ପ୍ରତିଶ୍ରୁତି ପରେ ରେଳରୋକ ପ୍ରତ୍ୟାହାର

ଗଞ୍ଜାମ (ଆପ୍ର): ପୁରୀ-ତିରୁପତି ଏବଂ ହିରାଖଣ୍ଡ ଦ୍ରୁତଗାମୀ ଟ୍ରେନ ରହଣି ଦାବି ନେଇ ଗଞ୍ଜାମ ଷ୍ଟେସନରେ ମଙ୍ଗଳବାର ସ୍ଥାନୀୟ ଅଞ୍ଚଳବାସୀଙ୍କ ପକ୍ଷରୁ ରେଳରୋକ କରାଯାଇଥିଲା । ଭୋର ସମୟରେ ଭୁବନେଶ୍ୱର ଅଭିମୁଖେ ଯାଉଥିବା ହିରାଖଣ୍ଡ ଏକ୍ସପ୍ରେସକୁ ଶତାଧିକ ଅଞ୍ଚଳବାସୀ ଅଟକାଇ ଥିଲେ । ଉକ୍ତ ସମୟରେ ଖୋର୍ଦ୍ଧା ଡିଭିଜନ ରେଳ ବିଭାଗୀୟ ଅଧିକାରୀ ବ୍ରହ୍ମପୁର ରେଳ ସୁରକ୍ଷା ଅଧିକାରୀ ଏବଂ ସ୍ଥାନୀୟ ପୁଲିସ ପ୍ରଶାସନ ଲୋକଙ୍କୁ ବୁଝାସୁଝା କରି ଦାବି ପୂରଣର ପ୍ରତିଶ୍ରୁତି ଦେବା ପରେ ରେଳରୋକ ପ୍ରତ୍ୟାହୃତ ହୋଇଥିଲା । ଆଗାମୀ ଜୁନ ମାସ ପ୍ରଥମ ସପ୍ତାହରେ ଉଭୟ ଟ୍ରେନ ଗଞ୍ଜାମ ଷ୍ଟେସନରେ ରହଣି ନେଇ ଲିଖିତ ପ୍ରତିଶ୍ରୁତି ଦିଆଯାଇଛି । ସୂଚନା ଥାଉ କି ପୂର୍ବରୁ ଗଞ୍ଜାମ ଷ୍ଟେସନରେ ଉଭୟ ଦ୍ରୁତଗାମୀ ଟ୍ରେନ ରହଣି ଦାବି ନେଇ ଏକ ଦାବିପତ୍ର ଖୋର୍ଦ୍ଧା ଡିଆର୍ଏମ୍ଙ୍କୁ ଅଞ୍ଚଳବାସୀଙ୍କ ପକ୍ଷରୁ ପ୍ରଦାନ କରାଯାଇଥିଲା ।
ଖୋର୍ଦ୍ଧା ରେଳ ବିଭାଗୀୟ ଅଧିକାରୀ ଡିଭିଜିନାଲ କମର୍ସିଆଲ ମ୍ୟାନେଜର ଗିରିଷ ଚନ୍ଦ୍ର ନାୟକ, ବ୍ରହ୍ମପୁର ଜିଆର୍ପି ଅଧିକାରୀ ଏସ୍ଡିଆର୍ ପିଓ ଚନ୍ଦ୍ରଶେଖର ସାହୁ, ଜିଆର୍ପି ଅଧିକାରୀ ଜ୍ୟୋତିରଞ୍ଜନ ନାୟକ, ଆର୍ପିଏଫ୍ ଅଧିକାରୀ ଡି.ସି ନାୟକ, ବ୍ରହ୍ମପୁର ରେଳ ବିଭାଗୀୟ ସିସିଆଇ ମୋହନ ଚନ୍ଦ୍ର ବେହେରା, ଛତ୍ରପୁର ଥାନା ଅଧିକାରୀ ସତ୍ୟ ରଞ୍ଜନ ପ୍ରଧାନ, ଗଞ୍ଜାମ ଥାନା ଏସ୍ଆଇ ଅଜିତ କୁମାର ପରିଡ଼ା ପ୍ରମୁଖ ରେଳ ବିଭାଗୀୟ ଓ ପୁଲିସ ପ୍ରଶାସନିକ ଅଧିକାରୀ ଉପସ୍ଥିତ ରହି ଅଞ୍ଚଳବାସୀଙ୍କ ସହ ଆଲୋଚନା କରି ଉଭୟ ଟ୍ରେନ ରହଣି ନେଇ ପ୍ରତିଶ୍ରୁତି ଦେଇଥିଲେ । ଗଞ୍ଜାମ ଏନ୍ଏସି ଏବଂ ବିଭିନ୍ନ ପଞ୍ଚାୟତରୁ ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ଭାଗିରଥି ରେଡ଼ି, ପୂର୍ବତନ କାଇଁଚପୁର ସରପଞ୍ଚ ସନ୍ତୋଷ ରେଡ଼ି, ୧୫ ନମ୍ବର ଜୋନ୍ ଜିଲ୍ଲା ପରିଷଦ ସଭ୍ୟ ସନାତନ ବେହେରା, ପୌରାଞ୍ଚଳ ବରିଷ୍ଠ ନାଗରିକ ପରିଷଦ ସଭାପତି ଲିଙ୍ଗରାଜ ପଟ୍ଟନାୟକ, ଅବସରପ୍ରାପ୍ତ ଅଧିକ୍ଷଣ ଯନ୍ତ୍ରୀ ବିନୋଦଚନ୍ଦ୍ର ପାଢ଼ୀ, ବଡ଼ ବଜାର ବଣିକ ସଂଘ ସଭାପତି ଗୌରୀ ଶଙ୍କର ବାରିକି, କାଉନସିଲର ଅରୁଣ ପଣ୍ଡା, ପୁରୁଷୋତ୍ତମ ସାହୁ, ପୂର୍ବତନ କାଉନସିଲର ଦୁର୍ଗା ମାଧବ ପାଣିଗ୍ରାହୀ, ରଞ୍ଜନ ବେହେରା, ଜୟଦେବ ଗୌଡ଼, ସୁଦାମ ଜେନା, ମନମୋହନ ମହାପାତ୍ର, ହାଡ଼ୁ ବେହେରା, ହାଡ଼ିଆ ମହାପାତ୍ର, ପୂର୍ବତନ ଏନ୍ଏସି ଉପାଧ୍ୟକ୍ଷ ଲକ୍ଷ୍ମୀ ପାଢ଼ୀ, ସନ୍ତୋଷ ଦାଶ, ବିନୋଦ ମହାପାତ୍ର, ସନ୍ତୋଷ ମହାପାତ୍ର, ମଦନ ପାଢ଼ୀ, ଅଭିରାମ ଗୌଡ଼, ପପୁଲାର ମହାନ୍ତି, ରଙ୍କନିଧି ବେହେରା, ଭଗବାନ ପ୍ରଧାନ ପ୍ରମୁଖଙ୍କ ସହ ଅନ୍ୟମାନେ ଉପସ୍ଥିତ ଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *