ଉତ୍ତର କୋରିଆରେ କରୋନା ବିସ୍ଫୋରଣ
୩ ଦିନରେ ୮.୫ଲକ୍ଷ ଆକ୍ରାନ୍ତ, ୪୨ ମୃତ
ପୋଙ୍ଗୟାଙ୍ଗ (ଏଜେନ୍ସି): କରୋନା ସଂକ୍ରମଣରୁ ଆଜି ପର୍ଯ୍ୟନ୍ତ ସୁରକ୍ଷିତ ରହିଆସିଥିବା ଉତ୍ତରକୋରିଆ ଏବେ ଏହି ମାରାତ୍ମକ ଭୂତାଣୁର ଶିକାର ହୋଇପଡିଛି । ଗତ ୩ ଦିନ ମଧ୍ୟରେ ଉତ୍ତରକୋରିଆରେ ପ୍ରାୟ ସାଢ଼େ ୮ଲକ୍ଷରୁ ଊଦ୍ଧ୍ୱର୍ ନାଗରିକ କରୋନା ସଂକ୍ରମିତ ହୋଇସାରିଥିବା ସୂଚନା ମିଳିଛି । ତେବେ ପରିସ୍ଥିତି ଏପରି ହୋଇଛି ଯେ, ଉତ୍ତରକୋରିଆ ନିଜର ପରମ ଶତ୍ରୁ ଆମେରିକା ଠାରୁ କରୋନା ଟିକା କିଣିବାକୁ ଅନୁରୋଧ କରିଥିଲେ ମଧ୍ୟ ଆମେରିକା ବର୍ତ୍ତମାନ ସମୟରେ କରୋନା ଟିକା ଯୋଗାଣ କରିବାକୁ ମନା କରିଦେଇଛି ।
ପ୍ରକାଶ, ଉତ୍ତରକୋରିଆରେ ସମ୍ପ୍ରତି ସାଧାରଣ ଲୋକେ ଅଜଣା ଜ୍ୱରରେ ଆକ୍ରାନ୍ତ ହେଉଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ୧୫ଜଣଙ୍କ ମୃତୁ୍ୟ ହୋଇଛି । ଫଳରେ ଦେଶରେ ମୋଟ୍ କୋଭିଡ୍ ମୃତୁ୍ୟ ସଂଖ୍ୟା ଏବେ ୪୨ରେ ପହଞ୍ଚôଛି । ଗତ ୨ ବର୍ଷ ଧରି ଉତ୍ତରକୋରିଆ ରାଷ୍ଟ୍ରପତି କିମ୍ ଜୋଙ୍ଗ ଉନ୍ଙ୍କ କଠୋର ନିଦେ୍ର୍ଦଶ ଏବଂ ବାହ୍ୟ ଜଗତ ସହ ସବୁ ପ୍ରକାର ସମ୍ପର୍କ ଚ୍ଛିନ୍ନ କରିଦେବା ଯୋଗୁ ଉତ୍ତରକୋରିଆରେ କରୋନା ସଂକ୍ରମଣ ଦେଖିବାକୁ ମିଳିନଥିଲା । ଏପରିକି ନିଜ ଦେଶବାସୀଙ୍କ ପାଇଁ କରୋନା ଟିକାକରଣ କରାଯିବାର ମଧ୍ୟ କୌଣସି ଆବଶ୍ୟକତା ନଥିବା କହିଥିଲେ । ତେବେ ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଉତ୍ତରକୋରିଆରେ ଏବେ ଲକ୍ଡାଉନ୍, ଆଇସୋଲେସନ୍ ଆଦି ପ୍ରକ୍ରିୟାକୁ କଡାକଡି କରିଦିଆଯାଇଛି । ଆଗାମୀ ଦିନରେ ଉତ୍ତରକୋରିଆର ଅର୍ଥବ୍ୟବସ୍ଥା ଆହୁରି ଅଧିକ ପ୍ରଭାବିତ ହୋଇପାରେ ବୋଲି ଆଶଙ୍କା କରାଯାଉଛି ।