ପୁରୀରେ ଆତ୍ମଘୋଷିତ ଶଙ୍କରାଚାର୍ଯ୍ୟ

ସୁରକ୍ଷା ବଳୟରେ ସହର ବାହାରକୁ ବିଦା କଲା ପ୍ରଶାସନ
ପୁରୀ (ବୁ୍ୟରୋ): ନିଜକୁ ଆତ୍ମଘୋଷିତ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ବୋଲି ଦାବି କରୁଥିବା ଅଧ୍ୟକ୍ଷାନନ୍ଦ ଦେବତୀର୍ଥ ଶଙ୍କରାଚାର୍ଯ୍ୟଙ୍କୁ ପୁରୀ ରେଲ୍ୱେ ଷ୍ଟେସନଠାରେ ସନାତନ ଧର୍ମ ପକ୍ଷରୁ ଦୃଢ଼ ବିରୋଧ କରାଯାଇଛି । ଫଳରେ ସେଠାରେ କିଛି ସମୟ ଲାଗି ଉତ୍ତେଜନା ଲାଗି ରହିଥିଲା । ଶେଷରେ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଆତ୍ମଘୋଷିତ ଶଙ୍କରାଚାର୍ଯ୍ୟଙ୍କୁ ସହର ବାହାରକୁ ବିଦା କରାଯାଇଛି ।
ଖବରନେବାରୁ ଜଣାଯାଇଛି ଯେ, ଦେବତୀର୍ଥ ଶଙ୍କରାଚାର୍ଯ୍ୟ ସୋମବାର ହାୱାଡ଼ା- ପୁରୀ ଟ୍ରେନ୍ରେ ଆସି ପୁରୀ ରେଲ୍ୱେ ଷ୍ଟେସନରେ ପହଞ୍ଚିଥିଲେ । ସେ ନିଜଙ୍କୁ ଶଙ୍କରାଚାର୍ଯ୍ୟ ବୋଲି ପରିଚୟ ଦେଇ ରେଳବାଇର ସୁବିଧା ନେବା ସହ ସୁରକ୍ଷା ଲାଗି ଜିଆର୍ପି ପୁଲିସ ବ୍ୟବସ୍ଥା କରିଥିଲା । ମାତ୍ର ଏହି ସମୟରେ ସନାତନ ଧର୍ମର କର୍ମକର୍ତ୍ତାମାନେ ରେଲ୍ୱେ ଷ୍ଟେସନଠାରେ ପହଞ୍ଚି ବିରୋଧ କରିଥିଲେ । ତତ୍ସହିତ ନକଲି ଶଙ୍କରାଚାର୍ଯ୍ୟ ଧର୍ମ ନାଁରେ ଅଧର୍ମ ଓ ହିନ୍ଦୁମାନଙ୍କ ଭାବନା ସହ ଖେଳ ଖେଳୁଥିବାରୁ ପୁରୀ ଧାମରେ ପୂରାଇ ଦିଆଯିବ ନାହିଁ ବୋଲି ବିରୋଧ କରାଯାଇଥିଲା । ଏଭଳି ଅଭାବନୀୟ ସ୍ଥିତିକୁ ନେଇ ରେଳ ଷ୍ଟେସନରେ ପ୍ରାୟ ଅଧଘଣ୍ଟା ଧରି ଅଧ୍ୟକ୍ଷାନନ୍ଦ ଦେବତୀର୍ଥଙ୍କୁ ଅଟକ ରଖିଥିଲେ ଆନେ୍ଦାଳନକାରୀ । ଏନେଇ ଜିଆର୍ପି ଓ ଆର୍ପିଏଫ୍ ପୁଲିସ ପକ୍ଷରୁ ମିଳିତ ଭାବେ ସୁରକ୍ଷା ଦେଇ ତାଙ୍କୁ ସହର ବାହର ବେଲେଶ୍ୱର ଆଶ୍ରମକୁ ପଠାଇ ଦେଇଛନ୍ତି । ଏନେଇ ଆଦିତ୍ୟ ବାହିନୀ ଗୋବର୍ଦ୍ଧନ ପୀଠ ପକ୍ଷରୁ ଜିଆର୍ପି, ଆର୍ପିଏଫ୍ ଓ ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ କରାଯାଇଛି ।
ସୂଚନାଥାଉକି, ୧୯୯୬ରୁ ୨୦୦୦ମସିହା ଭିତରେ ଏହି ବିବାଦ ଉଗ୍ରରୂପ ନେଇଥିବାରୁ ହାଇକୋର୍ଟରେ ଏହି ମାମଲା ରହିଛି । ସେହି ସମୟରେ ପୁରୀର ଧାର୍ମିକ ଉତ୍ତେଜନାକୁ ଦୃଷ୍ଟିରେ ରଖି ୧୪୪ ଧାରା ଜାରି କରାଯାଇ ତାଙ୍କୁ ବାହାର କରାଯାଇଥିଲା । ପୁଣି ସେ ଆଜି ପୁରୀ ଆସି ଧର୍ମପ୍ରଚାର କରିବେ ବୋଲି କହିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *