ସପ୍ତମ ବେତନକୁ ନେଇ ଶିକ୍ଷକ ମହଲରେ ତୀବ୍ର ଅସନ୍ତୋଷ

ଢେଙ୍କାନାଳ (ଆପ୍ର): ଢେଙ୍କାନାଳ ଜିଲ୍ଲା ଓଷ୍ଟା ସଙ୍ଘ ତରଫରୁ ସରକାରଙ୍କ ଦ୍ୱାରା ଘୋଷଣା ହୋଇଥିବା ସପ୍ତମ ବେତନ କମିଶନକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଏହାକୁ ନେଇ ଏକ ଦାବୀ ପତ୍ର ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯିବା ସହିତ ଏହାର ସମାଧାନ ପାଇଁ ଦାବି କରାଯାଇଛି । ଓଡିଶାରେ ନୂତନ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଗୁଡିକୁ ସପ୍ତମ ବେତନ ନାମରେ ନୂତନ ଅନୁଦାନ ନିତୀ-୨୧ ପ୍ରଣୟନ କରାଯାଇଛି । ଏହାକୁ ଲାଗୁ କରିବା ପାଇଁ ୧୩ ତାରିଖରେ ଯେଉଁ ମୋଡାଲିଟି ପ୍ରକାଶ ପାଇଛି ଏହାଦ୍ୱାରା ରାଜ୍ୟର ୫୦ ହଜାର ଶିକ୍ଷକ ଶିକ୍ଷୟିତ୍ରୀ ପ୍ରଭାବିତ ହେବେ ବୋଲି ସଙ୍ଘ ପ୍ରକାଶ କରିଛି । ଏହି ମୋଡାଲିଟି ଦ୍ୱାରା ରାଜ୍ୟର ହଜାର ହଜାର ଶିକ୍ଷକ ଆର୍ଥିକ ଭାବରେ ଘୋର କ୍ଷତି ସହିବା ସହିତ ସ୍ୱାଭିମାନ ଏବଂ ପଦ ମର୍ଯ୍ୟାଦାକୁ ବ୍ୟାହତ କରିଛି ।
୨୦୧୭ ଅନୁଦାନ ଆଇନରେ ପର୍ଯ୍ୟବେଶିତ ବାର୍ଷିକ ଦରମା ବୃଦ୍ଧିକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସର୍ବୋଚ୍ଚ ଅଦାଲତରେ ସତ୍ୟପାଠ ଦାଖଲ କରି ମଧ୍ୟ ଏହାକୁ ଉଲ୍ଲଙ୍ଘନ କରିଛନ୍ତିି । ଷଷ୍ଠ ବେତନ କମିଶନ ଅନୁସାରେ ଯେଉଁମାନେ ୬୦ ଭାଗ ଏବଂ ୭୦ ଭାଗ ଦରମା ପାଉଥିଲେ ସେହି ଶିକ୍ଷକ ଏବଂ ଶିକ୍ଷା କର୍ମଚାରୀମାନଙ୍କୁ ଅନୁପାତ ଭିତ୍ତିକ ସପ୍ତମ ବେତନ ପ୍ରଦାନର ବ୍ୟବସ୍ଥା, ଯେଉଁମାନେ ଶତ ପ୍ରତିଶତ ପାଉଥିଲେ ସେମାନଙ୍କୁ ସପ୍ତମ ବେତନରେ ଅନ୍ତର୍ଭୁ୍କ୍ତ କରିବା ଏବଂ ସମସ୍ତ ଚତୁର୍ଥ କର୍ମଚାରୀ ଏବଂ ଅନ୍ୟମାନଙ୍କୁ ସପ୍ତମ ବେତନ ନିର୍ଦ୍ଧାରଣକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି । ଏହାର ସମାଧାନ ପାଇଁ ସଙ୍ଘର ସମ୍ପାଦକ ବିଭୁତି ସାମଲଙ୍କ ସହିତ ସନ୍ତୋଷ କୁମାର ପାଣିଗ୍ରାହୀ, ପିତାମ୍ବର ଦାସ, ଶ୍ରୀରାମ ରାଉତ, ଅଶ୍ୱିନୀ ରାୟ, ତପନ କୁମାର ସାହୁଙ୍କ ସହିତ ଅନ୍ୟମାନେ ଏକ ଦାବିପତ୍ର ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *