ପୁଅର ଶବ ଧରି ବାରଣ୍ଡାରେ ବସିଲା ମାଆ

ଡାହାଣୀ ସନେ୍ଦହ ଘରେ ପୂରେଇଲାନି ସ୍ୱାମୀ
ବାରିପଦା (ଆପ୍ର): ଅନ୍ଧ ବିଶ୍ୱାସର ଅନ୍ଧ ଗଳିରେ ଆଦିବାସୀ ଲୋକେ ଦିନ କାଟୁଛନ୍ତି । ୮ ବର୍ଷର ପୁଅ ଅସୁସ୍ଥ ହୋଇ ପ୍ରାଣ ହରାଇଲା । ପୁଅର ଶବ ସହିତ ପତ୍ନୀ ମେଡିକାଲରୁ ଘରକୁ ଫେରିବାରୁ ସ୍ୱାମୀ ଡାହାଣୀ ସନେ୍ଦହରେ ଘରେ ପୂରାଇ ଦେଲାନି । ରାତି ୨ଟାରୁ ମୃତ ଛୁଆକୁ ଧରି ଘର ବାହାରେ ବସିଲା ମାଆ । ମୟୂରଭଞ୍ଜ ଜିଲ୍ଲା ଶରତ ଥାନା ଅନ୍ତର୍ଗତ ଲାଉଡ଼ିହା ଗ୍ରାମରେ ଏଭଳି ହୃଦୟବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ।
କୁଷ୍ଣୁ ତୁବିଦଙ୍କ ସ୍ତ୍ରୀ ରାଇମୁନି ତୁବିଦ ଦୁଇଦିନ ପୂର୍ବରୁ ବାପ ଘର ଦୁଳିପଦା ଲାଦୁସାଇକୁ ପୁଅ ଶ୍ରୀରାମ ତୁବିଦ ସହିତ ବୁଲିବାକୁ ଯାଇଥିଲେ । ଶୁକ୍ରବାର ରାତିରେ ପୁଅ ଅସୁସ୍ଥ ହୋଇପଡ଼ିବାରୁ ରାଇମୁନି ତାକୁ ଉଦଳା ମେଡିକାଲ ନେଇଥିଲେ । ସେଠାରେ ପୁଅର ମୃତୁ୍ୟ ଘଟିଥିଲା । କିନ୍ତୁ ପୋଷ୍ଟମର୍ଟମ ନ କରି ସ୍ୱର୍ଗରଥ ଗାଡ଼ିରେ ୮ ଶହ ଟଙ୍କା ଦେଇ ପୁଅର ଶବ ଧରି ସେ ଗାଁକୁ ଫେରିଥିଲେ । ଛୁଆକୁ ଡାହାଣୀ ହୋଇ ମାରିଛୁ ବୋଲି କହି କୃଷ୍ଣୁ ରାଇମୁନିଙ୍କୁ ଘରେ ପୂରାଇ ଦେଇ ନ ଥିଲା । ବାଧ୍ୟ ହୋଇ ବାହାରେ ମୃତ ଛୁଆକୁ ୧୪ ଘଣ୍ଟା ହେଲା ଜଗି ବସିଛି । ଗାଁ ମୁଖିଆଙ୍କୁ ନେଇ ବୈଠକ ବସି ଆଲୋଚନା ଚାଲିଛି ଓ ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ କିଛି ନିଷ୍ପତ୍ତି ହୋଇ ପାରି ନାହିଁ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *