ବର୍ଷକରେ ପ୍ରଦୂଷଣ ମୃତୁ୍ୟ ୯ଠ ଲକ୍ଷ
ଲାନ୍ସେଟ୍ ଷ୍ଟଡି ରିପୋର୍ଟ
ନୂଆଦିଲ୍ଲୀ (ଏଜେନ୍ସି): ସମଗ୍ର ବିଶ୍ୱ ଏବେ ପ୍ରଦୂଷଣଜନିତ ସମସ୍ୟା ଦିନକୁ ଦିନ ବଢ଼ି ବଢ଼ି ଚାଲିଛି । ପରିବେଶ ତଥା ପ୍ରକୃତି ଉପରେ ପ୍ରଦୂଷଣଜନିତ ପ୍ରଭାବ ପରିଲକ୍ଷିତ ହେବା ଆରମ୍ଭ ହୋଇଯାଇଛି । ବିଶ୍ୱ ଜଳବାୟୁ ପରିବର୍ତ୍ତନ ସହ ଉତ୍ତାପ ବଢ଼ିବା ସ୍ଥିତିକୁ ଅଧିକ ଖରାପ କରିବାରେ ଲାଗିଛି । ବିଶ୍ୱର ବିଭିନ୍ନ ପ୍ରାନ୍ତରୁ ଏସବୁର ପ୍ରମାଣ ମଧ୍ୟ ଧୀରେ ଧୀରେ ଆସିବାରେ ଲାଗିଛି । ଏସବୁ ମଧ୍ୟରେ ଏକ ବଡ଼ ଗବେଷଣାତ୍ମକ ରିପୋର୍ଟ ସାମ୍ନାକୁ ଆସିଛି ।
୨ଠ୧୯ରେ ସମଗ୍ର ବିଶ୍ୱରେ ପ୍ରାୟ ୯ଠଲକ୍ଷ ଲୋକ ପ୍ରଦୂଷଣ କାରଣରୁ ମୃତୁ୍ୟବରଣ କରିଛନ୍ତି । ଲାନ୍ସେଟ କମିଶନ୍ ପକ୍ଷରୁ ପ୍ଲାନେଟାରୀ ହେଲ୍ଥ ପତି୍ରକା (ଜର୍ଣ୍ଣାଲ)ରେ ପ୍ରକାଶିତ ଏହି ରିପୋର୍ଟକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । ସବୁଠୁ ବଡ଼କଥା ହେଉଛି ଯେଉଁସବୁ ଦେଶରେ ପ୍ରଦୂଷଣଜନିତ ମୃତୁ୍ୟ ସର୍ବାଧିକ ରହିଛି ସେସବୁ ରାଷ୍ଟ୍ର ତାଲିକାରେ ଭାରତ ପ୍ରଥମ ସ୍ଥାନରେ ରହିଛି । ଜର୍ଣ୍ଣାଲ୍ରେ ପ୍ରକାଶିତ ଏହି ନୂତନ ଅଧ୍ୟୟନ ଅନୁସାରେ, ବାର୍ଷିକ ପାଖାପାଖି ୨.୪ ନିୟୁତ ଏବଂ ପ୍ରାୟ ୨.୨ ନିୟୁତ ମୃତୁ୍ୟ ସହ ଯଥାକ୍ରମେ ଭାରତ ଓ ଚୀନ୍ ଏହି ତାଲିକାର ପ୍ରଥମ ଦୁଇ ସ୍ଥାନରେ ରହିଛନ୍ତି । ବିଶ୍ୱସ୍ତରରେ ବଢ଼ୁଥିବା ବିଭିନ୍ନ କିସମର ପ୍ରଦୂଷଣ ସମଗ୍ର ମାନବ ତଥା ପ୍ରାଣୀ ସଭ୍ୟତା ପାଇଁ ଏବେ ଘାତକ ସାବ୍ୟସ୍ତ ହେବାରେ ଲାଗିଛି । ଯଦି ଭାରତ କଥା କହିବା ତେବେ ମାତ୍ର ୧ ବର୍ଷରେ (୨ଠ୧୯) ପ୍ରାୟ ୨୪ଲକ୍ଷରୁ ଊଦ୍ଧ୍ୱର୍ ନାଗରିକ ପ୍ରଦୂଷଣ କାରଣରୁ ପ୍ରାଣ ହରାଇଥିବା ରିପୋର୍ଟରେ ଦର୍ଶାଯାଇଛି । ୨ଠ୧୫ରେ ମଧ୍ୟ ସେହିପରି ପ୍ରାୟ ୨୫ଲକ୍ଷ ଲୋକ ପ୍ରଦୂଷଣ କାରଣରୁ ମୃତୁ୍ୟବରଣ କରିଥିଲେ । ସେହିପରି ଚୀନ୍ରେ ୨ଠ୧୯ରେ ୨୧.୭ଲକ୍ଷ ଲୋକ କେବଳ ପ୍ରଦୂଷଣ ଯୋଗୁ ପ୍ରାଣ ହରାଇଛନ୍ତି, ଯେତେବେଳେ କି, ୨ଠ୧୫ରେ ଏହା ୧୮ଲକ୍ଷରେ ସୀମିତ ରହିଥିଲା । ତେବେ ୨ଠ୧୯ରେ ଭାରତରେ ୨୪ଲକ୍ଷ ମୃତୁ୍ୟ ପଛକୁ ୨୧.୭ଲକ୍ଷ ମୃତୁ୍ୟ ସହ ଚୀନ୍ ଦ୍ୱିତୀୟ ସ୍ଥାନରେ ରହିଛି ।
ରିପୋର୍ଟ ଅନୁସାରେ ୯ଠ ଲକ୍ଷ ମୃତକଙ୍କ ମଧ୍ୟରୁ ୬୬.୭ ଲକ୍ଷ ମୃତକ କେବଳ ଘରୋଇ ପ୍ରଦୂଷଣଜନିତ ଖରାପ ବାୟୁମଣ୍ଡଳରେ ଶ୍ୱାସକ୍ରିୟା କରିବା ଯୋଗୁ ପ୍ରାଣ ହରାଇଛନ୍ତି । ଅନ୍ୟପକ୍ଷେ ଜଳ ପ୍ରଦୂଷଣ ଯୋଗୁ ୧୩.୬ ଲକ୍ଷ ଲୋକ ମୃତୁ୍ୟବରଣ କରିଛନ୍ତି । ଏଥିମଧ୍ୟରୁ ୯ଲକ୍ଷ ଲୋକ କେବଳ ପ୍ରଦୂଷିତ ପାଣିରେ ଥିବା ସିସାକୁ ସେବନ କରିବାରୁ ପ୍ରାଣ ହରାଇଥିବା ସ୍ପଷ୍ଟ ହୋଇଛି । ସେହିପରି କାର୍ଯ୍ୟକ୍ଷେତ୍ରରେ ସୃଷ୍ଟି ହେଉଥିବା ପ୍ରଦୂଷଣ ମଧ୍ୟରେ ଅଧିକ ସମକୟ କାମ କରିବା ଯୋଗୁ ୮.୭ଲକ୍ଷ ଲୋକ ପ୍ରାଣ ହରାଇଛନ୍ତି । ସେହିପରି ବର୍ଷ ୨ଠଠଠରେ ଯେତେବେଳେ କେମିକାଲ ପ୍ରଦୂଷଣ ଯୋଗୁ ଯେଉଁଠି ୯ଠ ହଜାର ମୃତୁ୍ୟ ହୋଇଥିବା କୁହାଯାଉଥିଲା, ୨ଠ୧୫ ବେଳକୁ ଏହା ୧୭ଲକ୍ଷ ଛୁଇଁଥିଲା । ୨ଠ୧୮ ବେଳକୁ ଏହା ବୃଦ୍ଧି ପାଇଁ ୧୮ଲକ୍ଷ ହୋଇଯାଇଥିଲା ।
ଗବେଷକଙ୍କ କହିବାନୁସାରେ ଭାରତରେ ପ୍ରତ୍ୟେକ ଦିନ କେବଳ ପ୍ରଦୂଷଣଜନିତ ହାରାହାରି ମୃତୁ୍ୟ ସଂଖ୍ୟା ୬୫ଠଠ ରହିଛି । ପ୍ରଦୂଷଣଜନିତ ଶାରୀରିକ ବ୍ୟାଧି, ରୋଗ ଯୋଗୁ ଏତେ ସଂଖ୍ୟକ ଲୋକ ପ୍ରାଣ ହରାଉଛନ୍ତି । ଅର୍ଥାତ୍ ଏହା କରୋନା ସଂକ୍ରମଣଜନିତ ଦୈନିକ ମୃତୁ୍ୟ ଠାରୁ ମଧ୍ୟ କାହିଁ କେତେକାଂଶରେ ଅଧିକ ।