ଝାଡ଼ାବାନ୍ତିରେ ୨ ମୃତ, ୧୪ ଗୁରୁତର

ବ୍ରହ୍ମପୁର (ବୁ୍ୟରୋ): ଗଞ୍ଜାମ-ଗଜପତି ସୀମା ଧରାକୋଟ ବ୍ଲକ୍ର ଦୁର୍ଗମ ଅଞ୍ଚଳ ଲାକଟେରୀ ଗାଁରେ ଝାଡ଼ାବାନ୍ତି ଆତଙ୍କ ଖେଳାଇଛି । ସପ୍ତାହକ ମଧ୍ୟରେ ୨ ଜଣ ପ୍ରାଣ ହରାଇଥିବା ବେଳେ ୧୪ଜଣ ଗୁରୁତର ହୋଇ ପଡ଼ିଛନ୍ତି ।
ଗତ ସପ୍ତାହରେ ଲାଇବାରିଆ ଗମାଙ୍ଗ ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିଲେ । ରବିବାର ଗାଁର ତାମଙ୍ଗ ମଣ୍ଡଳଙ୍କ ମୃତୁ୍ୟ ଘଟିିଛି । ପଚା ମାଛ ଖାଇ ଲୋକେ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି ବୋଲି ମେଡିକାଲ୍ କର୍ମଚାରୀ କହିଛନ୍ତି । କିନ୍ତୁ ଦୂଷିତ ପାଣି ପିଇବା ଯୋଗୁ ଝାଡ଼ାବାନ୍ତି ବ୍ୟାପିଥିବା ଗାଁ ଲୋକେ କହିଛନ୍ତି । ମେଡିକାଲ୍ ଟିମ୍ ଗାଁରେ ପହଞ୍ଚô ଚିକିତ୍ସା ଚଳାଇଛି । କୂଅ ପୋଖରୀ ପାଣି ବିଶୋଧନ କରାଯାଇଛି । ଚିକିତ୍ସା ପରେ ସମସ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ଓ ଜଣେ ବୟସ୍କ ବ୍ୟକ୍ତି ଗୁରୁତର ଥିବା ଗାଁର ଅୟୁବ ମଣ୍ଡଳ କହିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *