ଧରାପଡ଼ିଲେ ଅବକାରୀ ଅଧୀକ୍ଷକ
ବିଳମ୍ବିତ ରାତିରେ ୬ ଲକ୍ଷ ଟଙ୍କା ଧରି ଫେରୁଥିଲେ
ଭୁବନେଶ୍ୱର(ବୁ୍ୟରୋ): ବିଳମ୍ବିତ ରାତିରେ ଗାଡ଼ିରେ ବିପୁଳ ଅର୍ଥ ଧରି ଭୁବନେଶ୍ୱର ଫେରିବା ସମୟରେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଧରା ପଡ଼ଛନ୍ତି ରାୟଗଡ଼ା ଅବକାରୀ ଅଧୀକ୍ଷକ ନିନା ବେଉରା । ତାଙ୍କ ଗାଡ଼ିରୁ ୬ ଲକ୍ଷ ଟଙ୍କା ଜବତ କରାଯାଇଛି । ତେବେ ଟଙ୍କା କେଉଁଠୁ ଆଣିଲେ ତାର ସନ୍ତୋଷଜନକ ଉତ୍ତର ଦେଇ ନ ପାରିବାରୁ ନିନା ବେଉରାଙ୍କୁ ଭିଜିଲାନ୍ସ ଟିମ୍ ଗିରଫ କରିଛି ।
ଅନୈତିକ ଉପାୟରେ ଅର୍ଜିତ ଟଙ୍କା ଧରି ଅବକାରୀ ଅଧୀକ୍ଷକ ନିନା ବେଉରା ରାୟଗଡ଼ାରୁ ଭୁବନେଶ୍ୱର ଆସୁଥିବା ଖବର ପାଇ ଭିଜିଲାନ୍ସ ଟିମ୍ ରାତି ପ୍ରାୟ ୧୧ଟାରେ ଖୋର୍ଦ୍ଧା ତାଙ୍କୁ ଅଟକାଇ ଯାଞ୍ଚ କରିଥିଲା । ଗାଡ଼ିରୁ ଟଙ୍କା ଜବତ ହୋଇଥିବା ବେଳେ ଭିଜିଲାନ୍ସ ଅଧିକାରୀଙ୍କ ପ୍ରଶ୍ନର ଉତ୍ତର ଦେଇ ପାରି ନ ଥିଲେ ନିନା ।
ଆଜି ତାଙ୍କ ରାୟଗଡ଼ାସ୍ଥିତ ବାସଭବନ ଓ ସମ୍ପର୍କୀୟଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି । ତାଙ୍କ ସ୍ୱାମୀ ତଥା ମାହାଙ୍ଗା ଥାନା ଆଇଆଇସି ନିହାର ରଂଜନ ମହାନ୍ତିଙ୍କ ସରକାରୀ ବାସଭବନ ରେଡ୍ ବେଳେ ବାଧା ସୃଷ୍ଟି ହୋଇଥିଲା । ଆଗୁଆ ଖବର ପାଇ ନିହାର ଘରେ ତାଲା ମାରି ପଳାଇଥିଲେ । ତେବେ ଭୁବନେଶ୍ୱରସ୍ଥିତ ଭିଜିଲାନ୍ସ ଅଫିସରେ ହାଜର ହେବାକୁ ନିଦେ୍ର୍ଦଶ ମିଳିବାରୁ ଆଇଆଇସି ନିହାର ହାଜର ହୋଇଥିଲେ ।
ଅନ୍ୟପକ୍ଷରେ ରେଡ୍ ଖବର ପାଇ ଘରେ ତାଲା ମାରିବା ଅଭିଯୋଗକୁ ସେ ଖଣ୍ଡନ କରିଛନ୍ତି । ତାଙ୍କୁ କାଲି କେହି ଯୋଗାଯୋଗ କରି ନ ଥିଲେ । ଆଜି ଅତିରିକ୍ତ ଏସ୍ପି ସୂଚନା ଦେଇଥିଲେ । ପତ୍ନୀଙ୍କ ସହ ମୋବାଇଲରେ ଯୋଗାଯୋଗ ନ ହେବାରୁ ଭିଜିଲାନ୍ସ ଟ୍ରାପ୍ ବିଷୟରେ ଜାଣିନଥିଲେ ବୋଲି ସେ କହିଛନ୍ତି ।