୨୪ ହଜାର ଶ୍ରମିକ କୋଭିଡ୍ ସହାୟତାରୁ ବଞ୍ଚିତ

ଶ୍ରମ ଯୋଜନା ବାଟବଣା
ବାରିପଦା (ଆପ୍ର): ମୟୂରଭଞ୍ଜ ଜିଲ୍ଲାରେ ୧ଲକ୍ଷ ୨୩ ହଜାର ୬୮୩ ଜଣଙ୍କ ନାଁରେ ରହିଛି ଶ୍ରମିକ କାର୍ଡ । ଶ୍ରମିକ କାର୍ଡ ପାଇଁ ଆବେଦନ ପତ୍ର ବି ୧ ହଜାର ଅନୁମୋଦନ ଅପେକ୍ଷାରେ ରହିଛି । ସବୁଠାରୁ ବଡ଼ କଥା ହେଲା ପଞ୍ଜୀକୃତ ଶ୍ରମିକ ମଧ୍ୟରୁ ୨୪ ହଜାର ଶ୍ରମିକଙ୍କ ପତ୍ତା ମିଳୁନି ।
ମିଳିଥିବା ସୂଚନା ଅନୁଯାୟୀ, ପ୍ରଥମ ପର୍ଯ୍ୟାୟରେ ମୟୂରଭଞ୍ଜ ଜିଲ୍ଲାକୁ ୭୮ ହଜାର ଶ୍ରମିକଙ୍କ ନିମନ୍ତେ ୧୧କୋଟି ୭୦ହଜାର ଟଙ୍କା କରୋନା ସହାୟତା ରାଶି ଆସିଥିଲା । ଜିଲ୍ଲାପାଳଙ୍କ ନିଦେ୍ର୍ଦଶ କ୍ରମେ ସମସ୍ତ ବ୍ଲକ୍ ଓ ପଞ୍ଚାୟତସ୍ତରରେ ଅଧିକାରୀ ପଞ୍ଜୀକୃତ ଶ୍ରମିକଙ୍କୁ ୧୫୦୦ ଟଙ୍କା ଲେଖାଏଁ ଅନୁଦାନ ପ୍ରଦାନ କରିଥିଲେ । ତେବେ ଏହି ପର୍ଯ୍ୟାୟକ୍ରମେ ୭୦ ହଜାର ଲୋକଙ୍କୁ ୧୦ ଲକ୍ଷ ୫୦ ହଜାର ଟଙ୍କା ପ୍ରଦାନ କରାଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ୮୦୦୦ ଶ୍ରମିକଙ୍କ ଠିକଣା ନ ପାଇବାରୁ ୧ କୋଟି ୨୦ ଲକ୍ଷ ଟଙ୍କା ଦିଆ ଯାଇନାହିଁ । ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ଜିଲ୍ଲାର ପାଖାପାଖି ୯୫ ହଜାର ଶ୍ରମିକଙ୍କ ନିମନ୍ତେ ୧୪ କୋଟି ୨୫ ଲକ୍ଷ ସହାୟତା ଅନୁଦାନ ଦେବାକୁ ନିଦେ୍ର୍ଦଶ ଥିବାବେଳେ ୭୮ ହଜାର ଶ୍ରମିକଙ୍କୁ ୧୧ କୋଟି ୭୦ ଲକ୍ଷ ଟଙ୍କା ବ୍ୟାଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରାଯାଇଛି । ଏହି ପର୍ଯ୍ୟାୟରେ ମଧ୍ୟ ୧୭ ହଜାର ଶ୍ରମିକଙ୍କୁ ୩ ଲକ୍ଷ ୬୦ ହଜାର ଟଙ୍କା ପ୍ରଦାନ କରାଯାଇ ନାହିଁ । ଦୁଇଟି ପର୍ଯ୍ୟାୟରେ ଜିଲ୍ଲାରେ ଶ୍ରମିକଙ୍କୁ ୨୪ ହଜାର କରୋନା ସହାୟତା ରାଶି ପ୍ରଦାନ କରାଯାଇନାହିଁ । ହେଲେ ଜିଲ୍ଲା ଶ୍ରମ ବିଭାଗ କହୁଛି, ସଚେତନତା ଅଭାବରୁ ଗ୍ରାମାଞ୍ଚଳର ପଞ୍ଜୀକୃତ ଶ୍ରମିକମାନେ କରୋନା ସହାୟତା ରାଶି ସମ୍ପର୍କରେ ଜାଣି ନାହାନ୍ତି । ଆଉକିଛି ହିତାଧିକାରୀ ନିଜ ଆଧାର ଲିଙ୍କ୍ କରି ନ ଥିବାରୁ ଆକାଉଣ୍ଟକୁ ଟଙ୍କା ଯାଇନି । ତେବେ ଏହି କାରଣ ପାଇଁ ୨୪ ହଜାର ଶ୍ରମିକ ସହାୟତା ରାଶି ପାଇବାରୁ ବଞ୍ଚିତ ହେବାକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ବୁଦ୍ଧିଜୀବୀ । ଶ୍ରମ ବିଭାଗ ଯେତେ ସଫେଇ ଦେଲେ ବି ଶ୍ରମିକ କାର୍ଡ ପ୍ରସ୍ତୁତି ସମୟରେ ବଡ଼ଧରଣର କେଳେଙ୍କାରୀ ହୋଇଥିବା ଜଣାପଡ଼ିଛି । କିଛି ଶ୍ରମିକ ସଂଗଠନର କାର୍ଯ୍ୟକର୍ତ୍ତାଙ୍କ କହିବା ଅନୁଯାୟୀ, ୨୪ ହଜାରରୁ ପ୍ରାୟ ୨୦ ହଜାର କାର୍ଡ ଜାଲ୍ ହିତାଧିକାରୀଙ୍କ ନାଁରେ ରହିଛି । ଏମିତିକି ପୁଲିସ, ଶିକ୍ଷକ ଓ ବଡ଼ବଡ଼ିଆ ଲୋକଙ୍କ ନାଁରେ ଶ୍ରମିକ କାର୍ଡ ହୋଇଛି । ସରକାରୀ ସହାୟତା ହାତେଇବା ପାଇଁ ବିଭାଗୀୟ କାର୍ଯ୍ୟାଳୟର କିଛି କର୍ମଚାରୀଙ୍କୁ ହାତ କରି ଦଲାଲମାନେ ଏଭଳି କାମ କରିଛନ୍ତି । ଏପଟେ ଯୋଗ୍ୟ ହିତାଧିକାରୀ ଶ୍ରମିକ କାର୍ଡ ଖଣ୍ଡେ ପାଇଁ ବାରମ୍ବାର ଶ୍ରମ କାର୍ଯ୍ୟାଳୟକୁ ଦୌଡ଼ି ନୟାନ୍ତ ହେଉଛି । ତେଣୁ ଏକ ଉଚ୍ଚସ୍ତରୀୟ ଟିମ୍ ଦ୍ୱାରା ଏହାର ନିରପେକ୍ଷ ତଦନ୍ତ ହେଲେ ପ୍ରକୃତ ରହସ୍ୟ ଲୋକଲୋଚନକୁ ଆସି ପାରନ୍ତା ବୋଲି ସେମାନେ ଦାବି କରିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *