କ୍ଷୟକ୍ଷତି ଆକଳନ ପରେ ବି ଚାଷୀଙ୍କୁ ମିଳିନି ସହାୟତା
ଫନିରେ ଉଜୁଡ଼ିଥିଲା ଫସଲ
କଣ୍ଟାପଡା (ଆପ୍ର) : ବାତ୍ୟାର ପ୍ରଭାବରେ ପ୍ରବଳ ବର୍ଷା ଯୋଗୁଁ ବହୁଦିନ ଧରି ପାଚିଲା ଶସ୍ୟ କ୍ଷେତ୍ରରେ ଆଣ୍ଠୁଏ ଉଚ୍ଚର ପାଣି ଲହଡି ମାରିଲା, ଉଜୁଡିଗଲା ·ଷୀର ସମସ୍ତ କଷ୍ଟ ଅର୍ଜିିତ ଫସଲ ସରକାରଙ୍କ ପକ୍ଷରୁ କ୍ଷତିଗ୍ରସ୍ତ ·ଷୀଙ୍କୁ ସମସ୍ତ ସହାୟତା ପ୍ରଦାନ କରାଯିବ ବୋଲି ଘୋଷଣା ମଧ୍ୟ କରାଗଲା । ତିନି ବିଭାଗର ଅଧିକାରୀମାନେ କ୍ଷୟକ୍ଷତିର ଆକଳନ କରି ୮୭୦୦ରୁ ଊଦ୍ଧ୍ୱର୍ ·ଷୀଙ୍କର କ୍ଷୟକ୍ଷତିର ରିପୋର୍ଟ ବି ଦେଲେ । ପାଖାପାଖି ୨୩୦୦ ହେକ୍ଟର ଜମି କ୍ଷତି ହୋଇଥିବା ଦର୍ଶାଗଲା, ଯାହାର ଆନୁମାନିକ ମୂଲ୍ୟ ସରକାରୀ ହିସାବରେ ୩ କୋଟି ଟଙ୍କାରୁ ଊଦ୍ଧ୍ୱର୍ ହେବ ବୋଲି ଆକଳନ କରାଗଲା । ହେଲେ କଣ୍ଟାପଡା ବ୍ଲକରେ ବହୁ ·ଷୀ ଫନି ଓ ଜୱାଦ ବାତ୍ୟାର କ୍ଷୟକ୍ଷତି ସହାୟତା ରାଶି ଏହି ରିପୋର୍ଟରେ ବଞ୍ଚôତ ହୋଇଥିବା ନେଇ ଅଭିଯୋଗ କରିଛନ୍ତି । ଯାହାକୁ ନେଇ କଣ୍ଟାପଡା ଅଞ୍ଚଳରେ ·ଷୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ପଞ୍ଚାୟତ ନିର୍ବାଚନ ଥିବାରୁ ସରକାର କ୍ଷତିପୂରଣ ଦେବେ ବୋଲି ଘୋଷଣା କରିଥିଲେ । ଏହାପରେ କଣ୍ଟାପଡା କୃଷି ବିଭାଗ ଅଧିକାରୀ କଣ୍ଟାପଡା ରାଜସ୍ୱ ବିଭାଗ ଓ ଉଦ୍ୟାନ ବିଭାଗ ତରଫରୁ କ୍ଷୟକ୍ଷତିର ଆକଳନ କରାଯାଇଥିଲା । ହେଲେ ବାତ୍ୟାକୁ ଦୁଇବର୍ଷରୁ ଊଦ୍ଧ୍ୱର୍ ସମୟ ବିତିଯାଇଥିଲେ ମଧ୍ୟ ·ଷୀଙ୍କ ଖାତାକୁ କ୍ଷୟକ୍ଷତି ବାବତକୁ ଟଙ୍କାଟିଏ ମଧ୍ୟ ମିଳିନାହିଁ । ଯାହା ଫଳରେ ·ଷୀମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ଏ ସମ୍ବନ୍ଧରେ କୃଷିବିଭାଗ ଅଧିକାରୀଙ୍କୁ ପ·ରିବାରୁ ସମସ୍ତ କ୍ଷୟକ୍ଷତିର କାଗଜପତ୍ର ଜିଲ୍ଲାପାଳଙ୍କୁ ଦିଆଯାଇଥିବା ଜଣାଇ ନିଜ ମୁଣ୍ଡରୁ ଦୋଷ ଛଡାଇଛନ୍ତି । ୨୦୧୯ ମସିହା ମେ ମାସରେ ଆସିଥିବା ଫନି ବାତ୍ୟାକୁ ତିନିବର୍ଷ ବିତିଯାଇଥିଲେ ମଧ୍ୟ ମୁଗ·ଷୀମାନେ କ୍ଷତିପୂରଣ ପାଇ ନାହାନ୍ତି । ·ଷୀମାନଙ୍କୁ ସହାୟତା ଅର୍ଥରାଶି ପ୍ରଦାନ କରା ନଗଲେ ଆଗାମୀ ଦିନରେ ବିଭିନ୍ନ ·ଷୀ ସଂଗଠନ ଆନେ୍ଦାଳନ ପନ୍ଥା ଅବଲମ୍ବନ କରିବେ ବୋଲି ଜଣାଇଛନ୍ତି ।