ସ୍ୱାଭିମାନ ଅଞ୍ଚଳରେ ନିଜସ୍ୱ ଅଗ୍ନିଶମ ସେବା କେନ୍ଦ୍ର

ପ୍ରତି ବ୍ଲକ୍ରେ ଅଗ୍ନିଶମ ସେବା କେନ୍ଦ୍ର ପ୍ରତିଷ୍ଠାରେ ମାଇଲଖୁଣ୍ଟ
ଭୁବନେଶ୍ୱର (ବୁ୍ୟରୋ): ଓଡ଼ିଶା ଅଗ୍ନିଶମ ସେବା ଦ୍ୱାରା ବୁଧବାର ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳ ନିମନ୍ତେ ଚିତ୍ରକୋଣ୍ଡାଠାରେ ଏବଂ ମୟୂରଭଞ୍ଜ ଜିଲ୍ଲାର କୁଳିଅଣା ବ୍ଲକ୍ ଅଧୀନସ୍ଥ ·ନ୍ଦୁଆଠାରେ ଅଗ୍ନିଶମ ସେବା କେନ୍ଦ୍ରର ଶୁଭ ଉଦ୍ଘାଟନ କରାଯାଇଛି । ଏହି ଦୁଇଟି କେନ୍ଦ୍ର ସ୍ଥାପନ ସହିତ ସାରା ରାଜ୍ୟର ୩୧୪ଟି ବ୍ଲକ୍ରେ ଗୋଟିଏ ଲେଖାଏଁ ଅଗ୍ନିଶମ ସେବା କେନ୍ଦ୍ର ସ୍ଥାପନର ଲକ୍ଷ୍ୟ ପୂରଣରେ ରାଜ୍ୟ ସରକାର ଏକ ମାଇଲଖୁଣ୍ଟ ସ୍ଥାପନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଆଭାସୀ ଭାବେ ଯୋଗଦେଇ ଗୃହ(ରାଷ୍ଟ୍ର) ମନ୍ତ୍ରୀ କ୍ୟାପ୍ଟେନ୍ ଦିବ୍ୟଶଙ୍କର ମିଶ୍ର ଓ ରାଜସ୍ୱ ଓ ବିପର୍ଯ୍ୟୟ ପରି·ଳନା ମନ୍ତ୍ରୀ ସୁଦାମ ମାର୍ଣ୍ଡି ଶୁଭ ଉଦ୍ଘାଟନ କରିଥିଲେ । ଏହି ଅବସରରେ ଓଡ଼ିଶା ଅଗ୍ନିଶମ ସେବାର ମହାନିଦେ୍ର୍ଦଶକ ସନ୍ତୋଷ କୁମାର ଉପାଧ୍ୟାୟ, ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା, ଜିଲ୍ଲାପାଳ, ମାଲକନଗିରି ପ୍ରମୁଖ ଯୋଗଦେଇଥିଲେ ।
ଏହି ଉଭୟ କେନ୍ଦ୍ର ପାଇଁ ରାଜ୍ୟ ସରକାର ୧୫ ଜଣ ଲେଖାଏଁ କର୍ମ·ରୀ ମୁତୟନ ସକାଶେ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଚିତ୍ରକୋଣ୍ଡାଠାରେ ପ୍ରତିଷ୍ଠା କରାଯାଇଥିବା ଏହି ନୂତନ ଅଗ୍ନିଶମ କେନ୍ଦ୍ର ଜିଲ୍ଲାର ସ୍ୱାଭିମାନ ଅଞ୍ଚଳର ଆବଶ୍ୟକତା ପୂରଣ କରିବ । ମାଲକାନଗିରି ଜିଲ୍ଲାପାଳ ଏହି କେନ୍ଦ୍ର ପାଇଁ ଆବଶ୍ୟକୀୟ ସରକାରୀ ଜମି ଯୋଗାଇ ଦେଇଥିବାବେଳେ ·ନ୍ଦୁଆ କେନ୍ଦ୍ର ସକାଶେ ଚିହ୍ନିତ ଜମି ନିମନ୍ତେ ସ୍ଥାନୀୟ ବନଖଣ୍ଡ ଅଧିକାରୀଙ୍କଠାରୁ ଜଙ୍ଗଲ ମଞ୍ଜୁରୀ ପ୍ରଦାନ ବାକି ରହିଥିବା ଜଣାପଡ଼ିଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *