୧୪ ଟନ୍ କୋଇଲା ଜବତ

୩ଠ ବର୍ଷ ଧରି ଚାଲିଥିଲା ଚୋରା ଡିପୋ
ଢେଙ୍କାନାଳ (ଆପ୍ର): ଢେଙ୍କାନାଳ ସଦର ଥାନା ଝାରଗାଡ଼ିଆ ଫାଣ୍ଡି ମୂଳସିଂହ ନିକଟରେ ପୁଲିସ ନାକତଳେ ୩୦ ବର୍ଷ ଧରି ଚାଲିଥିଲା ଚୋରା କୋଇଲା ବ୍ୟବସାୟ । ଅଭିଯୋଗ ହେବା ପରେ ଖଣି ବିଭାଗ ଅଧିକାରୀ ଏବଂ ପୁଲିସ୍ ମିଳିତ ଭାବେ ବୁଧବାର ମୂଳସିଂ ନିକଟରେ ଥିବା ୨ଟି ଚୋରା କୋଇଲା ଡିପୋକୁ ଠାବ କରିଛନ୍ତି । ତେବେ ପୁଲିସ ଜାଣିଶୁଣି ଏହି ଚୋରା ବେପାରକୁ ପ୍ରଶ୍ରୟ ଦେଉଥିଲା ବୋଲି ଦୃଢ଼ ଅଭିଯୋଗ ହୋଇଛି । ଚଢ଼ଉ ବେଳେ ମାଫିଆମାନେ ଛତ୍ରଭଙ୍ଗ ଦେଇଥିବା ବେଳେ ଦୁଇଟି ଡିପୋରେ ଗଚ୍ଛିତ ପ୍ରାୟ ୧୪ ଟନ୍ କୋଇଲାକୁ ଜବତ କରାଯାଇଛି ।
ତାଳଚେର ଅଞ୍ଚଳରୁ ୫୫ ନଂ. ଜାତୀୟ ରାଜପଥ ଦେଇ ବିଭିନ୍ନ ଅଞ୍ଚଳକୁ ଯାଉଥିବା କୋଇଲାରୁ କିଛି ଭାଗ ମୂଳସିଂଠାରେ ଗଚ୍ଛିତ ରଖାଯାଏ । କୋଇଲାର ଓଜନକୁ ଠିକ୍ ରଖିବାକୁ ସେଥିରେ ପାଣି ମିଶାଇ ଦିଆଯାଏ । ଏଭଳି କାରବାର ଦୀର୍ଘ ୩୦ ବର୍ଷ ଧରି ଏଠାରେ ଚାଲି ଆସୁଥିବା ବେଳେ ଏଥିରେ ନିୟୋଜିତ ର୍ୟାକେଟ୍ ଟନ୍ ଟନ୍ କୋଇଲାକୁ ବିଭିନ୍ନ ଅଞ୍ଚଳକୁ ଚାଲାଣ କରୁଥିଲେ । ଜବତ ୧୪ ଟନ୍ କୋଇଲା ଖଣି ବିଭାଗକୁ ହସ୍ତାନ୍ତର କରାଯାଇଥିବା ବେଳେ ଏଥିରେ ସଂପୃକ୍ତ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି ପୁଲିସ୍ ସୂଚନା ଦେଇଛି । ତେବେ ମୂଳିସିଂହ ସହିତ କଲେଜ ନିକଟରେ ସମାନ ଭାବରେ ଚୋରା କୋଇଲା ବ୍ୟବସାୟ ଚାଲିଥିବା ମଧ୍ୟ ଜଣାପଡିଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *