ଅଖ ଓ ଅର ନିର୍ମାଣରେ ନିମଗ୍ନ ବିଶ୍ୱକର୍ମା

୪୫ ଦିନ ପରେ ଘୋଷଯାତ୍ରା, ଚଳଚଞ୍ଚଳ ରଥଖଳା
ପୁରୀ (ବୁ୍ୟରୋ): ଆଉ ମାତ୍ର ୪୫ ଦିନ ପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା । ସେଥିପାଇଁ ଚଳଚଞ୍ଚଳ ରଥଖଳା । ମହାପ୍ରଭୁ ବରଷକେ ଥରେ ତାଙ୍କର ଅଗଣିତ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବା ପାଇଁ ଶ୍ରୀମନ୍ଦିର ନୀଳକନ୍ଦରର ରତ୍ନସିଂହାସନକୁ ଛାଡ଼ି ଆସିଥାନ୍ତି ବଡ଼ଦାଣ୍ଡକୁ । ସେଥିପାଇଁ ସମୟ ପାଖେଇ ଆସିଲାଣି । ଚଳିତବର୍ଷ ମହାମାରୀ କରୋନାକୁ ଦୃଷ୍ଟିରେ ରଖି ରଥଯାତ୍ରା ଭକ୍ତଙ୍କ ଗହଣରେ ହେବ କି ବିନା ଭକ୍ତରେ ଅନୁଷ୍ଠିତ ହେବ ତାହା ଅନିଶ୍ଚିତତା ମଧ୍ୟରେ ରହିଛି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜୋର୍ସୋରରେ ଆରମ୍ଭ ହୋଇଛି ।
ଶ୍ରୀନଅର ସମ୍ମୁ୍ଖ ରଥଖଳାରେ ଶ୍ରୀଜିଉଙ୍କ ପାଇଁ ତିନି ରଥ ନିର୍ମାଣ କାର୍ଯ୍ୟ ଚାଲିଛି । କିପରି ମହାପ୍ରଭୁଙ୍କ ତିନିରଥ ନିର୍ମାଣ କାର୍ଯ୍ୟ ସଠିକ୍ ସମୟରେ ଶେଷ ହେବ ସେ ନେଇ ଚିନ୍ତାରେ ରହିଛନ୍ତି ବିଶ୍ୱକର୍ମା କାରିଗର । ରଥଖଳାରେ ଟାଣଖରା ଓ ଅସହ୍ୟ ଗୁଳୁଗୁଳିକୁ ଖାତିର ନ କରି ମହାରଣା ସେବାୟତମାନେ ତିିନି ରଥ ନିର୍ମାଣ କାର୍ଯ୍ୟରେ ଲାଗି ପଡ଼ିଛନ୍ତି । ତିନି ରଥ ପାଇଁ ୪୨ ତୁମ୍ବ ଆବଶ୍ୟକ ଥିବାବେଳେ ସମସ୍ତ ତୁମ୍ବ କାର୍ଯ୍ୟ ଶେଷ ହୋଇଛି ।
ଅନ୍ୟପକ୍ଷରେ ଆଉ ମାତ୍ର ୭ ଦିନ ପରେ ଭଉଁରୀ ଯାତ୍ରା ଅନୁଷ୍ଠିତ ହେବ । ତେଣୁ ଶ୍ରୀମନ୍ଦିରର ପରମ୍ପରା ଅନୁଯାୟୀ ଏହି ଦିନ ତିନି ରଥର ଚକ ଡେରା ନୀତି ସମ୍ପନ୍ନ କରାଯିବ । ତେଣୁ କିପରି ତିନି ରଥର ଚକ ନିର୍ମାଣ କାର୍ଯ୍ୟ ଶେଷ କରାଯାଇ ସୁରୁଖୁରୁରେ ଚକ ଡେରା ନୀତି ସମ୍ପନ୍ନ ହେବ ସେ ନେଇ କାର୍ଯ୍ୟରେ ଲାଗି ପଡ଼ିଛନ୍ତି ବିଶ୍ୱକର୍ମା କାରିଗର ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *