କୁତୁବ ମିନାର ରାଜା ବିକ୍ରମାଦିତ୍ୟ ନିର୍ମାଣ କରାଇଥିଲେ

ପୂର୍ବତନ ଏଏସ୍ଆଇ ଅଧିକାରୀଙ୍କ ଦାବି
ନୂଆଦିଲ୍ଲୀ (ଏଜେନ୍ସି): ସମ୍ପ୍ରତି ଦେଶରେ ଇସଲାମ୍ ଧର୍ମର ପ୍ରତୀକ ବହନ କରୁଥିବା ପ୍ରତ୍ୟେକ ଐତିହାସିକ କୀର୍ତ୍ତିରାଜିକୁ ନେଇ ନୂଆ ନୂଆ ବିବାଦ ସାମ୍ନାକୁ ଆସିବାରେ ଲାଗିଛି । ଇତିହାସରେ ଏହିସବୁ କୀର୍ତ୍ତିରାଜି ସ୍ଥାନରେ ବାସ୍ତବରେ ହିନ୍ଦୁ ଧର୍ମ ତଥା ସଭ୍ୟତା ରହିଥିବା ଦାବି କରାଯାଉଛି । ଗୋଟିଏ ପଟେ ତାଜମହଲ ଏବଂ ଜ୍ଞାନବାପୀ ମସଜିଦ୍କୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ କୁତୁବ୍ ମିନାରକୁ ନେଇ ଏକ ବଡ଼ ସୂଚନା ଦେଇଛନ୍ତି ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ଭେକ୍ଷଣ (ଏଏସ୍ଆଇ)ର ଜଣେ ପୂର୍ବତନ ଅଧିକାରୀ ।
ଏଏସ୍ଆଇର ଆଞ୍ଚଳିକ ନିଦେ୍ର୍ଦଶକ ଭାବେ କାମ କରିସାରିଥିବା ଧରମବୀର ଶର୍ମା ନାମକ ଏହି ବରିଷ୍ଠ ତଥା ଅବସରପ୍ରାପ୍ତ ଅଧିକାରୀଜଣକ କହିଛନ୍ତି ଯେ, କୁତୁବ ମିନାରକୁ ବାସ୍ତବରେ ପଞ୍ମ ଶତାବ୍ଦୀ ବେଳକୁ ରାଜା ବିକ୍ରମାଦିତ୍ୟ ନିର୍ମାଣ କରାଇଥିଲେ । ଦୈନିକ ସୂର୍ଯ୍ୟର ନୀରିକ୍ଷଣ କରିବା ଉଦେ୍ଦଶ୍ୟରେ ସେ ନିଜ ଶାସନକାଳରେ ଏହି ବିରାଟକାୟ ଗମ୍ବୁଜ (ସୂର୍ଯ୍ୟସ୍ତମ୍ବ ବା ସନ୍ ଟାୱାର)କୁ ବୈଜ୍ଞାନିକ ପଦ୍ଧତି (୨୫ ଇଞ୍ଚ ପର୍ଯ୍ୟନ୍ତ ଢ଼ଳି ରହିଥିବା) ସହ ନିର୍ମାଣ କରାଇଥିଲେ । ତେବେ ପରବର୍ତ୍ତୀ ସମୟରେ ଅର୍ଥାତ୍ କୁତୁବୁଦ୍ଦିନ୍ ଆଇବାକ୍ଙ୍କ ସମୟରେ ଏହାକୁ କୁତୁବ ମିନାର ଭାବେ ନାମିତ କରାଯାଇଥିଲା । କିନ୍ତୁ ବାସ୍ତବରେ ଏହାକୁ କୁତୁବୁଦ୍ଦିନ୍ ଆଇବାକ୍ ନିର୍ମାଣ କରାଇନଥିଲେ । ଏସମ୍ପର୍କରେ ତାଙ୍କ ପାଖରେ ଯଥେଷ୍ଟ ବଳିଷ୍ଠ ପ୍ରମାଣ ମଧ୍ୟ ରହିଛି ବୋଲି ସେ ଦାବି କରିଛନ୍ତି । ତେବେ ଦେଶର ବିଭିନ୍ନ ଐତିହାସିକ କୀର୍ତ୍ତିରାଜୀକୁ ନେଇ ଏବେ ହିନ୍ଦୁ-ମୁସଲିମ୍ ବିବାଦ ଚାଲିଥିବା ବେଳେ ଏପ୍ରକାର ଟିପ୍ପଣୀ ଦେଇ ଏହା ମଧ୍ୟକୁ ଧସେଇ ପଶିଛନ୍ତି ଏଏସ୍ଆଇର ଏହି ଅବସରପ୍ରାପ୍ତ ଅଧିକାରୀଜଣକ । ସୂଚନାଯୋଗ୍ୟ ଏହାପୂର୍ବରୁ ବିଶ୍ୱ ହିନ୍ଦୁ ପରିଷଦ (ଭିଏଚ୍ପି) ପକ୍ଷରୁ କୁତୁବ ମିନାରକୁ ବିଷ୍ଣୁ ସ୍ତମ୍ବ ବୋଲି ଦାବି କରାଯିବା ସହ ଏଠାରେ ପୂଜାପାଠ ଲାଗି ଅନୁମତି ଦେବାକୁ କୋର୍ଟରେ ପିଟିସନ୍ ଦାୟର କରାଯାଇଛି ।
ସେହିପରି ଅନ୍ୟ ଏକ ରିପୋର୍ଟ ଅନୁସାରେ ଦିଲ୍ଲୀର ଜାମା ମସ୍ଜିଦ୍ ତଳେ ବହୁ ହିନ୍ଦୁ ଦେବାଦେବୀଙ୍କ ମୂର୍ତ୍ତିକୁ ଲୁଚାଇ ରଖାଯାଇଥିବା ଅଭିଯୋଗ କରିବା ପୂର୍ବକ ଏହାର ଯାଞ୍ଚ୍ କରାଇବାକୁ ଅନୁମତି ଦେବାକୁ ହିନ୍ଦୁ ମହାସଭା ପକ୍ଷରୁ ଦାବି କରାଯାଇଥିବା ଜଣାପଡିଛି । ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦେ୍ଦଶ୍ୟରେ ହିନ୍ଦୁ ମହାସଭା ଅଧ୍ୟକ୍ଷ ସ୍ୱାମୀ ଚକ୍ରପାଣି ଏକ ଅନୁରୋଧପୂର୍ଣ୍ଣ ଚିଠି ମଧ୍ୟ ଲେଖିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *