ଉପଭୋକ୍ତାଙ୍କୁ ତ୍ୱରିତ ନ୍ୟାୟ ଉପରେ ଗୁରୁତ୍ୱ
ବିଭିନ୍ନ ସଂଗଠନର ଡାଟାବେସ୍ ଡିଜିଟାଇଜ୍ କରିବାକୁ ନିଦେ୍ର୍ଦଶ
ଭୁବନେଶ୍ୱର (ବୁ୍ୟରୋ): ରାଜ୍ୟ ସରକାର ଉପଭୋକ୍ତାମାନଙ୍କର ଅଧିକାର ଓ ସୁରକ୍ଷାକୁ ପ୍ରାଥମିକତା ପ୍ରଦାନ କରି ଉପଭୋକ୍ତାଙ୍କର ସଚେତନତା ଉପରେ ଗୁରୁତ୍ୱ ପ୍ରଦାନ କରିବା ସହିତ ବିଭିନ୍ନ ଉପଭୋକ୍ତା ବିବାଦ ପ୍ରତିକାର ଆୟୋଗର ଭିତ୍ତିଭୂମି ଓ ଖାଲିଥିବା ପଦବୀ ପୂରଣ ନିମନ୍ତେ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି ।
ଭୁବନେଶ୍ୱରଠାରେ ଆୟୋଜିତ ରାଜ୍ୟ ଉପଭୋକ୍ତା ବିବାଦ ପ୍ରତିକାର ଆୟୋଗର ନବନିଯୁକ୍ତ ସଦସ୍ୟ ଏବଂ ଜିଲ୍ଲା ଉପଭୋକ୍ତା ବିବାଦ ପ୍ରତିକାର ଆୟୋଗର ନବନିଯୁକ୍ତ ସଭାପତି ଓ ସଦସ୍ୟସଦସ୍ୟାମାନଙ୍କର ତିନିଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଲେ ଯେ ୫-‘ଟି’ କାର୍ଯ୍ୟକ୍ରମରେ ଉପଭୋକ୍ତାଙ୍କୁ ସଚେତନ ଦିଗରେ କାର୍ଯ୍ୟ କରୁଥିବା ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ, ଖାଉଟି ସଂଗଠନ ଓ ଖାଉଟିକର୍ମୀ ଓ ସଂପୃକ୍ତ ସଂଗଠନଗୁଡ଼ିକର ଡାଟାବେସ୍କୁ ଡିଜିଟାଇଜ୍ କରିବା ପାଇଁ ମନ୍ତ୍ରୀ ରାଜ୍ୟ ଉପଭୋକ୍ତା ପ୍ରତିଷ୍ଠାନକୁ ନିଦେ୍ର୍ଦଶ ଦେବା ସହିତ ଆବଶ୍ୟକ ହ୍ୱାଟସ୍ଆପ୍ ଗ୍ରୁପ୍ ଗଠନ କରିବା ପାଇଁ କହିଥିଲେ ।
ରାଜ୍ୟ ଉପଭୋକ୍ତା ପ୍ରତିଷ୍ଠାନ ଆନୁକୂଲ୍ୟରେ ଆୟୋଜିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ସଭାପତି ଜଷ୍ଟିସ ଡି.ପି. ଚୌଧୁରୀ, ପ୍ରଫେସର ଶ୍ରୀକୃଷ୍ଣା ଦେବରାଓ, ଖାଉଟି କଲ୍ୟାଣ ଉପଦେଷ୍ଟା ପ୍ରଫେସର ବେଜନ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ ।