୧୫ ହଜାର ପିଲା ପରୀକ୍ଷା ଦେଇନାହାନ୍ତି
ନବମରେ ପାସ୍ ହାର ୮୭.୨ଠ ପ୍ରତିଶତ
କଟକ, ୧୭ା୫ (ବୁ୍ୟରୋ): ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ନବମ ଶ୍ରେଣୀ ପରୀକ୍ଷା ଫଳ ମଙ୍ଗଳବାର ପ୍ରକାଶ ପାଇଛି । ସଦ୍ୟ ସମାପ୍ତ ମାଟ୍ରିକ ପରୀକ୍ଷା ପରି ନବମ ଶ୍ରେଣୀରରେ ବି ଅନେକ ଛାତ୍ରଛାତ୍ରୀ ପରୀକ୍ଷା ଦେଇନାହାନ୍ତି । ପ୍ରାୟ ୧୫ ହଜାର ପିଲା ପରୀକ୍ଷା ଦେଇ ନ ଥିବା ବୋର୍ଡ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ମୋଟ ୫ ଲକ୍ଷ ୬୬ ହଜାର ୨୬୯ ଜଣ ଛାତ୍ରଛାତ୍ରୀ ପଞ୍ଜୀକରଣ କରିଥିବା ବେଳେ ୫ ଲକ୍ଷ ୫୧ ହଜାର ୩୩୪ ପରୀକ୍ଷା ଦେଇଛନ୍ତି । ୧୪ ହଜାର ୯୩୫ ଜଣ ଅନୁପସ୍ଥିତ ରହିଛନ୍ତି । ବିପୁଳ ସଂଖ୍ୟକ ଛାତ୍ରଛାତ୍ରୀ ପରୀକ୍ଷା ନ ଦେବା ଘଟଣାରେ ଜିଲ୍ଲା ଶିକ୍ଷାଧିକାରୀ (ଡିଇଓ)ଙ୍କୁ ରିପୋର୍ଟ ମଗାଯିବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି । ନାଁ ଲେଖାଇଥିବା ସତ୍ତ୍ୱେ ଏହି ପିଲାମାନେ କାହିଁକି ପରୀକ୍ଷା ଦେଲେନି ରିପୋର୍ଟ ଦାଖଲ କରିବାକୁ ସେମାନଙ୍କୁ କୁହାଯିବ ।
ପରୀକ୍ଷା ଦେଇଥିବା ୫ ଲକ୍ଷ ୫୧ ହଜାର ୩୩୪ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୮୭.୨୦ ପ୍ରତିଶତ ପାସ କରିଛନ୍ତି । ୯୦୩୯ ଜଣ ଛାତ୍ରଛାତ୍ରୀ ଏ-୧ ଗ୍ରେଡ୍ ପାଇଥିବା ବେଳେ ୫୮ ହଜାର ୯୯୧ ଜଣ ଏ-୨, ୧ ଲକ୍ଷ ୧୮ ହଜାର ୭୯୨ ଜଣ ବି-୧, ୧ ଲକ୍ଷ ୪୫ ହଜାର ୧୬୩ ଜଣ ବି-୨, ୧ ଲକ୍ଷ ୯ ହଜାର ୫୭୩ ସି, ୪୬ ହଜାର ୯୭୦ ଜଣ ଡି, ୫ ହଜାର ୩୧୦ ଜଣ ଇ, ୨୭ ହଜାର ୩୫୮ ଜଣ ଏଫ୍-୧ ଓ ୩୦ ହଜାର ୧୩୮ ଜଣ ଏଫ୍ -୨ ଗ୍ରେଡ୍୍ÿ ପାଇଛନ୍ତି । ପରୀକ୍ଷା ଦେଇଥିବା ସବୁ ଛାତ୍ରଛାତ୍ରୀଙ୍କୁ ଦଶମ ଶ୍ରେଣୀକୁ ପଦୋନ୍ନତି କରାଯାଇଛି । କିନ୍ତୁ ଏଫ (୨) ଗ୍ରେଡ୍ ପାଇଥିବା ଛାତ୍ରଛାତ୍ରୀଙ୍କୁ ଇମ୍ପ୍ରୁଭମେଣ୍ଟ ଟେଷ୍ଟ ଦେବାକୁ ପଡିବ । ସମ୍ପୃକ୍ତ ସ୍କୁଲ ଏହି ପରୀକ୍ଷା କରିବ । ସେମାନେ ଫେଲ୍ ହୋଇଥିବା ପ୍ରତି ବିଷୟରେ କ୍ୱାଲିଫାଇଙ୍ଗ୍ ମାର୍କ (୩୦) ପ୍ରତିଶତ ରଖିବା ପାଇଁ ୩ ସୁଯୋଗ ଦିଆଯିବ । ପିଲାମାନଙ୍କୁ ମେ ୩୧ ତାରିଖ ପର୍ଯ୍ୟନ୍ତ ପଢାଇବା ପରେ ଜୁନ୍ ୧, ୮ ଓ ୧୬ ରେ ଇମ୍ପ୍ରୁଭମେଣ୍ଟ ଟେଷ୍ଟରେ କ୍ୱାଲିଫାଇ ନ କଲେ ଦ୍ୱିତୀୟ ଟେଷ୍ଟ ଦେବେ । ସେଥିରେ ବି କ୍ୱାଲିଫାଇ ନ ହେଲେ ତୃତୀୟ ଟେଷ୍ଟ ଦେବେ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି । ୩୩୯୯ ମଧ୍ୟମା ଛାତ୍ରଛାତ୍ରୀ ପଞ୍ଜୀକରଣ କରିଛନ୍ତି । ସେମାନଙ୍କ ମଧ୍ୟରୁ ୩୨୭୦ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । ବାକି ୧୨୯ ଜଣ ଅନୁପସ୍ଥିତ ରହିଛନ୍ତି । କରସପଣ୍ଡେଣ୍ଟ ଛାତ୍ରଛାତ୍ରୀଙ୍କ ପାସ୍ ହାର ୯୧.୪୬ ପ୍ରତିଶତ ରହିଛି । ୧୮ ଜଣ ଏ-ଗ୍ରେଡ଼ ପାଇଥିବା ବେଳେ ୩୮୪ ଏ-୨, ୧୧୮୮ ବି-୧ ଗ୍ରେଡ଼, ୯୨୦ ବି-୨, ୪୫୬ ସି ଗ୍ରେଡ଼, ୧୩୧ ଡ଼ି ଗ୍ରେଡ଼,୧୨ ଜଣ ଇ ଗ୍ରେଡ଼, ୧୬୧ ଜଣ ଏଫ ଗ୍ରେଡ଼ ପାଇଥିବା ନେଇ ବୋର୍ଡ଼ ପକ୍ଷରୁ ସୂଚନା ଦିଆଯାଇଛି ।