୫ ବର୍ଷରେ ସ୍ଥାପନ ହେବ ୧ ଲକ୍ଷ ଡିପ୍ ବୋର୍ୱେଲ୍
କ୍ୟାବିନେଟ୍ ନିଷ୍ପତ୍ତି
ଭୁବନେଶ୍ୱର(ବୁ୍ୟରୋ): ଅନୁଗୁଳରେ ମେଗା ଆଲୁମିନିୟମ ପାର୍କର ବିକାଶ ପାଇଁ ରାଜ୍ୟ ସରକାର ମୋଟ୍ ୪୨୮.୯୫ କୋଟି ଟଙ୍କା (ଜମି ଅଧିଗ୍ରହଣକୁ ଅନ୍ତର୍ଭୁକ୍ତ କରି) ଆର୍ଥôକ ସହାୟତା ପ୍ରଦାନ କରିବେ । ତିନିବର୍ଷରେ ପାର୍କ ସମାପ୍ତ ହେବ । ରାଜ୍ୟ କ୍ୟାବିନେଟ୍ରେ ଏହାକୁ ଅନୁମୋଦନ ଦିଆଯାଇଛି । ଏ ବାବଦରେ ଇଡ୍କୋକୁ ୨ଠ୨୧-୨୨ରୁ ୨ଠ୨୩-୨୪ ମଧ୍ୟରେ ମୋଟ୍ ୪୨୮.୯୫ କୋଟି ଟଙ୍କା ପ୍ରଦାନ କରିବା ପାଇଁ ଅନୁମୋଦନ ଦିଆଯାଇଛି ।
ସେହିପରି ଭୁବନେଶ୍ୱର ସହରକୁ ପାନୀୟ ଜଳ ଯୋଗାଣ ପାଇଁ ନିର୍ମାଣ ହେବ ବ୍ୟାରେଜ୍ । ଏଥିପାଇଁ ଖର୍ଚ୍ଚ ହେବ ୧୨୮ କୋଟି ଟଙ୍କା । ଏହି ବ୍ୟାରେଜ୍ ନିର୍ମାଣ ପ୍ରସ୍ତାବକୁ ମଞ୍ଜୁରୀ ଦେଇଛି ରାଜ୍ୟ କ୍ୟାବିନେଟ୍ । ପାଣ୍ଡରା ନିକଟରେ ଏହି ବ୍ୟାରେଜ୍ ନିର୍ମାଣ ହେବ ।
ସେହିପରି ଗାନ୍ଧୀ ଯାନ୍ତ୍ରିକ ଓ ପ୍ରଯୁକ୍ତି ବିଦ୍ୟା ଅନୁଷ୍ଠାନ ବିଶ୍ୱବିଦ୍ୟାଳୟ, ଓଡ଼ିଶା ଆଇନ, ୨୦୦୮ର ଧାରା-୬, ୮, ୯, ୨୯, ୩୨, ୩୫ ଓ ୩୬ର ସଂଶୋଧନ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ ପ୍ରଦାନ କରିଛନ୍ତି । ଏହାସହ ସିଭି ରମଣ ଗ୍ଲୋବାଲ୍ ବିଶ୍ୱବିଦ୍ୟାଳୟ ଓଡ଼ିଶା ଆଇନ୍-୨୦୧୯ର ଧାରା-୬, ୮, ୯, ୨୩, ୨୮, ୩୧, ୩୪ ଓ ୩୫ର ସଂଶୋଧନ ପ୍ରସ୍ତାବ ମଧ୍ୟ କ୍ୟାବିନେଟ୍ ଅନୁମୋଦନ ଲାଭ କରିଛି । ଅନ୍ୟପକ୍ଷରେ ଉଭୟ ରବି ଓ ଖରିଫ୍ ଚାଷ ନିମନ୍ତେ ଜଳସେଚନ ବ୍ୟବସ୍ଥା ପାଇଁ ଆଗାମୀ ୫ ବର୍ଷ ମଧ୍ୟରେ ୧ ଲକ୍ଷ ଗଭୀର ନଳକୂପ ସ୍ଥାପନ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ୨୬ ଜିଲ୍ଲା ଅନ୍ତର୍ଗତ ୨୫୬ଟି ବ୍ଲକ୍ରେ ଏହା କାର୍ଯ୍ୟକାରୀ କରାଯିବ । ଏହି ପ୍ରକଳ୍ପ ଦ୍ୱାରା ୧ ଲକ୍ଷ ଗଭୀର ନଳକୂପ ମାଧ୍ୟମରେ ୫ ଲକ୍ଷ ହେକ୍ଟର ଖରିଫ୍ ଓ ୨ ଲକ୍ଷ ହେକ୍ଟର ରବି ଫସଲ ପାଇଁ ଜଳସେଚନ ଯୋଗାଇ ଦେବା ନିମନ୍ତେ ୪୧୯୮.୧୬ କୋଟି ଟଙ୍କା ବ୍ୟୟ କରାଯିବ । ଆଗାମୀ ୫ ବର୍ଷ ୨୦୨୧-୨୨ରୁ ୨୦୨୫-୨୬ ମଧ୍ୟରେ ଏହାକୁ କାର୍ଯ୍ୟକ୍ଷମ କରିବା ପାଇଁ କ୍ୟାବିନେଟ୍ ନିଷ୍ପତ୍ତି ନେଇଛନ୍ତି । ଏହାଦ୍ୱରା ପ୍ରତିବର୍ଷ ଅର୍ଥକାରୀ ଫସଲ ଉତ୍ପାଦନ କରି ପ୍ରାୟ ୧ ଲକ୍ଷ କୃଷକ ଉପକୃତ ହୋଇପାରିବେ ।
ସେହିପରି ବିନା ବିସ୍ଥାପନରେ ସୀମିତ ନଦୀଗର୍ଭରେ ବୃହତ୍ ଜଳାଶୟ ସୃଷ୍ଟି ଲାଗି ସରକାର ୨୦୧୯-୨୦ରେ ୧୧୭୦୦ କୋଟି ବ୍ୟୟରେ ନଦୀଗର୍ଭ ସୀମିତ ଜଳସଂରକ୍ଷଣ ଆନିକଟ୍ ନିର୍ମାଣ ପ୍ରକଳ୍ପର ଯୋଜନା କରିଛନ୍ତି । ଏହି ପ୍ରକଳ୍ପ ଲାଗି ୧୨୮ କୋଟି ୭ ଲକ୍ଷ ଟଙ୍କାର ଟେଣ୍ଡରକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ ଦେଇଛନ୍ତି । ଏହାକୁ ୨୪ ମାସ ମଧ୍ୟରେ ସଂପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏହି ପ୍ରକଳ୍ପଟି ଭୁବନେଶ୍ୱର ମହାନଗର ନିଗମ ଓ ବାଲିଅନ୍ତା ତହସିଲ ଲୋକଙ୍କର ପାନୀୟ ଜଳ ଓ ଘରୋଇ ବ୍ୟବହାର ନିମନ୍ତେ ପର୍ଯ୍ୟାପ୍ତ ଜଳ ଉପଲବ୍ଧô କରାଇବା । ରାଜ୍ୟ କ୍ୟାବିନେଟ୍ ଗଙ୍ଗାଧର ମେହେର ଉଠାଜଳସେଚନ ପ୍ରକଳ୍ପ (ଅତିରିକ୍ତ ଆୟ କଟ)କୁ ଜଳଯୋଗାଣ ପାଇଁ ଆହ୍ୱାନ କରିଥିବା ଟେଣ୍ଡର ଅନୁମୋଦନ କରିଛନ୍ତି । ଏହି ପ୍ରକଳ୍ପ ପାଇଁ ୧୮୫ କୋଟି ୪୫ ଲକ୍ଷ ୨ ହଜାର ୬ଶହ ୫୦ଟଙ୍କାର ଟେଣ୍ଡର ଅନୁମୋଦିତ ହୋଇଛି । ୨୪ ମାସ ମଧ୍ୟରେ ଏହା ସଂପୂର୍ଣ୍ଣ ହେବ । ଏହାଦ୍ୱାରା ୫୭୫୦ ହେକ୍ଟର ଚାଷଜମିକୁ ଜଳସେଚିତ କରାଯାଇପାରିବ । ବରଗଡ଼ ଜିଲ୍ଲାର ୧୨ ଗ୍ରାମର ଲୋକେ ଏଥିରେ ଉପକୃତ ହେବେ । ଏହାଛଡ଼ା ରାଜ୍ୟରେ ଥିବା ଛୋଟ ଛୋଟ ନଦୀନାଳମାନଙ୍କରେ ୧୨୮୦ଟି ଆଡ଼ିବନ୍ଧ ନିର୍ମାଣ କରାଯିବ । ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ତିଆରି ଯୋଜନାରେ ଚେକ୍ଡ୍ୟାମ୍ ନିର୍ମାଣ ଯୋଜନାକୁ କ୍ୟାବିନେଟ୍ ଅନୁମୋଦନ ପ୍ରଦାନ କରିଛନ୍ତି । ଆସନ୍ତା ୩ ବର୍ଷରେ ୮୧୧.୪୫ କୋଟି ଟଙ୍କା ବ୍ୟୟରେ ୨୭ ହଜାର ୬ ଶହ ହେକ୍ଟର ଚାଷଜମିକୁ ଜଳସେଚନ ବ୍ୟବସ୍ଥା କରାଯିବ ।