ରୂପାନ୍ତର ବିଦ୍ୟାଳୟରେ ଶିକ୍ଷକ ଅଭାବ

କଣ୍ଟାପଡ଼ା (ଆପ୍ର): ୫ଟି ରୂପାନ୍ତରିକରଣ ଯୋଜନାରେ ନିଆଳି କଣ୍ଟାପଡ଼ା ବ୍ଲକ୍ରେ ହାଇସ୍କୁଲ୍ର ରୂପାନ୍ତରୀକରଣ କାର୍ଯ୍ୟ ଜାରି ରହିଛି । ବିଦ୍ୟାଳୟ ଗୁଡ଼ିକରେ କୋଠା ମାଳମାଳ ହୋଇଥିବା ବେଳେ ସ୍ମାର୍ଟ ଘର, କମ୍ପୁ୍ୟଟର ରୁମ୍, ବିଜ୍ଞାନ ଘର ଓ ବିଦ୍ୟାଳୟରେ ପାଇଖାନା ଗୃହରୁ ଆରମ୍ଭକରି ଅନ୍ୟ କେତେକ କାର୍ଯ୍ୟ ଜରୁରୀକାଳୀନ ଭିତିରେ ଚକାଚକ୍ କରାଯାଇଛି । କିନ୍ତୁ ପ୍ରତ୍ୟେକ ସ୍କୁଲ୍ ମାନଙ୍କରେ ବିଭିନ୍ନ ବିଭାଗର ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ଅଭାବ ଥିବାବେଳେ ଏପରିକି ଖେଳ ଶିକ୍ଷକ ମଧ୍ୟ ଉପଲବ୍ଧ ନାହାଁନ୍ତି । ରାଜ୍ୟ ସରକାର କେନ୍ଦ୍ରୀୟ ଢ଼ାଞ୍ଚାରେ ଆଦର୍ଶ ବିଦ୍ୟାଳୟ ନିଆଳି ଓ କଣ୍ଟାପଡ଼ାରେ ଖୋଲାଯାଇଛି । ଏହି ଆଦର୍ଶ ବିଦ୍ୟାଳୟରେ ନାମଲେଖା ସରିଥିଲେ ବି ଶିକ୍ଷକ ନିଯୁକ୍ତି ହୋଇପାରିନାହିଁ । ରାଜ୍ୟ ସରକାର କୋଠା ନିର୍ମାଣ କରିଦେଇ ଶିକ୍ଷକ ନିଯୁକ୍ତି ଦେଉନଥିବାରୁ ଛାତ୍ରଛାତ୍ରୀ ମାନଙ୍କର ପାଠ ପଢ଼ାରେ ବ୍ୟାଘାତ ହେବା ସହିତ ବୁଦ୍ଧିଜିବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚକରି ଶିକ୍ଷା ନିମନ୍ତେ କୋଠା ନିର୍ମାଣ କରିଚାଲିଛନ୍ତି କିନ୍ତୁ ଶିକ୍ଷକଙ୍କ ଅଭାବ ପୂରଣ କରିପାରି ନଥିବାରୁ ଛାତ୍ରଛାତ୍ରୀମାନେ ବାଧ୍ୟ ହୋଇ ଘରୋଇ ସ୍କୁଲ୍କୁ ଆପଣାଉଛନ୍ତି । ଏଥିନିମନ୍ତେ ଶିକ୍ଷକମାନଙ୍କ ନିଯୁକ୍ତି ନିମନ୍ତେ ଅଭିଭାବକ ମହଲରେ ଦାବି ହେଉଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *