ଉକ୍ରଳ ଟାଇକୁନ୍ସ ଆୱାର୍ଡ
ବ୍ୟବସାୟ ଜଗତର ଆଇକନ୍ଙ୍କୁ
ଭୁବନେଶ୍ୱର (ବୁ୍ୟରୋ): ଉକ୍ରଳ ଅପଡେଟ୍ସ ଆଣ୍ଡ୍ ଆଡିକ୍ସନ ଫେସନ୍ ମ୍ୟାନେଜମେଣ୍ଟ୍ ପକ୍ଷରୁ ୱେଲ୍କମ୍ ହୋଟେଲ୍ ବାଏ ଆଇଟିସିରେ ଇପାରୀ ସଦାଶିବ ଜୁଏଲାରୀ ପ୍ରାୟୋଜିତ ଓଡ଼ିଶାର ସ୍ୱତନ୍ତ୍ର ପୁରସ୍କାର ସୋ’ରେ ଓଡ଼ିଶାର ବ୍ୟବସାୟ ଜଗତର ବିଶିଷ୍ଟ ବ୍ୟକ୍ତିମାନଙ୍କୁ ସମ୍ମାନିତ କରାଯାଇଛି । ବ୍ୟବସାୟ ଜଗତର ସଫଳ ଚେହେରାମାନଙ୍କୁ ରାଜ୍ୟର ଅର୍ଥନୀତି ପାଇଁ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ନିମନ୍ତେ ସେମାନଙ୍କୁ ସମ୍ମାନିତ କରାଯାଇଛି ।
ଆୟୋଜକ ସୁଶ୍ରୀ ସଙ୍ଗୀତା ସାହୁ, ଜନ୍ ଅଜୟ, ଗୌରବ, ଶ୍ରୀଧର ଇପାରୀ ଓ ସୁନିଲ ମୁରର୍କାଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ୱଳନ ସହ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ବିଧାନସଭାର ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ମୁଖ୍ୟ ଅତିଥି ଓ ଭୁବନେଶ୍ୱର ମେୟର ସୁଲୋଚନା ଦାସ ସମ୍ମାନିତ ଅତିଥି, ପୂର୍ବତନ ସାଂସଦ ପ୍ରଦୀପ ମାଝୀ ଏବଂ ଆକାଶ ଦାସ ନାୟକ ପ୍ରମୁଖ ଅତିଥି ଭାବେ ଯୋଗଦେଇ ସଫଳ ବ୍ୟବସାୟୀଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ ।
କାର୍ଯ୍ୟକ୍ରମରେ ଫ୍ରୋଜିଟ୍ର ନିଦେ୍ର୍ଦଶିକା ରଶ୍ମୀ ମହାପାତ୍ର, ଗାୟତ୍ରୀ ଦେବୀ ଗ୍ରୁପ୍ର ନିଦେ୍ର୍ଦଶିକା ନିରୂପମା ବିଶ୍ୱାଳ, ଇସ୍ପିରିଟ୍ ଟୟୋଟାର ନିଦେ୍ର୍ଦଶକ କବୀର ତନେଜା, ରିଅଲ ଇଷ୍ଟେଟ୍ ବ୍ୟବସାୟୀ ରତ୍ନମାଳା ସ୍ୱାଇଁ, ଇଣ୍ଡଲଜ୍ ଦି ସାଲୁନ୍ର ଏମ୍ଡି ସୁକୀର୍ତ୍ତି ପଟ୍ଟନାୟକ, ମଦର୍ସ ପବ୍ଲିକ୍ ସ୍କୁଲର ଏମ୍ଡି ଶ୍ରୀଜିତ ପଟ୍ଟନାୟକ, ଇଭି ସ୍କୁଟର୍ସର ସହ ପ୍ରତିଷ୍ଠାତା ଓ ଏମ୍ଡି ହର୍ଷବର୍ଦ୍ଧନ ଡିଡ୍ୱାନିଆ, ରାଜହଂସର ନିଦେ୍ର୍ଦଶକ ପ୍ରଦୀପ ପାନସାରି, ଓଡ଼ିଶା ହୋଟେଲ୍ର ଏମ୍ଡି ରାଜୀବ ସ୍ୱାଇଁ, ଏମ୍ବାସିର ଏମ୍ଡି ପୁଣ୍ୟ ପ୍ରକାଶ ପରିଡ଼ା ଓ ବିଗିଜ୍ ବର୍ଗର ପ୍ରତିଷ୍ଠାତା ବିରଜା ପ୍ରସାଦ ରାଉତଙ୍କୁ ଉକ୍ରଳ ଟାଇକୁନ୍ସ ଆୱାର୍ଡସ୍ ପ୍ରଦାନ କରାଯାଇଛି ।
ସେହିପରି ଭୁବନେଶ୍ୱର ରନୱେ ୱିକ୍ ସିଜନ ୬ରେ ବିଶିଷ୍ଟ ଡିଜାଇନ୍ରମାନେ ସେମାନଙ୍କ ଡିଜାଇନ୍କୁ ପ୍ରଦର୍ଶନ କରିଛନ୍ତି । ପ୍ରି୍ରୟା’ସ୍ (ପ୍ରିୟା ମହାପାତ୍ର), ଟାସା ୱିଙ୍ଗ୍ସ (ସିପ୍ରା ଦାସ), ଟିପି ଗାର୍ମେଣ୍ଟ୍ସ (ସାବିତ୍ରୀ ପାଣିଗ୍ରାହୀ), ଏଜେ ଫେସନ ରିଅଲ୍ମ (ସେଲିନା ଡୋସନ) ଓ ରିମ୍ଲି ଡିଜାଇନ୍ ଷ୍ଟୁଡିଓ (ରିଲ୍ମି ଷ୍ଟୁଡିଓ) ଭଳି ବ୍ରାଣ୍ଡ୍ ଓ ଫେସନ ଡିଜାଇନର ଏଥିରେ ସାମିଲ ହୋଇଥିଲେ । ୩୦ ମଡେଲ୍ ସେମାନଙ୍କ ଡିଜାଇନ୍ କରାଯାଇଥିବା କଳାକୃତିକୁ ପ୍ରଦର୍ଶନ କରିଥିଲେ । ଓଲିଉଡ୍ ଅଭିନେତ୍ରୀ ଏଲିନା ସାମନ୍ତରାୟ ଓ ଭୂମିକା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ରାମ୍ପ ୱାକ୍ କରିଥିଲେ ।
ଭୁବନେଶ୍ୱର ରନୱେ ୱିକ୍ ସିଜନ-୬ରେ ପ୍ରିୟା ମହାପାତ୍ରଙ୍କ ପ୍ରି୍ରୟାସ୍ ପକ୍ଷରୁ ହସ୍ତତନ୍ତ ସମ୍ଭାର ‘ଏକତ୍ର’କୁ ପ୍ରଦର୍ଶିତ କରାଯାଇଛି, ଯାହା ହେଉଛି ସମ୍ବଲପୁରୀ ହସ୍ତତନ୍ତ ଓ ପିପିଲି ଚାନ୍ଦୁଆ କଳାର ସମ୍ମିଶ୍ରଣ । ସେଲିନା ଡୋସନଙ୍କ ଏଜେ ଫେସନ୍ ରିଅଲମ୍ ପକ୍ଷରୁ ପ୍ରଜାପତି ଦ୍ୱାରା ଅନୁପ୍ରାଣିତ ଗ୍ରୀଷ୍ଣ ସମ୍ଭାରକୁ ପ୍ରଦର୍ଶନ କରାଯାଇଛି । ସିପ୍ରା ଦାସଙ୍କ ଟାସା ୱିଙ୍ଗ୍ ଆଣିଥିଲା ‘ଫୁ୍ୟଜମ୍’ ନାମକ ସମ୍ଭାର ଯାହା ମହାଜଗତ ଦ୍ୱାରା ଅନୁପ୍ରାଣିତ, ଯେଉଁଥିରେ ଉତ୍ସବ, ସନ୍ଧ୍ୟା ଆସର ଓ ବିବାହ ଋତୁ ପାଇଁ ସମ୍ଭାର ରହିଛି । ରିମ୍ଲିର ଡିଜାଇନ୍ ଷ୍ଟୁଡିଓ ପକ୍ଷରୁ ବଧୂ ସମ୍ଭାର ‘ରୁହ୍’କୁ ପ୍ରଦର୍ଶିତ କରାଯାଇଛି । ଟିପି ଗାର୍ମେଣ୍ଟସ୍ ପକ୍ଷରୁୁ ଇଭିନିଂ ଗାଉନ୍ ସମ୍ଭାରକୁ ପ୍ରଦର୍ଶିତ କରାଯାଇଥିଲା ।
ଏହି ନେତୃତ୍ୱ କାର୍ଯ୍ୟକ୍ରମ ରାଜ୍ୟର ଡିଲରମାନଙ୍କୁ ସମଭାବାପନ୍ନ ପେସାଦାରଙ୍କ ସହ ଭାବ ବିନିମୟ କରିବାର ସୁଯୋଗ ପ୍ରଦାନ କରିଥିଲା । ସେହି ଲିଡରମାନେ ଭବିଷ୍ୟତର ଲିଡରମାନଙ୍କ ସହ ସମ୍ପର୍କ ସ୍ଥାପନ କରିବା, ସେମାନଙ୍କ ଚିନ୍ତାଧାରା, ଅଭିଳାଷ ଓ ଲକ୍ଷ୍ୟକୁ ବୁଝିବାର ସୁଯୋଗ ପାଇଥିଲେ, ଯାହା ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧିରେ ସହାୟକ ହେବ । ଏହି ଅବସରରେ ଅନ୍ୟ ଅତିଥି ଓ ବିପୁଳ ସଂଖ୍ୟକ ଦର୍ଶକମାନେ ଉପସ୍ଥିତ ଥିଲେ ।