ପ୍ରଚାର କରିବେ ନବୀନ

ବିଜେଡିିର ୪ଠ ଜଣିଆ ତାରକା ପ୍ରଚାରକ
ଭୁବନେଶ୍ୱର,୧୭ା୫(ବୁ୍ୟରୋ): ବ୍ରଜରାଜନଗର ଉପନିର୍ବାଚନ ପାଇଁ ବିଜେଡି ୪ଠ ଜଣିଆ ତାରକା ପ୍ରଚାରକଙ୍କ ତାଲିକା ଜାରି କରିଛି । ଦଳର ଏକନମ୍ବର ଷ୍ଟାର କ୍ୟାମ୍ପେନର ହେଉଛନ୍ତି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାଛଡ଼ା ୮ ମନ୍ତ୍ରୀ ପ୍ରଚାର ମଙ୍ଗ ଧରିବେ । ବଛାବଛା ବିଧାୟକଙ୍କ ଓ ଟାଣୁଆ ନେତାଙ୍କୁ ମଧ୍ୟ ପ୍ରଚାର ଦାୟିତ୍ୱ ମିଳିଛି । ବିଜେଡି ପ୍ରାର୍ଥୀ ଅଳକା ମହାନ୍ତିଙ୍କ ପାଇଁ ବିଜେଡି ପ୍ରଚାରକୁ ଜୋରଦାର କରିବ । ନବୀନଙ୍କ ନାଁ ତାଲିକାରେ ରହିଥିବାରୁ ସେ ପ୍ରଚାର କରିପାରନ୍ତି ବୋଲି କୁହାଯାଉଛି । ଷ୍ଟାର କ୍ୟାମ୍ପେନର ତାଲିକାରେ ଅଛନ୍ତି ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ବରିଷ୍ଠ ବିଧାୟକ ଦେବୀ ପ୍ରସାଦ ମିଶ୍ର, ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ, ମନ୍ତ୍ରୀ ନିରଞ୍ଜନ ପୂଜାରୀ, ପ୍ରତାପ ଜେନା, ଅରୁଣ ସାହୁ, ସରକାରୀ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ବିଧାୟକ ଅତନୁ ସବ୍ୟସାଚୀ ନାୟକ, ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଂଜୟ କୁମାର ଦାସବର୍ମା, ମନ୍ତ୍ରୀ ସମୀର ରଞ୍ଜନ ଦାଶ, ନବକିଶୋର ଦାସ, ସୁଶାନ୍ତ ସିଂ, ଟୁକୁନି ସାହୁ, ଦିବ୍ୟଶଙ୍କର ମିଶ୍ର, ଚନ୍ଦ୍ରସାରଥୀ ବେହେରା, ପୁଷ୍ପେନ୍ଦ୍ର ସିଂଦେଓ, ସୁବାସ ସିଂ, କଳିକେଶ ନାରାୟଣ ସିଂଦେଓ, ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ, ଡ. ସସ୍ମିତ୍ ପାତ୍ର, ସୁଜିତ୍ କୁମାର, ମୁନ୍ନା ଖାଁ, ରୋହିତ ପୂଜାରୀ, ପ୍ରୀତିରଞ୍ଜନ ଘଡ଼େଇ, ଦେବେଶ ଆଚାର୍ଯ୍ୟ, ରାଜେନ୍ଦ୍ର ଢୋଲକିଆ, ରୀତା ସାହୁ, ପ୍ରଶାନ୍ତ ବେହେରା, ନଳିନୀକାନ୍ତ ପ୍ରଧାନ, ସରୋଜ ମେହେର, ବିକ୍ରମ ପଣ୍ଡା, ଲତିକା ପ୍ରଧାନ, ପ୍ରଦୀପ ଦିଶାରୀ, କିଶୋର ଚନ୍ଦ୍ର ନାୟକ, ଆକାଶ ଦାସ ନାୟକ, ଯୋଗେଶ ସିଂ, ଅରିନ୍ଦମ ରାୟ, ସୌଭାଗ୍ୟ ନାୟକ ଏବଂ ବୈକୁଣ୍ଠ ନାୟକ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *