ତାରାତାରିଣୀ ପୀଠ ଉତ୍ସବମୁଖର

୧ଠ୫.୫ କୋଟି ବ୍ୟୟରେ ଉନ୍ନତୀକରଣ
ବ୍ରହ୍ମପୁର(ବୁ୍ୟରୋ)/ଛତ୍ରପୁର/ପୁରୁଷୋତ୍ତମପୁର(ଆପ୍ର): ଗଞ୍ଜାମ ଜିଲ୍ଲା ଗସ୍ତ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାରାତାରିଣୀଙ୍କର ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗ ଦେଇ ରାଜ୍ୟବାସୀଙ୍କର ମଙ୍ଗଳ କାମନା କରି ମା’ଙ୍କର ଆଶୀର୍ବାଦ କାମନା କରିଛନ୍ତି । ଋଷିକୂଲ୍ୟା ନଦୀ ପାର୍ଶ୍ୱର ଉନ୍ନତୀକରଣ ନିମନ୍ତେ ୨୮ କୋଟି ଟଙ୍କା ବିନିମୟରେ ନିର୍ମାଣ ହେବାକୁ ଥିବା ଉଦ୍ୟାନ, ସୌନ୍ଦର୍ଯ୍ୟକରଣ ଏବଂ ମନ୍ଦିର ଚତୁଃପାର୍ଶ୍ୱରେ ୧୫ କୋଟି ବିନିମୟରେ ହେବାକୁ ଥିବା ରାସ୍ତାର ଉନ୍ନତୀକରଣ ନିମନ୍ତେ ମୁଖ୍ୟମନ୍ତ୍ରୀ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ରାଜ୍ୟ ସରକାରଙ୍କ ପ୍ରଦତ୍ତ ୧୦୫.୫ କୋଟି ଟଙ୍କା ବିନିମୟରେ ମନ୍ଦିରର ଚତୁଃପାର୍ଶ୍ୱ ବିକାଶ, ସୌନ୍ଦର୍ଯ୍ୟକରଣ, ଗର୍ଭ ଗୃହ ନିର୍ମାଣ, ପାର୍ଶ୍ୱ ଦେବତା ମନ୍ଦିର ନିର୍ମାଣ, ପ୍ରସାଦ ଗୃହ, ମୁଣ୍ଡନ ଗୃହ ଇତ୍ୟାଦିର ବିକାଶ କରାଯାଇଛି । ୨୦୨୦ ରେ ଏହାର ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇ ୫-ଟି ଅନ୍ତର୍ଗତ ଦୁଇ ବର୍ଷ ମଧ୍ୟରେ ଏହି କାର୍ଯ୍ୟ ସମାପନ ହୋଇଛି । ଆଗାମୀ ଦିନରେ ଅନେକ ଉନ୍ନୟନମୂଳକ କାର୍ଯ୍ୟ କରିବା ଯୋଜନା ରହିଛି ।
ଓଡିଶାର ବିକାଶ ଦିଗରେ ରୂପାନ୍ତରୀକରଣ ଦ୍ୱାରା ଅନେକ କିଛି ପରିବର୍ତ୍ତନ ହୋଇପାରୁଛି, ଏହା କେବଳ ମୁଖ୍ୟମନ୍ତ୍ରୀଙ୍କର ଆନ୍ତରିକତା ଦ୍ୱାରା ସଫଳ ହୋଇପାରିଛି ବୋଲି ରାଜ୍ୟ ଜଙ୍ଗଲ, ପରିବେଶ, ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ପ୍ରକାଶ କରିଥିଲେ । ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଯୋଗଦାନ କରି ନିଜ ବକ୍ତବ୍ୟରେ କହିଥିଲେ ଯେ, ମନ୍ଦିରର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଅନେକ ଉନ୍ନତି କରାଯାଇଛି । ଜଗନ୍ନାଥ ମନ୍ଦିରର ଉନ୍ନତି ଦିଗରେ ଯେଉଁଭଳି କାର୍ଯ୍ୟପନ୍ଥା ଗ୍ରହଣ କରାଯାଇଛି, ଠିକ୍ ସେହିଭଳି ମା’ ତାରାତାରିଣୀ ପୀଠର ସୁରକ୍ଷାକୁ ଲକ୍ଷ୍ୟ ରଖି ପୂରଣ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତରେ ୫-ଟି ସଚିବ ଭି. କାର୍ତ୍ତିକେୟନ ପାଣ୍ଡିଆନ୍ ମନ୍ଦିର ପରିଦର୍ଶନ କରି ମା’ ଙ୍କ ଆଶୀର୍ବାଦ ଗ୍ରହଣ କରିଥିଲେ । ଏହି ଅବସରରେ ଶିଳ୍ପୀ ସ୍ୱର୍ଗତ ରଘୁନାଥ ମହାପାତ୍ରଙ୍କ ଧର୍ମପତ୍ନୀ ରଜନୀ ମହାପାତ୍ର, ମନ୍ଦିର ଆର୍କିଟେକ୍ଟ ନାରାୟଣ ତ୍ରିପାଠୀ, ବିନା ପାରିଶ୍ରମିକରେ ମନ୍ଦିର କାର୍ଯ୍ୟରେ ଶ୍ରମଦାନ କରିଥିବା କୁମାରୀ ଦାଶ, ରାସ୍ତା ଓ କୋଠାବାଡ଼ି ବିଭାଗର ସହକାରୀ ଯନ୍ତ୍ରୀ ସୁରେଶ କୁମାର ମିଶ୍ରଙ୍କୁ ମୁଖ୍ୟମନ୍ତ୍ରୀ ମନ୍ଦିରର ଉନ୍ନତି ନିମନ୍ତେ ସେମାନଙ୍କ ପଦକ୍ଷେପକୁ ଭୂୟସୀ ପ୍ରଶଂସା କରି ସମ୍ମାନିତ କରିଥିଲେ ।
କାର୍ଯ୍ୟକ୍ରମରେ କୃଷି ମନ୍ତ୍ରୀ ଡ. ଅରୁଣ କୁମାର ସାହୁ, ମନ୍ତ୍ରୀ ଅଶୋକ ପଣ୍ଡା, ଆସିକା ସାଂସଦ ପ୍ରମୀଳା ବିଷୋୟୀ, ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ମେୟର ସଂଘମିତ୍ରା ଦଳେଇ, ଡେପୁଟି ମେୟର ଇ. ବିବେକ ରେଡ଼ୀ, ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ, କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ, ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ଚିକିଟି ବିଧାୟିକା ଉଷା ଦେବୀ, ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ ପ୍ରମୁଖ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ, ବ୍ରହ୍ମପୁର ମହାନଗର ନିଗମ କମିଶନର୍ ଡ. ସିଦେ୍ଧଶ୍ୱର ବଳୀରାମ ବୋନ୍ଦାର, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିଦେ୍ର୍ଦଶକ ସିନେ୍ଦ ଦତ୍ତାତ୍ରେୟ ଭାଉ ସାହେବ, ବ୍ରହ୍ମପୁର ଉପଜିଲ୍ଲାପାଳ ଭି. କୀର୍ତ୍ତିଭାସନ, ଦକ୍ଷିଣାଞ୍ଚଳ ଆଇଜି ସତ୍ୟବ୍ରତ ଭୋଇ, ଗଞ୍ଜାମ ଏସ୍ପି ବ୍ରିଜେଶ କୁମାର ରଏଙ୍କ ସମେତ ଜିଲ୍ଲା ପ୍ରଶାସନ ଓ ପୁଲିସ ପ୍ରଶାସନର ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *