ଡମଶାଳର ଚୁଆପାଣି ଭରସା

ସୁରପ୍ରତାପପୁରରେ ଜଳକଷ୍ଟ
ଢେଙ୍କାନାଳ (ଆପ୍ର): ଢେଙ୍କାନାଳ ଜିଲ୍ଳା ଭୁବନ ବ୍ଲକ୍ ଅନ୍ତର୍ଗତ ସୁରପ୍ରତାପପୁର ଗ୍ରାମରେ ଡମଶାଳ ନାଳର ଚୁଆପାଣି ଗ୍ରାମବାସୀଙ୍କ ପାଇଁ ଏକମାତ୍ର ଭରସା ପାଲଟିଛି । ଦୀର୍ଘ ୬ ଦିନ ହେବ ପାଣିପମ୍ପ ମୋଟରଟି ଅଚଳ ହୋଇ ପଡିଥିବାରୁ ଏଭଳି ସମସ୍ୟା ଦେଖାଦେଇଥିଲେ ମଧ୍ୟ ବିଭାଗୀୟ କର୍ତ୍ତୁପକ୍ଷ ପ୍ରବଳ ଗ୍ରୀଷ୍ମ ସମୟରେ ମଧ୍ୟ ଜଳ ଯୋଗାଣ ପାଇଁ ତତ୍ପରତା ପ୍ରକାଶ କରିନଥିବାର ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି ।
ସୁରପ୍ରତାପପୁର ପଞ୍ଚାୟତରେ ପ୍ରାୟ ୮ ହଜାର ୩୪୬ ଭୋଟର ରହିଛନ୍ତି । ଏହି ପଞ୍ଚାୟତର ସୁରପ୍ରତାପପୁର ବଡ଼ ଗ୍ରାମ ହୋଇଥିବା ବେଳେ ଗ୍ରାମବାସୀଙ୍କୁ ଜଳଯୋଗାଣ ପାଇଁ ଗ୍ରାମ୍ୟ ଜଳ ଯୋଗାଣ ଏବଂ ପରିମଳ ବିଭାଗ ଦ୍ୱାରା ବସୁଧା ଯୋଜନାରେ ଜଳ ଯୋଗାଣର ବ୍ୟବସ୍ଥା କରାଯାଇଛି । ପାଣି ଯୋଗାଣ ପାଇଁ ଦୁଇଟି ଓଭରହେଡ ଟ୍ୟାଙ୍କ ନିର୍ମାଣ କରାଯାଇଛି । ଗୋଟିଏ ଟାଙ୍କିକୁ ପାଣି ଉଠାଇବା ପାଇଁ ବିଦୁ୍ୟତ୍ ବିଭାଗର ଅବହେଳା ଦର୍ଶାଇ ପାଣି ଉଠାଯାଉ ନଥିବାବେଳେ ଅନ୍ୟ ଗୋଟିଏ ଟାଙ୍କି ପଞ୍ଚାୟତ ନିକଟରେ ରହିଥିବାରୁ ସେଠାରେ ପାଣି ସ୍ତର କମିଯିବାରୁ ଅଳ୍ପ ପାଣି ଉଠୁଛି । ପାଣି ସମସ୍ୟା ନେଇ ସରପଞ୍ଚ ସୋନି ସାମଲ ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ କୌଣସି ଫଳ ମିଳୁନାହିଁ । ଜଳ କଷ୍ଟରୁ ରକ୍ଷାପାଇବ ପାଇଁ ଟ୍ୟାଙ୍କର ଯୋଗେ ପାଣି ଯୋଗାଣ ହେଉ୍ଥିଲେ ମଧ୍ୟ ତାହା ଯଥେଷ୍ଟ ନୁହଁ । ଶିବ ମନ୍ଦିର ନିକଟରେ ଥିବା ଟାଙ୍କିରୁ ୬ ଦିନ ହେବ ପାଣି ଯୋଗାଣ ହୋଇପାରୁନଥିବାର ଅଭିଯୋଗ ହୋଇଛି । ଫଳରେତଳସାହି,କଣ୍ଟାସାହି,ପ୍ରଧାନ ସାହିର ବାସିନ୍ଦା ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଫଳରେ ଗ୍ରାମାବାସୀ ମାନେଅନ୍ୟ କୌଣସି ଉପାୟ ନପାଇ ନିକଟସ୍ଥ ଡମଶାଳ ନାଳରେ ଚୁଆ ଖୋଳି ସେହି ଚୁଆରୁ ଦୁଷିତ ପାଣି ଆଣି ବ୍ୟବହାର କରୁଛନ୍ତି ।ପ୍ରଚଣ୍ଡ ଖରାରେ ମହିଳା ମାନେ ଗରା କିମ୍ବା ଡେକଚିରେ ପାଣି ସଂଗ୍ରହ କରି ତାକୁ ମୁଣ୍ଡରେ ମୁଣ୍ଡାଇଆଣୁଛନ୍ତି । ଏହାକୁ ନେଇ ଗ୍ରାମରେ ଅସନ୍ତୋଷ ଦେଖାଦେଇଛି । ଏ ସଂକ୍ରାନ୍ତରେ ବିଭାଗୀୟ ଅଧିକାରୀଙ୍କୁ ଯୋଗାଯୋଗ କଲେ ଏହାର ସମାଧାନ ଖୁବ ଶିଘ୍ର ହେବ ବୋଲି ପ୍ରକାଶ କରିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *