ଭର୍ଚୁଆଲ କୋର୍ଟ ରୁମ୍ ଓ ଇ-ଫାଇଲିଂ ଷ୍ଟେସନ୍ ଉଦ୍ଘାଟିତ
୧୫ ଜିଲ୍ଲାରେ ସାକ୍ଷ୍ୟ ପ୍ରଦାନ କେନ୍ଦ୍ର
କଟକ (ବୁ୍ୟରୋ): ରାଜ୍ୟର ୧୫ଟି ଜିଲ୍ଲାରେ ନିମ୍ନ ଅଦାଲତଗୁଡିକ ପାଇଁ ଉଇଟନେସ ଡିପୋଜିସନ ସେଣ୍ଟର, ୧୭ ଜିଲ୍ଲାରେ ଇ-ଫାଇଲିଂ ଷ୍ଟେସନ ଓ ୯ ଜିଲ୍ଲାରେ ଭର୍ଚୁଆଲ କୋର୍ଟରୁମ୍ ଉଦ୍ଘାଟନ କରିଛନ୍ତି ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଏଲ. ନାଗେଶ୍ୱର ରାଓ । ଓଡିଶା ଜୁଡିସିଆଲ ଏକାଡେମୀଠାରେ ଆୟୋଜିତ ଉତ୍ସବରେ ଯୋଗଦେଇ ଜଷ୍ଟିସ ରାଓ ବିଚାର ବ୍ୟବସ୍ଥାରେ ଉଇଟ୍ନେସ ଡିପୋଜିସେନ୍ ସେଣ୍ଟରର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ ବୋଲି କହିଥିଲେ ।
ସୁପ୍ରିମକୋର୍ଟ ଭଲନରେବଲ ଉଇଟନେସ ଡିପୋଜିସନ ସେଣ୍ଟର (ଭିଡବ୍ଲୁଡିସି) କମିଟିର ଅଧ୍ୟକ୍ଷ ତଥା ଜାମ୍ମୁ ଏବଂ କାଶ୍ମୀର ହାଇକୋର୍ଟର ପ୍ରାକ୍ତନ ମୁଖ୍ୟ ବିଚାରପତି ଜଷ୍ଟିସ ଗୀତା ମିତ୍ତଲ ଉଦବୋଧନ ଦେଇଥିଲେ । ଓଡିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଡ.ଜଷ୍ଟିସ ଏସ୍ ମୂରଲୀଧର ଉଦବୋଧନ ଦେଇ ଓଡିଶା ହାଇକୋର୍ଟ ପକ୍ଷରୁ ଗ୍ରହଣ କରାଯାଇଆସିଥିବା ବିଭିନ୍ନ ପଦକ୍ଷେପ ଉପରେ ଗୁରୁତ୍ୱାରୋପ କରିଥିଲେ ।
ଡିପୋଜିସନ ସେଣ୍ଟର ଅଧ୍ୟକ୍ଷ ଜଷ୍ଟିସ ସଂଗମ କୁମାର ସାହୁ ସ୍ୱାଗତ ଭାଷଣ ଦେଇଥିବା ବେଳେ ଜଷ୍ଟିସ ବିଭୁପ୍ରସାଦ ରାଉତରାୟ ଉଦବୋଧନ ରଖିଥିଲେ । ବିଚାରପତି ଜଷ୍ଟିସ ରାଧାକ୍ରିଷ୍ଣ ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ । କର୍ମଶାଳାରେ ରିସୋର୍ସ ପର୍ସନ ଭାବେ ଆଇନଜୀବୀ ଭିଭା ଦତ୍ତ ପ୍ରମୁଖ ଯୋଗ ଦେଇଥିଲେ ।