ଅବିକଳ ସପ୍ତମ ବେତନ ନ ଦେଲେ ଆନେ୍ଦାଳନ

କେନ୍ଦୁଝର (ଆପ୍ର): ନୂତନ ଅନୁଦାନପ୍ରାପ୍ତ ବିଦ୍ୟାଳୟକୁ ଅବିକଳ ସପ୍ତମ ବେତନ ନ ଦେଇ ତଞ୍ଚକତା କଲେ କେନ୍ଦୁଝର ଜିଲ୍ଲାର ହଜାର ହଜାର ଶିକ୍ଷକ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଏକ ଆଭାସୀ ବୈଠକ ମାଧ୍ୟମରେ ଓଷ୍ଟା କେନ୍ଦୁଝର ସରକାରଙ୍କୁ ଚେତାବନୀ ଦେଇଛି । ଆଜି ଓଷ୍ଟା କେନ୍ଦୁଝରର କାର୍ଯ୍ୟକାରୀ ସମିତି ସଦସ୍ୟ ତଥା ଜିଲ୍ଲାର ଅନେକ ଶିକ୍ଷକଙ୍କୁ ନେଇ ସରକାରଙ୍କ ଦ୍ୱାରା ସଦ୍ୟ ପ୍ରକାଶିତ ସମପ୍ତମ ବେତନର ନୂତନ ନିର୍ଦ୍ଧାରଣ ସମ୍ପର୍କରେ ଏକ ଆଭାସୀ ବୈଠକ ଜିଲ୍ଲା ଓଷ୍ଟାର ସଭାପତି ରଘୁନାଥ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ।
ଆଲୋଚନା କରିବାକୁ ପ୍ରତିଶ୍ରୁତି ଦେଇ ସପ୍ତମ ବେତନରେ ଥିବା ବିଭିନ୍ନ ଅସଙ୍ଗତି ସମ୍ପର୍କରେ ଶିକ୍ଷକ ସଂଗଠନ ସହିତ ଆଲୋଚନା କରିବା ପୂର୍ବରୁ ଅତି ତରବରିଆ ଓ ଉଦେ୍ଦଶ୍ୟ ମୂଳକ ଭାବେ ଶିକ୍ଷା ବିଭାଗ ତରଫରୁ ନିର୍ଦ୍ଧାରଣ କରାଯାଇଥିବା ମୋଡାଲଟି ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପାଇଁ ଆତ୍ମଘାତ ହେବ । ସେମାନଙ୍କର ବହୁ ଦିନର ସ୍ୱପ୍ନ ଧୂଳିସାତ ହେବ, ସରକାର କ୍ୟାବିନେଟ୍ ମାଧ୍ୟମରେ କରିଥିବା ଅଙ୍ଗୀକାରର ମଧ୍ୟ ବିରୁଦ୍ଧାଚରଣ କରିବେ ବୋଲି ସଭାରେ ଉପସ୍ଥିତ ରାଜ୍ୟ ଓଷ୍ଟାର କାର୍ଯ୍ୟକାରୀ ସଭାପତି ଭିକାରୀ ଚରଣ ସାହୁ, ରାଜ୍ୟ ଓଷ୍ଟାର ସମ୍ପାଦର କାହ୍ନୁ ଚରଣ ସାମଲ, ଜିଲ୍ଲା ସଂଯୋଜକ ପ୍ରଶାନ୍ତ କୁମାର ମିଶ୍ର, କାର୍ଯ୍ୟକାରୀ ସଭାପତି ପ୍ରଦୀପ କୁମାର ହଜାରୀ, ଯୁଗ୍ମ ସମ୍ପାଦକ ଯୁଧିଷ୍ଠିର ମହାନ୍ତ, ଜ୍ଞାନେନ୍ଦ୍ର କୁମାର ଦେଓ, ମୃତୁ୍ୟଞ୍ଜୟ ପଲେଇ, ଉପସଭାପତି ପୁଷ୍ପାଳଞ୍ଜି ମିଶ୍ର, ରବିନାରାୟଣ ସାହୁ ପ୍ରମୁଖ ଆଲୋଚନା କରିଥିଲେ । ଯଦି ସରକାର ଏହି ମୋଡାଲିଟିକୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରି ଅବିକଳ ସପ୍ତମ ବେତନ ନ ଦିଅନ୍ତ ତେବେ ଶିକ୍ଷକ, କର୍ମଚାରୀ ପୁଣି ପୁନର୍ବାର ଆନେ୍ଦାଳନକୁ ଓହ୍ଲାଇବାକୁ ବାଧ୍ୟ ହେବେ । ସରକାର ସେଥିପାଇଁ ଦାୟୀ ରହିବେ ବୋଲି ଉପସ୍ଥିତ ସଦସ୍ୟଗଣ ସରକାରଙ୍କୁ ସତର୍କ କରାଇ ଦେଇଛନ୍ତି । ଆଗାମୀ ଆନେ୍ଦାଳନ ପାଇଁ ସମସ୍ତ ଶିକ୍ଷକ ଓ ଶିକ୍ଷା କର୍ମଚାରୀ ସଜାଗ ହୋଇ ରହିବାକୁ ସମ୍ପାଦକ ପ୍ରଶାନ୍ତ କୁମାର ମିଶ୍ର ଆହ୍ୱାନ ଦେଇଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *