୭ ହସ୍ପିଟାଲ, ୫ ସପିଂ ମଲ୍ରେ ତନାଘନା

କଟକରେ ଅଗ୍ନି ନିରାପତ୍ତା ଧରପଗଡ଼
କଟକ (ବୁ୍ୟରୋ): ରାଜ୍ୟରେ ଅଗ୍ନି ନିରାପତ୍ତା ନିୟମ ପାଳନ କରିବା ନେଇ ଡିଜିଙ୍କ ନିଦେ୍ର୍ଦଶ ପରେ ଅଗ୍ନିଶମ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ଏପରିପ୍ରେକ୍ଷୀରେ ରବିବାର ଓ ସୋମବାର ଅର୍ଥାତ ଆଜି ଅଗ୍ନିଶମ ବିଭାଗ ପକ୍ଷରୁ କଟକରେ ଜୋରଦାର ଧରପଗଡ ଆରମ୍ଭ ହୋଇଯାଇଛି । ଏହି ଦୁଇ ଦିନରେ ସହରର ୧୦ରୁ ଊଦ୍ଧ୍ୱର୍ ସ୍ଥାନରେ ବିଭାଗ ପକ୍ଷରୁ ଅଗ୍ନି ନିରାପତ୍ତା ବ୍ୟବସ୍ଥାର ଯାଞ୍ଚ କରାଯାଇଥିଲା । ଅଗ୍ନି ନିରାପତ୍ତା ବ୍ୟବସ୍ଥାରେ ମୁଖ୍ୟତଃ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ ଗୁଡିକୁ ଗୁରୁତ୍ୱ ଦିଆଯାଇଛି । କାରଣ ହସ୍ପିଟାଲ ଗୁଡିକରେ ଶତାଧିକ ରୋଗୀ ଚିକିସôାଧୀନ ଥିବାବେଳେ ଦୈନିକ ଅନେକ ଲୋକଙ୍କ ଯାଆସ ଲାଗି ରହିଥାଏ । ଏହାକୁ ଦୃଷ୍ଟିରେ ରଖି କଟକରେ ଥିବା ୭ଟି ପ୍ରମୁଖ ଘରୋଇ ହସ୍ପିଟାଲ ଓ ସପିଂମଲରେ ଅଗ୍ନିଶମ ବିଭାଗ ପକ୍ଷରୁ ଚଢଉ କରାଯାଇଥିଲା ।
ଅଗ୍ନିଶମ ଅଧିକାରୀ ସରୋଜକାନ୍ତ ସାହୁଙ୍କ ନେତୃତ୍ୱରେ ଗୋଟିଏ ଟିମ୍ ଏହିସବୁ ସ୍ଥାନ ବୁଲି ବାସ୍ତବିକ ସ୍ଥିତି ପରଖିଥିଲେ । ପ୍ରଥମେ ମର୍କତନଗରସ୍ଥିତ ଅଶ୍ୱିନୀ ହସ୍ପିଟାଲ ଓ ନିକଟରେ ଥିବା ଜାଇକା ଟ୍ରିଟ୍ମେଣ୍ଟ ପ୍ଲାଣ୍ଟରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଯାଞ୍ଚ କରାଯାଇଥିଲା । ପରେ ସାଉଥ ପଏଣ୍ଟ ହସ୍ପିଟାଲ, ରୁଦ୍ର ହସ୍ପିଟାଲ, ସୃଷ୍ଟି ହସ୍ପିଟାଲ, ଜଗତପୁରସ୍ଥିତ ସଦ୍ଗୁରୁ ହସ୍ପିଟାଲ, ଏସ୍ସିବିସ୍ଥିତ କର୍କଟ କେନ୍ଦ୍ର ଓ ସପିଂମଲରେ ଅଗ୍ନିଶମ ଟିମ ପହଞ୍ଚôଥିଲା । ଉପରୋକ୍ତ ସବୁ ପ୍ରତିଷ୍ଠାନରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା କିଭଳି ରହିଛି ତାହାର ଟିକିନିଖି ଯାଞ୍ଚ କରାଯାଇଥିଲା । ଅଗ୍ନିଶମ ଟିମ୍ ଉକ୍ତ ପ୍ରତିଷ୍ଠାନଗୁଡିକର ପ୍ରବେଶ ଦ୍ୱାରରୁ ଆରମ୍ଭ କରି ବିଭିନ୍ନ କୋଠରୀ ବୁଲି ନିରାପତ୍ତା ବ୍ୟବସ୍ଥା ସମ୍ପର୍କରେ ଅବଗତ ହୋଇଥିଲେ । ନିୟମ ଅନୁସାରେ ଅଗ୍ନି ନିରାପତ୍ତା ପ୍ରମାଣପତ୍ର ସହ ପ୍ରତିଷ୍ଠାନ ଗୁଡିକରେ ଫାୟାର ଆଲାର୍ମ, ଫାୟାର ବକେଟ, ନିଆଁ ଲିଭାଇବା ପାଇଁ ଆବଶ୍ୟକୀୟ ସରଞ୍ଜାମ ଏବଂ ୱାଟର ଷ୍ଟୋରେଜ (ପାଣି ଟାଙ୍କି) ଅଛି କି ନାହିଁ ତଦାରଖ କରାଯାଇଥିଲା । ତତ୍ସହିତ ସେଗୁଡିକ କିଭଳି କାମ କରୁଛି ତାହାର ମଧ୍ୟ ଯାଞ୍ଚ କରାଯାଇଥିଲା । ଏମିତିକି ଅଗ୍ନିଶମ କର୍ମଚାରୀମାନେ କେତେକ ହସ୍ପିଟାଲ ଭିତରେ ଧୂପକାଠି ଜଳାଇ ଫାୟାର ଆଲାର୍ମ ବ୍ୟବସ୍ଥା ଯାଞ୍ଚ କରିଥିଲା । ତେବେ ଯେଉଁ କେତେକ ସ୍ଥାନରେ ସାମାନ୍ୟ ତ୍ରୁଟି ରହିଛି, ତାହାକୁ ଯଥାଶୀଘ୍ର ସମାଧାନ କରିବାକୁ ନିଦେ୍ର୍ଦଶ ଦିଆଯାଇଛି । ଆଗାମୀ ଦିନରେ ସହରର ଅନ୍ୟ ସମସ୍ତ ସରକାରୀ ଓ ବେସରକାରୀ ଅଟ୍ଟାଳିକାରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଯାଞ୍ଚ କରାଯିବ ବୋଲି ବିଭାଗୀୟ ଅଧିକାରୀ ଶ୍ରୀ ସାହୁ ସୂଚନା ଦେଇଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *