କୋଲିକୁ ମୃତୁ୍ୟଦଣ୍ଡ, ପାନେ୍ଧରକୁ ୭ବର୍ଷ ଜେଲ୍

ନୋଏଡା (ଏଜେନ୍ସି): ୨ଠଠ୬ରେ ସମଗ୍ର ଦେଶରେ ଚହଳ ସୃଷ୍ଟି କରିଥିବା ନିଠାରୀ ହତ୍ୟାକାଣ୍ଡ ମାମଲା ପୁଣିଥରେ ଚର୍ଚ୍ଚାକୁ ଆସିଛି । ଏହି ମାମଲାରେ ସିବିଆଇ କୋର୍ଟ ଗୁରୁବାର ଦିନ ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ଏବଂ ତା’ର ଅନ୍ୟଜଣେ ସହଯୋଗୀଙ୍କ ପ୍ରତି ଦଣ୍ଡ ଘୋଷଣା କରିଛନ୍ତି । ସିବିଆଇ କୋର୍ଟ, ନିଠାରୀ ମାମଲାର ମୁଖ୍ୟ ଅଭିଯୁକ୍ତ ସୁରିନ୍ଦର କୋଲିକୁ ଆଇପିସି ଧାରା ୩୬୪ ଅନୁସାରେ ଦୋଷୀ ସାବ୍ୟସ୍ତ କରିବା ପୂର୍ବକ ଜାବଜ୍ଜୀବନ (ଜୀବଦଶା ଥିବା ପର୍ଯ୍ୟନ୍ତ) କାରାଦଣ୍ଡ ଏବଂ ଧାରା ୩ଠ୨ ଅନ୍ତର୍ଗତ ମୃତୁ୍ୟଦଣ୍ଡ ଶୁଣାଇଛନ୍ତି । ସେହିପରି ଏହି ଘଟଣାର ଅନ୍ୟତମ ଦୋଷୀ ତଥା କୋଲିର ସହଯୋଗୀ ମନିନ୍ଦର ସିଂହ ପାନେ୍ଧରକୁ ଅନୈତିକ ବ୍ୟାପାର (ନିୟନ୍ତ୍ରଣ) ଅଧିନିୟମ ଧାରା ୫ ଅନୁସାରେ କୋର୍ଟ ୭ ବର୍ଷ ଜେଲଦଣ୍ଡାଦେଶ ଶୁଣାଇଛନ୍ତି । ଏତଦ୍ବ୍ୟତୀତ ଉଭୟଙ୍କ କ୍ଷେତ୍ରରେ ଆର୍ଥିକ ଜରିମାନା ଦଣ୍ଡ ମଧ୍ୟ ଲାଗୁ କରାଯାଇଥିବା ସୂଚନା ମିଳିଛି ।
ଉଲ୍ଲେଖଯୋଗ୍ୟ, କୋଲିକୁ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୩ଟି ମାମଲାରେ ମୃତୁ୍ୟ ଦଣ୍ଡାଦେଶ ମିଳିଥିବା ବେଳେ ଅନ୍ୟ ୩ଟିରେ ପ୍ରମାଣ ଅଭାବରୁ ତାକୁ ନିଦେ୍ର୍ଦାଷ ଘୋଷଣା କରାଯାଇଛି । ଏସବୁ ମଧ୍ୟରେ ରାଷ୍ଟ୍ରପତି ଦ୍ୱାରା କୋଲିର ରାଜକ୍ଷମା ଆବେଦନ ମଧ୍ୟ ଥରେ ଖାରଜ ହୋଇସାରିଛି । ଫାଶୀ ଦିଆଯିବାରେ ବିଳମ୍ବ ହେବା ଯୋଗୁ ପରବର୍ତ୍ତୀ ସମୟରେ ସୁପ୍ରିମକୋର୍ଟ ମୃତୁ୍ୟଦଣ୍ଡକୁ ଆଜୀବନ କାରାଦଣ୍ଡରେ ପରିବର୍ତ୍ତନ କରିଦେଇଥିଲେ । ତେବେ ସିବିଆଇ କୋର୍ଟ ଗୁରୁବାର ପୁଣିଥରେ କୋଲିକୁ ମୃତ୍ୟୁଦଣ୍ଡାଦେଶ କରିବା ଦେଖିବାକୁ ମିଳିଛି । ଅନ୍ୟପକ୍ଷେ କୋର୍ଟ ପାନେ୍ଧରକୁ ଅପହରଣ, ଦୁଷ୍କର୍ମ ଓ ହତ୍ୟା ମାମଲାରୁ ମୁକ୍ତ କରିଥିବା ବେଳେ ବଳପୂର୍ବକ ମହିଳାମାନଙ୍କୁ ଦେହ ବ୍ୟବସାୟରେ ନିୟୋଜିତ କରୁଥିବା ଅପରାଧରେ ୭ବର୍ଷ ଜେଲଦଣ୍ଡ ଶୁଣାଇଛନ୍ତି । ପ୍ରକାଶ, ଉଭୟ କୋଲି ଏବଂ ପାନେ୍ଧର ବିରୋଧରେ ଆଗତ ଅଧିକାଂଶ ମାମଲା ଏବେ ହାଇକୋର୍ଟ ଓ ସୁପ୍ରିମକୋର୍ଟରେ ବିଚାରଧୀନ ରହିଛି ।
୨ଠଠ୬ ଡିସେମ୍ବର ୨୯ରେ ଦିଲ୍ଲୀ-ୟୁପି ସଂଲଗ୍ନ ନୋଏଡାର ନିଠାରୀ ଅଞ୍ଚଳରୁ ଏକ ଘଟଣା ସାମ୍ନାକୁ ଆସିଥିଲା । ଏହି ଅଞ୍ଚଳରେ ଥିବା କୋଠି ନମ୍ବର ଡି-୫ ପରିସରରୁ ପ୍ରା ୧୯ ଶିଶୁ ଓ ଅନ୍ୟ କେତେକ ମହିଳାଙ୍କ କଙ୍କାଳ ମିଳିଥିଲା । ଏହି ସବୁ ଶରୀର ଅବଶେଷକୁ ୪ଠଟି ପ୍ୟାକେଟରେ ଭର୍ତ୍ତି କରାଯାଇ ନାଳରେ ଭସାଇ ଦିଆଯାଇଥିଲା । ପରେ ପୁଲିସ୍ ଏହି ଘଟଣାର ତଦନ୍ତ କରିବା ସହ ବ୍ୟବସାୟୀ ମନିନ୍ଦର ସିଂହ ପାନେ୍ଧର ଓ ତା’ ପାଖରେ ସହାୟକ ଭାବେ କାମ କରୁଥିବା ସୁରିନ୍ଦର କୋଲିକୁ ଗିରଫ କରିଥିଲା । ପାନେ୍ଧର ପରିବାର ପଞ୍ଜାବରେ ରହୁଥିବା ବେଳେ ଏହି କୋଠିରେ ପାନେ୍ଧର ଏବଂ କୋଲି ଅଧିକାଂଶ ସମୟ ରହୁଥିଲେ । ପାନେ୍ଧର ଦେହବ୍ୟବସାୟ ଆରମ୍ଭ କରିଥିବା ବେଳେ ଏଥିରେ କୋଲି ତାକୁ ସାହାଯ୍ୟ କରୁଥିଲା । ତେବେ ପରବର୍ତ୍ତୀ ସମୟରେ କୋଲି, ପାନେ୍ଧର ଅଜାଣତରେ କୋଠିକୁ ଆସୁଥିବା ମହିଳାଙ୍କ ସହ ଆଖପାଖ ଅଞ୍ଚଳର ଶିଶୁମାନଙ୍କୁ କୋଠିକୁ ଆଣି ଦୁଷ୍କର୍ମ କରିବା ପରେ ହତ୍ୟା କରୁଥିଲା । କୋଲି ଜେରା ବେଳେ ଏହା ନିଜେ ସ୍ୱୀକାର କରିଥିଲା । ସେତେବେଳେ ନିଠାରୀ କାଣ୍ଡ ସାରା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *