ନନ୍ଦନକାନନ ପାଚେରି ଭାଙ୍ଗି ପୁଣି ପଶିଲେ ହାତୀ
ବାରଙ୍ଗ (ଆପ୍ର): ଦୀର୍ଘ ଦିନ ପରେ ନନ୍ଦନକାନନ ପ୍ରାଣୀଉଦ୍ୟନକୁ ପସିଛନ୍ତି ପୁଣି ଦୁଇଟି ବଣୁଆ ହାତୀ । ଗତକାଲି ବୁଧବାର ବିଳମ୍ବିତ ରାତ୍ରିରେ ଦାରୁଠେଙ୍ଗ ଦେଇ ନନ୍ଦନକାନନ ଭାଲୁ ସଫାରି ପାଖ ପାଚେରୀ ଭାଙ୍ଗି ଭିତରକୁ ·ଲି ଆସିଛନ୍ତି ବଣୁଆ ହାତୀ । ପ୍ରାଣୀଉଦ୍ୟନର ୪ଟି ସ୍ଥାନରେ ଥିବା ସୁରକ୍ଷା ପାଚେରୀକୁ ହାତୀ ଭାଙ୍ଗି ପରିସରରେ ବ୍ୟାପକ ଭଙ୍ଗାରୁଜା କରିଛନ୍ତି । ହେଲେ ଜୀବଜନ୍ତୁ ରହୁଥିବା କୌଣସି ଖୁଆଡକୁ ଭାଙ୍ଗି ନଥିବା ବେଳେ ପରିସରରେ କୈଣସି ଜୀବଜନ୍ତୁଙ୍କର କିଛି କ୍ଷତି ଘଟି ନଥିବା ଜଣା ପଡ଼ିଛି । ଏପଟେ ଖବର ଲେଖାହେବା ବେଳକୁ ବଣୁଆ ହାତୀ ଦୁଇଟି ତୃଣଭୋଜି ସଫାରି ନିକଟରେ ରହିଥିବା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।
ପ୍ରକାଶ ଯେ, କିଛି ଦିନ ତଳେ ଚନ୍ଦକା ଜଙ୍ଗଲରୁ ଦୁଇଟି ବଣୁଆ ହାତୀ ନନ୍ଦନକାନନ ପାଚେରୀ ଭାଙ୍ଗି ପ୍ରାଣୀଉଦ୍ୟନକୁ ପ୍ରବେଶ କରି ପର୍ଯ୍ୟଟକ ବୁଲୁଥିବା ଅଞ୍ଚଳକୁ ·ଲି ଆସିଥିଲେ । ଯାହା ଫଳରେ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ପ୍ରାଣୀଉଦ୍ୟନକୁ ଗୋଟିଏ ଦିନ ପାଇଁ ବନ୍ଦ ରଖାଯାଇଥିଲା । ତେବେ ଦୀର୍ଘଦିନ ପରେ ପୁଣି ନନ୍ଦନକାନନକୁ ବଣୁଆ ହାତୀ ପ୍ରଶେ କରିବା ନେଇ ପର୍ଯ୍ୟଟକମାନେ ବୁଲିବା ପାଇଁ ଭୟଭୀତ ହୋଇ ପଡିଛନ୍ତି । ତେବେ ହାତୀ ଘଉଡାଇବା ପାଇଁ ସିକୁରୀଟି ବ୍ୟବସ୍ଥାକୁ କଡାକଡି କରାଯିବା ସହ ପରିସରରେ ଥିବା ସମସ୍ତ ଖୁଆଡ଼ ଛକରେ ପାଟ୍ରୋଲିଂକୁ ଗୁରୁତ୍ୱ ଦିଆଯାଇ ଥିବା ନନ୍ଦନକାନନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।