ପୁଲିସ୍କୁ ବନ୍ଧୁକ ଦେଖାଇ ଛଡ଼ାଇନେଲେ ହାଇୱା

କଣ୍ଟାପଡା (ଆପ୍ର): କଣ୍ଟାପଡା ତହସିଲ ଅଧୀନରେ ଥିବା ତୀର୍ଥପୁର ବାଲିଘାଟରେ ଗତକାଲି ବାଲିନେଇ ଯାଉଥିବା ହାଇୱା ଗାଡି (ଓଡି-୦୨-ଏଡି-୭୨୮୧)କୁ ଝାରପଡା ଆରଆଇ ସର୍କଲ ଅଧୀନରେ ୪ଜଣ ଆରଆଇଙ୍କ ମିଳିତ ଟିମ୍ ଅଟକ ରଖିଥିଲେ । ଘଟଣା ସ୍ଥଳରୁ ଡ୍ରାଇଭର, ହେଲପର ଫେରାର ହୋଇଯାଇଥିବା ବେଳେ ଗାଡିଟିକୁ ଗୋବିନ୍ଦପୁର ପୁଲିସ୍ ଜିମା ଦେଇଥିଲେ । କିନ୍ତୁ ଗତକାଲି ରାତିରେ ଗାଡି ମାଲିକ ଚାରି ପାଞ୍ଚଜଣ ଯୁବକଙ୍କୁ ଆଣି ଜଗିଥିବା ପୁଲିସକୁ ବନ୍ଧୁକ ଦେଖାଇ ଗାଡିଟିକୁ ଛଡ଼ାଇ ନେଇଥିବା ଧାନମଣ୍ଡଳ ଆରଆଇ କହିଛନ୍ତି । ଏହି ଘଟଣାକୁ ନେଇ ଆରଆଇ ଗୋବିନ୍ଦପୁର ଥାନାରେ ଲିଖିତ ଅଭିଯୋଗ କରିବା ପରେ ଗୋବିନ୍ଦପୁର ପୁଲିସ୍ ଉକ୍ତ ଏତାଲାକୁ ଗ୍ରହଣ କରୁନାହିଁ । ଏ ନେଇ ଗୋବିନ୍ଦପୁର ଥାନା ଆଇଆଇସି ଅନାମ ଚରଣ ନାୟକଙ୍କୁ ପ·ରିବାରୁ ବନ୍ଧୁକ ଦେଖାଇବା କଥାକୁ ଅସ୍ୱୀକାର କରିବା ସହିତ ଧମକେଇ ଧକ୍କାମାରି ଗାଡିଟିକୁ ଛଡାଇ ନେଇଥିବା କଥା ସ୍ୱୀକାର କରିଛନ୍ତି । ଏ ସମ୍ପର୍କରେ ଜଗିଥିବା ପୁଲିସ୍ର ଲିଖିତ ଅଭିଯୋଗ କ୍ରମେ ଆଉ ଏକ ମାମଲା ରୁଜୁ ହେବ ବୋଲି କହିଛନ୍ତି ।
ଏଥିସହିତ ଗାଡି ମାଲିକ ଗାଡିଟିକୁ ଥାନାରେ ଆଣି ଜିମାଦେବେ ବୋଲି କହିଛନ୍ତି । ଥାନା ଏଏସଆଇ ଆଲୋକ କୁମାର ଷଢଙ୍ଗୀ କହିଛନ୍ତି ରାଜସ୍ୱ ବିଭାଗ ଗାଡିଟିକୁ ଆମ ଜିମା ଦେଇନଥିବା ବେଳେ ଆମକୁ ଖାଲି ମୌଖିକଭାବେ ଡକାଇ ରାସ୍ତା ଉପରେ ଜଗାଇଥିଲେ । ଏଠାରେ ପ୍ରଶ୍ନ ଉଠୁଛି ବାଲିଗାଡିଟିକୁ ଆରଆଇ ଜବତ କରିଥିଲେ ମଧ୍ୟ ତହସିଲ୍ କାର୍ଯ୍ୟାଳୟ ଓ ଥାନା ପରିସରକୁ ନେଇନଥିଲେ କାହିଁକି? ପୁଲିସ୍ ଯଦି ଉକ୍ତ ଗାଡିକୁ ଜଗିଥିଲା ତେବେ କଡ଼ା ସୁରକ୍ଷା ବ୍ୟବସ୍ଥା କରିନଥିଲା କାହିଁକି । ରାଜସ୍ୱ ବିଭାଗ ଓ ପୁଲିସ୍ର ଭିନ୍ନ ଭିନ୍ନ ମନ୍ତବ୍ୟ ଜବତ ବାଲିଗାଡିର ଉଭାନ ଘଟଣା ରହସ୍ୟମୟ ସାଜିଛି । ଏହି ଘଟଣାକୁ ଗ୍ରାମାଞ୍ଚଳ ଏସ୍ପି ଓ କଟକ ଜିଲ୍ଲାପାଳ ବିଧିବଦ୍ଧ ତଦନ୍ତ କରି ଏହି ଘଟଣା ନିମନ୍ତେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ସଂପୃକ୍ତ ଗାଡି ମାଲିକ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେଲେ ଏହିଘଟଣାର ରହସ୍ୟ ପଦାକୁ ଆସିବ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *