ଜମି ବିକି ଜଗନ୍ନାଥଙ୍କୁ ୨ଠ ଲକ୍ଷ ଦାନ
ସ୍ୱାମୀଙ୍କ ଇଚ୍ଛା ପୂରଣ କଲେ
ବାଲେଶ୍ୱର(ଆପ୍ର): ଜୀବିତାବସ୍ଥାରେ ସ୍ୱାମୀ ନିଜ ଇଚ୍ଛା ପୂରଣ କରିପରି ନ ଥିଲେ । ହେଲେ ସ୍ୱାମୀଙ୍କ ମୃତୁ୍ୟ ପରେ ତ୍ାଙ୍କ ଇଚ୍ଛାକୁ ପୂରଣ କରିଛନ୍ତି ୭୦ ବର୍ଷୀୟା ପତ୍ନୀ ।
ବାଲେଶ୍ୱର ବସ୍ତା ଅନ୍ତର୍ଗତ ସଦାନନ୍ଦପୁରର ପଙ୍କଜକାନ୍ତ ପଣ୍ଡା ବଞ୍ଚିଥିବା ବେଳେ ଶ୍ରୀଜିଉଙ୍କୁ ଅର୍ଥ ଦାନ କରିବାକୁ ମାନସିକ କରିଥିଲେ । କିନ୍ତୁ ଇଚ୍ଛା ପୂରଣ କରିବା ପୂର୍ବରୁ କ୍ୟାନ୍ସର୍ରେ ଆକ୍ରାନ୍ତ ହୋଇ ସେ ପ୍ରାଣ ହରାଇଥିଲେ । ମୃତୁ୍ୟ ପୂର୍ବରୁ ନିଜ ଅଭିଳାଷ ସଂପର୍କରେ ପତ୍ନୀ ସୁପ୍ରଭାଙ୍କୁ ଜଣାଇଥିଲେ । ଏବେ ସୁପ୍ରଭା କଟକରେ ଥିବା ତାଙ୍କର ୨୪ ଡିସିମିଲ୍ ଜମିକୁ ବିକ୍ରି କରି ୨୦ ଲକ୍ଷ ଟଙ୍କା ମହାପ୍ରଭୁଙ୍କୁ ଦାନ କରିଛନ୍ତି । ଅବଶିଷ୍ଟ ୧୫ ଲକ୍ଷ ଟଙ୍କା ବସ୍ତାସ୍ଥିତ ଶମ୍ଭୁନାଥ ହାଇସ୍କୁଲକୁ ଦାନ ସୂତ୍ରରେ ଦେଇଛନ୍ତି । ସୁପ୍ରଭାଙ୍କ ବଦାନ୍ୟତା ଚର୍ଚ୍ଚାର ବିଷୟ ପାଲଟିଛି ।
ପଙ୍କଜକାନ୍ତ ପଣ୍ଡା କମର୍ସିଆଲ୍ ସେଲ୍ ଟ୍ୟାକ୍ସ ଅଫିସର ଥିଲେ । ସେ ୨୦୨୧ ମସିହାରେ କର୍କଟରେ ଆକ୍ରାନ୍ତ ହୋଇଥିଲେ । ହେଲେ ତାଙ୍କର ଶ୍ରୀଜଗନ୍ନାଥଙ୍କ ପ୍ରତି ଥିଲା ଅଗାଧ ପ୍ରେମ । ଶେଷ ଥର ପାଇଁ ଶ୍ରୀଜିଉଙ୍କୁ ଦର୍ଶନ କରିବା ସମୟରେ ଦାନ କରିବାକୁ ·ହିଁଥିଲେ । କିନ୍ତୁ ଏହା ସମ୍ଭବ ହୋଇ ପାରି ନ ଥିଲା । ଶେଷ ନିଃଶ୍ୱାସ ତ୍ୟାଗ କରିବା ପୂର୍ବରୁ ଶେଷ ଇଚ୍ଛା ପତ୍ନୀଙ୍କୁ ଜଣାଇଥିଲେ ।
ସୁପ୍ରଭା ସ୍ୱାମୀଙ୍କ ଶେଷ ଇଚ୍ଛା ପୂରଣ କରିବାକୁ ଲାଗି ପଡ଼ିଥିଲେ । କରୋନା ପାଇଁ ଏହା ବିଳମ୍ବ ହୋଇଥିଲା । ଏବେ ସେ ଜମି ବିକି ସ୍ୱାମୀଭ୍କ ଇଚ୍ଛା ପୂରଣ କରିପାରିଛନ୍ତି ।