ମେଣ୍ଟିନାନ୍ସ ପାଇଁ ବିଦୁ୍ୟତ୍ କାଟ୍

ଭୁବନେଶ୍ୱର,୧୮ା୫(ବୁ୍ୟରୋ): ଘନଘନ ଅଘୋଷିତ ବିଜୁଳି କାଟ୍କୁ ନେଇ ବିଧାନସଭାର ଶକ୍ତି ବିଭାଗ ସମ୍ପର୍କିତ ଷ୍ଟାଣ୍ଡିଂ କମିଟି ବୈଠକରେ ଉଦ୍ବେଗ ପ୍ରକାଶ ପାଇଛି । ତେବେ ଗତବର୍ଷ ମେଣ୍ଟିନାନ୍ସ ହୋଇନଥିବାରୁ ଏବେ କାମ ଚାଲିଛି । ସେଥିପାଇଁ ବିଜୁଳି କାଟ୍ ହେଉଛି । ହେଲେ ଏଣିକି ସକାଳ ସମୟରେ ମେଣ୍ଟିନାନ୍ସ କରାଯିବ ବୋଲି ଟାଟା ପାୱାର ପକ୍ଷରୁ କୁହାଯାଇଛି ।
ବିଧାନସଭା ଷ୍ଟାଣ୍ଡିଂ କମିଟି-୧ଠର ତୃତୀୟ ବୈଠକ ବିଧାୟକ ସୁବ୍ରତ ତରାଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଜନସାଧାରଣଙ୍କ ସ୍ୱାର୍ଥଦୃଷ୍ଟିରୁ ଗ୍ରୀଷ୍ମକାଳରେ ବିଜୁଳିକାଟ୍ ନ କରିବା ଓ ବର୍ଷାଦିନ ପୂର୍ବରୁ ୩୩/୧୧ କେଭି ଗ୍ରୀଡ଼୍ ସବ୍ଷ୍ଟେସନ୍ ସ୍ଥାପନ କାର୍ଯ୍ୟ ଶେଷ କରିବାକୁ କମିଟି ନିଦେ୍ର୍ଦଶ ଦେଇଛନ୍ତି । ଯେଉଁ ଗ୍ରାମଗୁଡ଼ିକୁ ବିଦୁ୍ୟତ୍ ତାର ସଂଯୋଗ ହୋଇଛି କିନ୍ତୁ ଟ୍ରାନ୍ସଫର୍ମର ଅକାମି ହୋଇଯାଇଛି, ତେଣୁ ବିଦୁ୍ୟତ୍ ଯୋଗାଣ ହୋଇପାରୁନାହିଁ । ଅଥଚ ଗ୍ରାମାବାସୀଙ୍କ ପାଖକୁ ମାସିକ ହାରାହାରି ବିଦୁ୍ୟତ୍ ବିଲ୍ ଆସିଛି ବୋଲି ଅନେକ ସ୍ଥାନରେ ଜନସାଧାରଣ ଅଭିଯୋଗ କରୁଛନ୍ତି । ଏଭଳି ସ୍ଥଳେ ହାରିହାରି ବିଦୁ୍ୟତ୍ ବିଲ୍ ନ ଦେବାକୁ କମିଟି ନିଦେ୍ର୍ଦଶ ଦେଇଛନ୍ତି । ରାତିରେ ବିଜୁଳି କାଟ୍ ନ କରିବା ସହ ପାୱାର ଆଉଟେଜ୍ ହ୍ରାସ କରିବାକୁ ବିତରଣ କମ୍ପାନୀଙ୍କୁ ପରାମର୍ଶ ଦେଇଛି କମିଟି ।
ଏହି ବୈଠକରେ ବିଧାୟକ ସୁରେଶ ରାଉତରାୟ, ପର୍ଶୁରାମ ଧଡା, ଜଗନ୍ନାଥ ନାୟକ, ରୁଦ୍ରପ୍ରତାପ ମହାରଥୀ, ପ୍ରଭୁ ଜାନୀ, ରଘୁରାମ ପଡ଼ାଲ, ବିଧାନସଭା ସଚିବ ଦାଶରଥୀ ଶତପଥୀଙ୍କ ସମେତ ଶକ୍ତି ବିଭାଗର ଅଧିକାରୀ ଏବଂ ବିଦୁ୍ୟତ୍ ଯୋଗାଣ କମ୍ପାନୀର କର୍ମକର୍ତ୍ତା ଯୋଗ ଦେଇଥିଲେ ।
ଶକ୍ତି ବିଭାଗର ପ୍ରମୁଖ ସଚିବ ନିକୁଞ୍ଜ ବିହାରୀ ଧଳ ଗଣମାଧ୍ୟମରେ କହିଛନ୍ତି, ରାଜ୍ୟରେ ଏବେ ବିଜୁଳି ସମସ୍ୟା ନାହିଁ । ପିକ୍‌ ସମୟରେ ରାଜ୍ୟକୁ ୪ ହଜାର ୪୦୦ରୁ ୪ ହଜାର ୫୦୦ ମେଗାୱାଟ୍‌ ବିଜୁଳି ଦରକାର ପଡୁଛି । ମେ’ ଆରମ୍ଭରୁ ଏହି ଚାହିଦା ପୂରଣ ହେଉଛି । ତେବେ ବିଭିନ୍ନ ପ୍ରକାର ମେଣ୍ଟିନାନ୍ସ ଓ କ୍ୟାପିଟାଲ ୱାର୍କ ଲାଗି ବିତରଣ କମ୍ପାନି ବିଜୁଳି କାଟ୍ କରୁଛନ୍ତି । ଟାଟା ପାୱାର ପକ୍ଷରୁ କୁହାଯାଇଛି ଯେ, ଗତବର୍ଷ କୋଭିଡ୍‌ ଓ ବାତ୍ୟା ଯୋଗୁ ମେଣ୍ଟେନାନ୍ସ କାମ ହୋଇ ପାରିନଥିଲା । ଗ୍ରାହକଙ୍କ୍ୁ ଉତ୍ତମ ସେବା ଯୋଗାଇବାକୁ ମେଣ୍ଟିନାନ୍ସ କାମ କରାଯାଉଛି ।
ତେବେ ଏଣିକି କେବଳ ସକାଳ ସମୟରେ ମେଣ୍ଟେନାନ୍ସ କାମ କରାଯିିବ । ବିଜୁଳି କାଟ୍ ସମସ୍ୟାର ସମାଧାନ ଲାଗି ଟାଇମ୍ ମ୍ୟାନେଜମେଣ୍ଟ ସହ ବର୍ଷାଦିନ ପୂର୍ବରୁ ମେଣ୍ଟେନାନ୍ସ କାମ ସାରିବାକୁ ବିତରଣ କମ୍ପାନିଙ୍କୁ ନିଦେ୍ର୍ଦଶ ଦେଇଛି ଶକ୍ତି ସମ୍ପର୍କିତ ଷ୍ଟାଣ୍ଡିଂ କମିଟି । ଏମିତିକି ବିଦୁ୍ୟତ୍‌ ବିଲ୍‌ ସମ୍ପର୍କିତ ସମସ୍ୟାକୁ ଜିଲ୍ଲାସ୍ତରରେ ବିଜୁଳି ଅଦାଲତ ମାଧ୍ୟମରେ ସମାଧାନ କରିବାକୁ କମିଟି ପରାମର୍ଶ ଦେଇଛି ।
ଏହି ବୈଠକରେ ଓଡ଼ିଶା ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋଚନା ହୋଇଥିଲା । ବିଧାୟକ ଶ୍ରୀ ତରାଇ ‘ବସୁନ୍ଧରା’ ଯୋଜନାରେ ଭୂମିହୀନ ଲୋକଙ୍କୁ ୪ ଡେସିମିଲ୍ ଜାଗା ଯୋଗାଇବାକୁ ପରାମର୍ଶ ଦେଇଛନ୍ତି । ସହରାଞ୍ଚଳରେ ୧ଠଠ/୧୫ଠ ଭୂମିହୀନ ପରିବାରଙ୍କୁ ଗୋଟିଏ ସ୍ଥାନରେ ଜମି ପ୍ରଦାନ କରିବା ସହ ମୌଳିକ ଆବଶ୍ୟକତା ଯୋଗାଇ ଦେଲେ ଆର୍ଥିକ ଦୁର୍ବଳ ଶ୍ରେଣୀର ଲୋକ ଏହାର ସୁଫଳ ପାଇବେ । ଭୂମିହୀନଙ୍କ ଆଧାର ଲିଙ୍କ୍ ହେଲେ ହିଁ ଜଣେ ବ୍ୟକ୍ତି ଗୋଟିଏ ସ୍ଥାନରେ ଜମି ପାଇବ । ଅନ୍ୟଥା ଅନେକ ସ୍ଥାନରେ ଜମି ପାଇଁ ଆବେଦନ କରିବାର ସମ୍ଭାବନା ଥିବା ସଦସ୍ୟମାନେ ପ୍ରକାଶ କରିଛନ୍ତି । ସେପଟେ ପଡୋଶୀ ଆନ୍ଧ୍ର ପ୍ରଦେଶ ଏବଂ ପଶ୍ଚିମବଙ୍ଗକୁ ଅବାଧ ବାଲି ଚାଲାଣ ଅଭିଯୋଗ ଆସୁଥିବାରୁ ଏ ଦିଗରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ କମିଟି ଅଧିକାରୀଙ୍କୁ ନିଦେ୍ର୍ଦଶ ଦେଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *