ଠ୧ କୋଟି ଟଙ୍କାର ୧୩ଟି ଶିଳ୍ପ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୩ଟି ଶିଳ୍ପ ୟୁନିଟ୍ ଉଦ୍ଘାଟିତ ହୋଇଥିବାବେଳେ ୧୦ଟି ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । ଖାଦ୍ୟ ପ୍ରକି୍ରୟାକରଣ, ପର୍ଯ୍ୟଟନ, ପେପର/ପ୍ୟାକେଜିଂ, ବିନିର୍ମାଣ, ପଲିମର୍ ଏବଂ ପ୍ଲାଷ୍ଟିକ୍ କ୍ଷେତ୍ର ଆଦି ବିଭିନ୍ନ କ୍ଷେତ୍ରରୁ ଏହି ପ୍ରକଳ୍ପଗୁଡ଼ିକ ରହିଛି । ୭୬.୯୭ କୋଟି ଟଙ୍କାର ୩ଟି ଶିଳ୍ପ ୟୁନିଟ୍ର ଉଦ୍ଘାଟନ କରାଯାଇଥିବାବେଳେ ୧୧୪୧.ଠ୪ କୋଟି ଟଙ୍କାର ୧ଠଟି ପ୍ରକଳ୍ପ ପାଇଁ ଶିଳାନ୍ୟାସ କରାଯାଇଛି । ଏହି ପ୍ରକଳ୍ପ ଦ୍ୱାରା ରାଜ୍ୟରେ ୩୩୯ଠରୁ ଅଧିକ କର୍ମନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।
ଏହି ଅବସରରେ କମ୍ପାନୀଗୁଡ଼ିକୁ ଅଭିନନ୍ଦନ ଜଣାଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶା ଦେଶରେ ଏକ ପ୍ରମୁଖ ମାନୁଫାକ୍ଚରିଂ ହବ୍ ଭାବେ ଉଭା ହେଉଛି । ଶିଳ୍ପର ବିକାଶ ପାଇଁ ରାଜ୍ୟ ସରକାର ନିବେଶକଙ୍କ ପାଇଁ ବାଧାମୁକ୍ତ ବ୍ୟବସାୟ ଅନୁକୂଳ ବାତାବରଣ ସୃଷ୍ଟି କରିବା ଉପରେ ଗୁରୁତ୍ୱ ଦେଉଛନ୍ତି ।
୫-ଟିକୁ ଗୁରୁତ୍ୱ ଦିଆଯାଇ ଶିଳ୍ପକ୍ଷେତ୍ରକୁ ସୁଦୃଢ଼ କରାଯାଉଛି । ନିବେଶକଙ୍କ ପସନ୍ଦର ଲକ୍ଷ୍ୟସ୍ଥଳ ଓଡ଼ିଶାକୁ ଗଢ଼ିତୋଳିବା ପାଇଁ ଶିଳ୍ପ ବିଭାଗ ତା’ର ନିରନ୍ତର ପୟାସ ଜାରି ରଖିଛି । ଏହି କାର୍ଯ୍ୟକ୍ରମରେ ଶିଳ୍ପ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କହିଥିଲେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନେତୃତ୍ୱରେ ଶିଳ୍ପ କ୍ଷେତ୍ର କିପରି ଉନ୍ନତ ହେବ ଏବଂ ସଠିକ୍ ଭାବେ କାର୍ଯ୍ୟ କରିବ, ତାହାକୁ ସରକାର ଗୁରୁତ୍ୱ ଦେଉଛନ୍ତି । ଏହାରି ମଧ୍ୟରେ ରାଜ୍ୟରେ ୩ଠ ହଜାର କୋଟି ଟଙ୍କାର ଶିଳ୍ପ ପ୍ରକଳ୍ପର ଉଦ୍ଘାଟନ ଏବଂ ଶିଳାନ୍ୟାସ ହୋଇଛି ଏବଂ ୪ଠ ହଜାରରୁ ଅଧିକ ନିଯୁକ୍ତି ସମ୍ଭାବନା ସୃଷ୍ଟି ହୋଇଛି ।
କାର୍ଯ୍ୟକ୍ରମରେ ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି. କେ. ପାଣ୍ଡିଆନ୍, ଶିଳ୍ପ ବିଭାଗ ପ୍ରମୁଖ ସଚିବ ହେମନ୍ତ ଶର୍ମା, ଏମ୍ଏସ୍ଏମ୍ଇ ପ୍ରମୁଖ ସଚିବ ରଞ୍ଜନା ଚୋପ୍ରା ଏବଂ ଶିଳ୍ପ ବିଭାଗ ନିଦେ୍ର୍ଦଶକ ସାଦିକ୍ ଆଲାମ୍ ପ୍ରମୁଖ ଯୋଗ ଦେଇଥିଲେ ।
ଉଦ୍ଘାଟିତ ହୋଇଥିବା ୩ ପ୍ରକଳ୍ପ ହେଲା- ୬୧.୧୫ କୋଟି ଟଙ୍କା ବିନିଯୋଗରେ ଓରି ଫୁଡ୍ ଆଣ୍ଡ୍ ବିଭରେଜ୍ ପ୍ରା.ଲି. ପକ୍ଷରୁ କଟକ ଟାଙ୍ଗୀଠାରେ ହିନ୍ଦୁସ୍ତାନ ୟୁନିଲିଭର୍ ସହାୟତାରେ ହର୍ଲିକ୍ସ ଏବଂ ବୁଷ୍ଟ୍ ମାନୁଫାକ୍ଚରିଂ ୟୁନିଟ୍ ସ୍ଥାପନ କରାଯାଇଛି । ଏହାଦ୍ୱାରା ୨୨ଠ ନିଯୁକ୍ତି ସୁଯୋଗ ରହିଛି । ସେହିପରି ବରଗଡ଼ଠାରେ ୧୨.୬୨ କୋଟି ବିନିଯୋଗରେ ଏଣ୍ଟର୍ଟେନ୍ମେଣ୍ଟ କିଙ୍ଗ୍ଡମ୍ ଦ୍ୱାରା ରିସର୍ଟ ସହିତ ଆମୁ୍ୟଜ୍ମେଣ୍ଟ ପାର୍କ ସ୍ଥାପନ କରାଯାଇଛି । ଏଥିରେ ୩ଠ ନିଯୁକ୍ତିସୁଯୋଗ ସୃଷ୍ଟି ହୋଇଛି । ଖୋର୍ଦ୍ଧା ଶିଳ୍ପାଞ୍ଚଳରେ ୩.୨ଠ କୋଟି ଖର୍ଚ୍ଚରେ ଦାଶରଥ ନାୟକ ମଲ୍ଟି ପ୍ରଡକ୍ଟ ପ୍ରା.ଲି. ଦ୍ୱାରା କୋରୁଗେଟେଡ୍ ବକ୍ସ ସ୍ଥାପନ କରାଯାଇଛି । ଏଥିରେ ୪ଠରୁ ଅଧିକ ନିଯୁକ୍ତି ସମ୍ଭାବନା ରହିଛି ।
ଏହାଛଡ଼ା ୧ଠଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି । ଖୋର୍ଦ୍ଧାଠାରେ ମେଫେୟାର୍ ହୋଟେଲ୍ ଆଣ୍ଡ୍ ରିସର୍ଟ ପକ୍ଷରୁ ଏକ କନ୍ଭେନ୍ସନ୍ ସେଣ୍ଟର ୩ଠଠ କୋଟି ଟଙ୍କାରେ କରାଯିବ । ଏଥିରେ ୮୫ଠରୁ ଅଧିକ ନିଯୁକ୍ତି ପାଇବେ । ସେହିପରି ପ୍ରଭାତ ହସ୍ପିଟାଲିଟି ପ୍ରା.ଲି. ପକ୍ଷରୁ ପୁରୀରେ ଏକ ପଞ୍ଚତାରକା ହୋଟେଲ୍ ଏବଂ ବିଳାସପୂର୍ଣ୍ଣ ରିସର୍ଟ ୧୩୫.୬୯ କୋଟି ଟଙ୍କାରେ କରାଯିବ । ଏଥିରେ ୩୫ଠରୁ ଅଧିକ ନିଯୁକ୍ତି ସମ୍ଭାବନା ରହିଛି । ଏହାବାଦ୍ ଝାରସୁଗୁଡ଼ାରେ ମାସ୍ ସ୍ପିରିଟ୍ ପ୍ରା.ଲି. ପକ୍ଷରୁ ୨ଠ୪.୬ଠ କୋଟି ଟଙ୍କାରେ ଏକ ୩୬ଠ କେଏଲ୍ପିଡି ଗ୍ରେନ୍ ବେସ୍ଡ ଡିଷ୍ଟି୍ରଲେରି ପ୍ଲାଣ୍ଟ ଏବଂ ୫ ମେଗାୱାଟ୍ କୋ ଜେନେରେସନ୍ ପ୍ଲାଣ୍ଟ କରାଯିବ । ଏଥିରେ ୧୮୫ରୁ ଅଧିକ ନିଯୁକ୍ତି ପାଇବେ । କଟକ ମୁଣ୍ଡୁଳିଠାରେ ଆଗି୍ରଭେଟ୍ ପ୍ରା.ଲି. ଦ୍ୱାରା ୧୨୫ କେଏଲ୍ପିଡି ଗ୍ରେନ୍ ବେସ୍ଡ ଡିଷ୍ଟି୍ରଲେରି ପ୍ଲାଣ୍ଟ୍ ୧୧୨.୫ଠ କୋଟି ବିନିଯୋଗରେ କରାଯିବ । ଏଥିରେ ୧୫୬ ଜଣ ନିଯୁକ୍ତି ପାଇବେ ।
ସେହିପରି ସମ୍ବଲପୁର ବାୟୋଫୁଏଲ୍ ପ୍ରା.ଲି. ପକ୍ଷରୁ ୧ଠ୩ କୋଟି ଟଙ୍କା ବିନିଯୋଗରେ ମାଣେଶ୍ୱରଠାରେ ୧ଠଠ କେଏଲ୍ପିଡି ଇଥାନଲ୍ ଉତ୍ପାଦନ ସମେତ ୩ ମେଗାୱାଟ୍ର କୋଜେନେରେସନ୍ ପାୱାର ପ୍ଲାଣ୍ଟ କରାଯିବ । ଏଥିରେ ୧୧୨ରୁ ଅଧିକ ନିଯୁକ୍ତି ପାଇବେ । ଲାଲ୍ଚାନ୍ଦ ରିସର୍ଟ ପ୍ରା.ଲି. ଦ୍ୱାରା କଟକରେ ଏକ ଚାରିତାରକା ହୋଟେଲ୍ ୭୭.ଠ୪ କୋଟି ଟଙ୍କାରେ ପ୍ରତିଷ୍ଠା କରାଯିବ । ଏଥିରେ ୧୨୯ରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *